Pratidin TV

Odisha's Digital News Platform

ମନ୍ତ୍ରୀ ନବଦାସ ହତ୍ୟା ମାମଲା : ସାମ୍ନାକୁ ଆସିଲା ୫୦୦ ପୃଷ୍ଠାର ଚାର୍ଜସିଟ , ହତ୍ୟା ପାଇଁ ଲଣ୍ଡା ହୋଇ ମାନସିକ କରିଥିଲା ଗୋପାଳ ….

ଭୁବନେଶ୍ୱର : ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସକୁ ଗତକାଲି ଝାରସୁଗୁଡ଼ା ଜେଏମଏଫସି କୋର୍ଟରେ ହାଜର କରିଥିଲା ପୋଲିସ । ତେବେ ଆଜି ସାମ୍ନାକୁ ଆସିଛି ଏକ ଚାଞ୍ଚଲ୍ୟକର ଖବର । ୫୦୦ ପୃଷ୍ଟାର ଚାର୍ଜସିଟ୍‌ରେ ହତ୍ୟା ପଛର ଗୁମର ଫିଟାଇଛି କ୍ରାଇମବାଞ୍ଚ । ନବଙ୍କୁ ହତ୍ୟା କରିବା ପାଇଁ ଶପଥ ନେଇ ମାନସିକ କରିଥିଲା ଗୋପାଳ । ଏନେଇ ସେ ନିଜ ଭାଇ ସହ ସମଲେଇ ମନ୍ଦିର ଯାଇ ଲଣ୍ଡା ହୋଇଥିଲା ଏବଂ ସେଠାରେ ହିଁ ଶପଥ ନେଇଥିଲା । ଯାହାବି ହେଉ ସେ ନବଦାସଙ୍କୁ ହତ୍ୟା କରିବ ।

କିନ୍ତୁ ଏସବୁ ପଛର କାରଣ କ୍ରାଇବ୍ରାଞ୍ଚ ଯାହା ଦର୍ଶାଇଛି ତାହା ସହଜରେ ଗ୍ରହଣଯୋଗ୍ୟ ନୁହଁ । କ୍ରାଇମବ୍ରାଞ୍ଚର ତଦନ୍ତ ଅନୁଯାୟୀ ଗୋପାଳ ବଡ଼ମାଲ ଥାନାରେ ଥିବାବେଳେ ଅନେକ ସମୟରେ ଟ୍ରାଫିକ୍ ଡ୍ୟୁଟି କରୁଥିଲେ। ନିର୍ବାଚନ ସମୟରେ ଟ୍ରାଫିକ ଡ୍ୟୁଟିରେ ଥିବାବେଳେ ନବ ଓ ତାଙ୍କ ସମର୍ଥକଙ୍କ ଗୋପାଳ ଗାଡି ଯାଞ୍ଚ କରିଥିଲେ । ଏହି ସମୟରେ ନବ ଦାସଙ୍କ ସମର୍ଥକ ଗୋପାଳକୁ ଧମକାଇବା ସହ ଗାଳି ଗୁଲଜ କରିଥିଲେ ।ଫଳରେ ଗୋପାଳ ଗାଡ଼ି ଯାଞ୍ଚ ନକରି ସେଠୁ ଚାଲି ଯାଇଥିଲେ। ନିର୍ବାଚନ ସମୟରେ ଅନଡିଉଟି ପୋଲିସ ଏଏସଆଇ ସହ ଏଭଳି ବ୍ୟବହାର କରିବା ଏବଂ ତାଙ୍କୁ ଯଦି ଗାଳିଗୁଲ କରାଯାଇପାରୁଛି ତେବେ ପରବର୍ତ୍ତି ସମୟରେ ତା ସହ କଣ କରାଯିବ ଭାବି ଡରିଥିଲେ ଗୋପାଳ । ଏନେଇ ସେ ନବଦାସଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା ଆରମ୍ଭ କରିଥିଲା । ପ୍ରଥମ ଥର ବ୍ରଜରାଜନଗରରେ ସ୍ୱର୍ଗତ କିଶୋର ମହାନ୍ତିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ବେଳେ ନବଙ୍କୁ ହତ୍ୟା ପାଇଁ ଯୋଜନା କରି ଫେଲ୍ ମାରିଥିଲା ଗୋପାଳ। ସେହି ଦିନଠୁ ନିଜ ସର୍ଭିସ୍ ପିସ୍ତଲରେ ଗୁଳି ଲୋଡ୍ କରି ବି ରଖିଥିଲା। ଏହାପରେ ଜାନୁଆରୀ ୨୯ ତାରିଖରେ ଝାରସୁଗୁଡାର ଏକ ସମାରୋହରେ ଯୋଗଦେବାପାଇଁ ନବ ଦାସ ଆସିଥିଲେ । ଏହାର ମୌକା ଦେଖି ଏଏସଆଇ ଗୋପାଳ ସୁରକ୍ଷା ବଳୟ ଭିତରେ ନବଙ୍କୁ ନିଜ ସର୍ଭିସ ଫିସ୍ତଲରେ ଗୁଳି କରିଥିଲା । ଯାହା ପୁରା ରାଜ୍ୟ ବାସୀଙ୍କୁ ସ୍ତବ୍ଧ କରିଦେଇଥିଲା । କାରଣ ଜଣେ ପୋଲିସ କର୍ମୀ ଜଣେ ମନ୍ତ୍ରୀଙ୍କୁ ଜନସାଧାରଣ ସମ୍ମୁଖରେ ଗୁଳି କରି ହତ୍ୟା କରିବା ଚାଞ୍ଚଲ୍ୟ ସୃଷ୍ଟି କରିଥିଲା ।

କିନ୍ତୁ ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଦର୍ଶାଇଥିବା କାରଣ ସମୃକ୍ତ କେସ୍‌ଟିକୁ ବାଟବଣା କରୁଥିବାର ଲାଗୁଛି । କାରଣ ଏଇ ସାମାନ୍ୟ କଥାରେ ନବ ଦାସଙ୍କୁ ଜଣେ ପୋଲିସ ଅଫିସର ସର୍ବ ସମ୍ମୁଖରେ ହତ୍ୟା କରିବା ସମ୍ଭବ ନୁହେଁ । କାହିଁକି ଗୋପାଳ ସର୍ବ ସମ୍ମୁଖରେ ଏପରି କଲା ? ନିଜ ଜୀବନ , ଚାକିରୀ , ଆଉ ପରିବାରକୁ ବାଜି ଲଗାଇ ଜଣେ ମନ୍ତ୍ରୀଙ୍କୁ ହତ୍ୟା କରିବା ଛୋଟ କଥା ନୁହେଁ । ତେବେ ଗୋପାଳ ଏସବୁରେ ଏକା ନା ଗୋପାଳଖୁ ସର୍ବ ସମ୍ମୁଖକୁ ଆଣି ଲୁଚି ରହିଛି କେଉଁ ବଡ ଅଧିକାରୀ । ଯିଏ ଗୋପାଳ କାନ୍ଧରେ ବନ୍ଧୁକ ରଖି ନବ ଦସଙ୍କୁ ନିଜ ଶୀକାର ବନାଇଥିଲା ? କଣ ଲାଗୁଛି ଜନ ସାଧାରଣଙ୍କୁ ଆମ କମେଣ୍ଟ ବକ୍ସରେ ନିଜର ମତାମତ ଜଣାନ୍ତୁ…..

Leave a Reply

Your email address will not be published. Required fields are marked *