Pratidin TV

Odisha's Digital News Platform

ଗଣ୍ଠିପକେଇ ତାନ୍ତ୍ରିକ ବସେଇଲା ହାଣ୍ଡି, ହେଲେ ସୁନା ନୁହେଁ ବାହାରିଲା ସାପ!

1 min read

ଏବେ ନିରୀହ ଲୋକଙ୍କୁ ଲୁଟିବାର ନିଆର ଉପାୟ ଆପଣେଇଛନ୍ତି ଲୁଟେରା । ନିଜକୁ ତାନ୍ତ୍ରିକ କହି ଘର ର ଦୋଷ ବାହାର କରିଦେବାକୁ କହି ଲୁଟି ନେଉଛନ୍ତି ସୁନା ରୂପା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ରେ । ଉମରକୋଟ ସହର ର DNK ଠାରେ ରହନ୍ତି ପ୍ରଭାକର ମଲ୍ଲିକ ଙ୍କ ପରିବାର । ଗତ ରବିବାର ଦିନ ତାଙ୍କ ଘରକୁ ଜଣେ ବ୍ୟକ୍ତି ଆସି ନିଜକୁ ତାନ୍ତ୍ରିକ ଓ ସେ ବାସ୍ତୁ ଶାସ୍ତ୍ର ଜାଣିଥିବା କହିଥିଲେ । ପ୍ରଭାକର ଙ୍କ ଯେତିକି ରୋଜଗାର କରୁଛନ୍ତି ସବୁ ନିଅଣ୍ଟ ହେଉଛି ବୋଲି କହିଥିଲେ । ଏବଂ ତାଙ୍କ ସ୍ତ୍ରୀ ଆଶା ମଲ୍ଲିକ ଙ୍କ ବୟସ ଓ ତାଙ୍କ ବୟସ କୁ ମିଶାଇ ୭୩ ଗ୍ରାମ ତମ୍ବା ୭୩ ଗ୍ରାମ ରୂପା ଓ ୭୩ ଗ୍ରାମ ଓଜନ ର ସୁନା ମାଗିଥିଲେ । ସେହିପରି ତାଙ୍କ ପୁଅ ଝିଅ ର ବୟସ ଅନୁପାତ ରେ ତମ୍ବା, ରୂପା ଓ ସୁନା ମାଗିଥିଲେ । ସେହି ସୁନା ରୂପା ଓ ତମ୍ବା କୁ ଗୋଟିଏ ଷ୍ଟିଲ ହାଣ୍ଡି ଭିତରେ ରଖିଥିଲେ ଓ ସେଥିରେ ପାଣି ଭର୍ତ୍ତିି କରିଥିଲେ ।

ଏବଂ ସେହି ପାଣି ରେ ଗାଧୋଇଲେ ସବୁ ଦୋଷ କଟିଯିବ ବୋଲି କହିଥିଲା ସେ ଠକ ତାନ୍ତ୍ରିକ । ତାନ୍ତ୍ରିକ ର କଥା ଶୁଣି ତିନି ଚାରି ଦିନ ଧରି ସେ ପାଣି ରେ ଗାଧୋଇଥିଲେ ସ୍ୱାମୀ ସ୍ତ୍ରୀ । ଏହା ପରେ ଗୁରୁବାର ଦିନ ଏକ ପୂଜା କରିବାକୁ କହିଥିଲେ ଠକ ତାନ୍ତ୍ରିକ । ଏବଂ ସେ ପୂଜା କରି ସାରିବା ପରେ ସେ ହାଣ୍ଡି କୁ ୨୭ ଟି ଗଣ୍ଠି ପକାଇ ଦେଇଥିଲା । ଏବଂ ତାକୁ ଶନିବାର ଦିନ ଯାଏ ଖୋଲିବାକୁ ବାରଣ କରିଥିଲା । ଏବଂ ଗୁରୁବାର ରାତିରେ ପୂଜା ସାରିବା ପରେ ତାକୁ ବସଷ୍ଟାଣ୍ଡ ରେ ଛାଡି ଦେବାକୁ କହିଥିଲା । ପ୍ରଭାକର ତାକୁ ବାଇକ୍ ରେ ନେଇ ବସଷ୍ଟାଣ୍ଡ ରେ ଛାଡ଼ିବାକୁ ଯାଇଥିଲେ । କିନ୍ତୁ ସେହି ସମୟରେ ତାନ୍ତ୍ରିକ ଜଣକ ଭୟ ରେ ଥରୁଥିଲା । ତାନ୍ତ୍ରିକ କୁ ବସଷ୍ଟାଣ୍ଡ ରେ ଛାଡ଼ିବା ମାତ୍ରେ ସେ କୁଆଡେ ଚାଲି ଯାଇଥିଲା । ପରେ ପ୍ରଭାକର ତାଙ୍କ ସ୍ତ୍ରୀ କୁ ଫୋନ୍ କରି ସେ ହାଣ୍ଡିରେ ସୁନା ରୂପା ଅଛି କି ନାହିଁ ଦେଖିବାକୁ କହିଥିଲେ । ତାଙ୍କ ସ୍ତ୍ରୀ ସେ ହାଣ୍ଡି ଉପରେ ଏକ ନାଲି କପଡା ରେ ପଡ଼ିଥିବା ୨୭ ଗଣ୍ଠି କୁ ପାଟିରେ ଫିଟାଇ ଥିଲେ ।

Advertisement

ଏବଂ ସେ ହାଣ୍ଡି ଭିତରେ ହାତ ପୁରାଇ ଦେଖିବାରୁ ସେଥିରେ କିଛି ଗୋଡ଼ି, ୪୫ ଟି କୋଏନ୍‌, ତିନିଟି ଧଳା ଚୁଡ଼ି ସହ ଏକ ବିଷଧର ଜିଅନ୍ତା ସାପ ବାହାରି ଥିଲା । ସୌଭାଗ୍ୟ ବଶତଃ ସେ ସାପଟି ଆଶା ଙ୍କୁ କାମୁଡି ନାହିଁ । ପରେ କିଛି ଲୋକ ଆସି ସାପକୁ ଧରି ଅନ୍ୟତ୍ର ଛାଡି ଦେଇଥିଲେ । ତେବେ ଠକ ତାନ୍ତ୍ରିକ ଜଣକ କୌଶଳ କ୍ରମେ ପ୍ରଭାକର ଙ୍କ ଘରୁ ସମସ୍ତ ସୁନା, ରୂପା ସହ ତମ୍ବା ଲୁଟ୍ କରି ନେଇଯାଇଛି ଏବଂ ବଦଳ ରେ ଛାଡି ଯାଇଛି ଗୋଡ଼ି, ଚୁଡ଼ି, କଏନ ଓ ଏକ ବିଷଧର ସାପ । ଘଟଣା ସମ୍ପର୍କ ରେ ପ୍ରଭାକର ଉମରକୋଟ ଥାନାରେ ଏତଲା ଦେଇଛନ୍ତି । ଉମରକୋଟ ପୋଲିସ ଘଟଣା ର ତଦନ୍ତ ଆରମ୍ଭ କରିଛି । କିନ୍ତୁ ଠକ ତାନ୍ତ୍ରିକ ର କୌଣସି ପତ୍ତା ମିଳିନାହିଁ , ଏବଂ ସେହି ତାନ୍ତ୍ରୀକର ଫୋନ୍ ବର୍ତମାନ ସୁଇଚ୍ଚ ଅଫ ରହିଛି ।

Leave a Reply

Your email address will not be published. Required fields are marked *