Pratidin TV

Odisha's Digital News Platform

ଭାଇରାଲ ହେଉଛି ନବରଙ୍ଗପୁର କଲେଜ୍ ନୋଟିସ୍ : ଫ୍ରେବୃଆରୀ ୧୪ରୁ ବୟଫ୍ରେଣ୍ଡ ବିନା କଲେଜ୍‌ରେ କଲେଜକୁ ମିଳିବନି ଏଣ୍ଟ୍ରି !

ନବରଙ୍ଗପୁର : ଜଗତସିଂହପୁର ପରେ ନବରଙ୍ଗପୁର । ବିନା ବୟ ଫ୍ରେଣ୍ଡ ରେ କଲେଜ ମନା । କଲେଜ ପ୍ରିନ୍ସିପାଲଙ୍କ ନାଁରେ ଭାଇରାଲ ହେଉଥିବା ନୋଟିସକୁ ନେଇ ଏହି ଛାତ୍ର ଛାତ୍ରୀ ମାନଙ୍କ ଭିତରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଛି । ବିଜ୍ଞପ୍ତି ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି ଓ ମିଛ ନୋଟିସ ହୋଇଥିଲେ ମଧ୍ୟ ଏହାକୁ ରୋକିବା ଦିଗରେ କିଭଳି ପଦକ୍ଷେପ ନିଆଯିବ, ତାକୁ ନେଇ ଚିନ୍ତାରେ କଲେଜର ଛାତ୍ର ଛାତ୍ରୀମାନେ ।

ନବରଙ୍ଗପୁର ଜିଲ୍ଲା ଉମରକୋଟ ପେଣ୍ଡରାଣୀ କଲେଜର ନକଲି ନୋଟିସ । ଏଥିରେ ଭାଲେଟାଇନ୍ସ ଡେରୁ ଅର୍ଥାତ ଫେବ୍ରୁଆରୀ ୧୪ରୁ ପ୍ରତ୍ୟେକ ଛାତ୍ରୀ ଜଣେ ପୁରୁଷ ବନ୍ଧୁଙ୍କୁ ବାଛିବା ପାଇଁ କୁହାଯାଇଛି । ଏପରିକି ବୟଫ୍ରେଣ୍ଡ ନଥିବା ଛାତ୍ରୀଙ୍କୁ କଲେଜରେ ପ୍ରବେଶ ଅନୁମତି ମିଳିବ ନାହିଁ ବୋଲି ଉଲ୍ଲେଖ ଅଛି । ବୟଫ୍ରେଣ୍ଡଙ୍କ ସହ ଫଟୋ ଉଠାଇ ଛାତ୍ରୀମାନେ ପରିଚୟପତ୍ର ଭଳି କଲେଜ ପ୍ରବେଶ ଦ୍ବାରରେ ଦେଖାଇ ପ୍ରବେଶ କରିବେ ବୋଲି ମଧ୍ୟ ଏଥରେ ଲେଖାଯାଇଛି । ସବୁଠୁ ବଡକଥା ହେଉଛି ନୋଟିସ ଶେଷରେ କଲେଜର ପ୍ରିନ୍ସିପାଲଙ୍କ ଦସ୍ତଖତ ରହିଛି । ଏହାକୁ ଏକ ଫେକ ନୋଟିସ ପ୍ରିନ୍ସିପାଲଙ୍କ ଦସ୍ତଖତ ରହିଛି । ଏହାକୁ ଏକ ଫେକ ନୋଟିସ ବୋଲି କହି ପ୍ରବଳ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି କଲେଜର ଛାତ୍ର ଛାତ୍ରୀ । ଏ ସଂପର୍କରେ କଲେଜ ପ୍ରିନ୍ସିପାଲଙ୍କୁ ପଚାରିବାରୁ ନୋଟିସଟି ସଂପୂର୍ଣ୍ଣ ମିଛ ବୋଲି ସେ ପ୍ରତିକ୍ରିୟାରେ କହିଛନ୍ତି ।

ଭାଇରାଲ ହେଉଥିବା ନୋଟିସ ନମ୍ବର ଟି ଗତ ଜାନୁଆରୀ ୨୬ ଓ ସରସ୍ୱତୀ ପୂଜା ପାଇଁ ନୋଟିସ ଜାରି ହୋଇଥିଲା । ଯାହାକୁ କପି କରି କେହି ଦୁର୍ବୁର୍ତ୍ତ ତାହାକୁ ଭାଇରାଲ କରିଥିବା କଲେଜ ପ୍ରିନ୍ସିପାଲ ଅନିତା ମାଝୀ ପ୍ରକାଶ କରିଛନ୍ତି । ଏନେଇ ପୋଲିସକୁ ସୂଚନା ଦିଆଯିବ ବୋଲି ମଧ୍ୟ କହିଛନ୍ତି କଲେଜ ଅଧ୍ୟକ୍ଷ । ଏବେ ପ୍ରଶ୍ନ ଉଠୁଛି କିଏ ସେହି ଦୁର୍ବୃତ ଯିଏ ଏଭଳି ଏକ ନୋଟିସକୁ ଭାଇରାଲ କରିଛି । ମହିଳାଙ୍କ ସମ୍ମାନ ହାନୀ ହେଲାଭଳି ଏକ ଆପତିଜନକ ବିଜ୍ଞପ୍ତି । ବିଜ୍ଞପ୍ତି ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଥିଲେ ବି କେହି କିଛି ପଦକ୍ଷେପ ନେଉ ନାହାନ୍ତି କାହିଁକି ।

Leave a Reply

Your email address will not be published. Required fields are marked *