Pratidin TV

Odisha's Digital News Platform

ପଦବୀ ଯିବାପରେ ବଦଳିଲା ନବୀନ ନିବାସର ଚିତ୍ର ।

1 min read

ପରିବର୍ତ୍ତନ ହିଁ ସତ୍ୟତା ଆଉ ରାଜନୀତିରେ ଏହା ଏକ ଧାରା । ଦୀର୍ଘ ୨୪ ବର୍ଷରୁ ଚାଲୁଥିବା ନବୀନ ରାଜୁତିରେ ବିଜେପି ମାରିଛି ଫୁଲଷ୍ଟପ୍ । ଆଉ ବର୍ତ୍ତମାନ ଓଡିଶାରେ ଚାଲଛି ମୋହ ନ ରାଜ୍ । ଆଉ ଏହି ପରିବର୍ତ୍ତନ ଜନତା ପାଇଁ ହିଁ ହୋଇଛି । କିନ୍ତୁ ନବୀନ ବାବୁଙ୍କ ଦୀର୍ଘ ସମୟ ଧରି ମୁଖ୍ୟମନ୍ତ୍ରୀ ରହିଥିବାରୁ ତାଙ୍କୁ ଭୁଲୁପାରୁନାହନ୍ତି ଓଡିଶାବାସୀ । ଏବେ ନବୀନଙ୍କ ପରାଜୟ ପରେ ତାଙ୍କୁ ଝୁରି ହେଉଛନ୍ତି ତାଙ୍କରି ଅତିପ୍ରିୟ ରାଜ୍ୟବାସୀ ।

ଗଣତନ୍ତ୍ର ବ୍ୟବସ୍ଥାରେ ନିର୍ବାଚନ ଏମିତି ଏକ ପ୍ରକ୍ରିୟା ଯେଉଁଠି ଜନତା ହିଁ ସବୁକିଛି, ଜନତା ହିଁ ଜନାର୍ଦ୍ଦନ । ଜନତା ଚାହିଁଲେ ସରକାର ହେବ, ଜନତା ନଚାହିଁଲେ ସରକାର ଭାଙ୍ଗିଯିବ ।

Advertisement

ସେହି କ୍ରମରେ ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀ ପଦ ଯିବା ପରେ ବଦଳିଛି ନବୀନ ନିବାସର ଚିତ୍ର । ବିଜେଡି ସରକାର କ୍ଷମତାରୁ ବାହାରିବା ପରେ ଏବଂ ନୂଆ ସରକାର ଶପଥ ନେବାର ଠିକ୍ ଦିନକ ପରେ ହିଁ ନବୀନ ନିବାସରେ କିମିଛି ସୁରକ୍ଷାକର୍ମୀଙ୍କ ସଂଖ୍ୟା । ଏହା ସହ ନବୀନ ନିବାସରେ ଥିବା ଅସ୍ଥାୟୀ ପୋଲିସ କ୍ୟାମ୍ପକୁ ଉଠାଯାଇଛି ।ନବୀନ ନିବାସ ଆଗରେ କରାଯାଇଥିବା ପୋଲିସ କ୍ୟାମ୍ପର ସାମଗ୍ରୀକୁ ମଧ୍ୟ ବାହାର କରାଯାଇଛି ।

Leave a Reply

Your email address will not be published. Required fields are marked *