Pratidin TV

Odisha's Digital News Platform

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା : ମହିଳା ମାନଙ୍କୁ ବିନା ସୁଧରେ ମିଳିବ ୫ ଲକ୍ଷ ଟଙ୍କାର ଋଣ

1 min read

ଭୁବନେଶ୍ୱର : ଏଣିକି ମା’ମାନେ ସଶକ୍ତ ହେବେ , ସ୍ୱାବଲମ୍ବି ହେବେ ଆତ୍ମର୍ନିଭର ହୋଇ ଆଗକୁ ବଢିବେ ।ଘରର ଚାରି କାନ୍ଥ ଭିତରୁ ମୁକୁଳି ସବୁ କ୍ଷେତ୍ରରେ ନିଜକୁ ସ୍ୱୟଂ ସମ୍ପୂର୍ଣ୍ଣା ଏବଂ ଶ୍ରେଷ୍ଠ ଭାବେ ପ୍ରତିଷ୍ଠିତ କରିବେ । ରାଜ୍ୟର ମହିଳା ମାନଙ୍କୁ ସାମଗ୍ରିକ ଭାବେ ସଶକ୍ତ କରାଇ ସେମାନଙ୍କୁ ଆତ୍ମର୍ନିଭରଶୀଳ ଭାବେ ଗଢି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ କୁମାର ପଟ୍ଟନାୟକ ସମ୍ପୂର୍ଣ୍ଣ ପ୍ରତିବଦ୍ଧତାର ସହ କାର୍ଯ୍ୟ କରି ଆସୁଛନ୍ତି । ଏହି କ୍ରମରେ ଗତକାଲି ଅର୍ଥାତ୍ ଡିସେମ୍ବର ମାସ ୨୯ ତାରିଖ ଦିନ ମୁଖ୍ୟମନ୍ତ୍ରୀ ରାଜ୍ୟର ୭୦ ଲକ୍ଷ ମା’ମାନଙ୍କ ପାଇଁ ଆଉ ଏକ ବଡ ଘୋଷଣା କରିଛନ୍ତି ।

୨୦୨୨ ଅପ୍ରେଲ ପହିଲାରୁ ଲଙ୍କଜ୍ଞର ହେବ ନୂଆ ଋଣ ବ୍ୟବସ୍ଥା । ୫ ବର୍ଷ ଭିତରେ ୫୦ ହଜାର କୋଟି ଟଙ୍କାର ଋଣ ପ୍ରଦାନ କରିବାର ଲକ୍ଷ ରଖିଛନ୍ତି ପ୍ରଧାନମନ୍ତୀ । ମିସନ ଶକ୍ତି ମାଧ୍ୟମରେ ମା ମାନଙ୍କୁ ଏଣିକି ୩ ଲକ୍ଷ ଟଙ୍କା ପରିବର୍ତ୍ତେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ବିନା ସୁଧରେ ଯୋଗାଇ ଦିଆଯିବ ବୋଲି ମଖ୍ୟମନ୍ତ୍ରୀ ଗତ ମଙ୍ଗଳବାର ଦିନ ଘୋଷଣା କରିଛନ୍ତି । ୨୦୨୨ ମସିହା ଅପ୍ରେଲ ମାସ ପହିଲାରୁ ଏହି ନୂତନ ଋଣ ବ୍ୟବସ୍ଥା ଲାଗୁ ହେବ । ଏହାକୁ ଏକ ଯୁଗାନ୍ତକାରୀ ପଦକ୍ଷେପ ରୂପେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହାଦ୍ୱାରା ଆମର ମିଶନ ଶକ୍ତି ମା ମାନେ ଏସଏଚଜିରୁ ଏସଏମଇ ବା କ୍ଷୁଦ୍ର ବା ମଧ୍ୟମ ଉଦ୍ୟୋଗୀ ଭାବରେ ନିଜକୁ ପ୍ରତିଷ୍ଠିତ କରିପାରିବେ । ଆମର ଲକ୍ଷ ଲକ୍ଷ ମା ମାନେ ଅଧିକ ଟଙ୍କାର ଋଣ ନେଇ ବଡ ବଡ ବ୍ୟବସାୟ କରିପାରିବେ ।

Advertisement

ମୁଖ୍ୟମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ଯେ ଓଡିଶାର ରୂପାନ୍ତରଣ କ୍ଷେତ୍ରରେ ମା’ ମାନେ ହେଉଛନ୍ତି ଅଭିନ୍ନ ଅଙ୍ଗ । ଏହି ନିଷ୍ପତ୍ତି ସେମାନଙ୍କୁ ସଶକ୍ତ କରିବାରେ ଓ ସ୍ଥାନୀୟ ଅର୍ଥନୀତିକୁ ପ୍ରୋତ୍ସାହିତ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ । ଆଗାମୀ ୫ ବର୍ଷ ମଧ୍ୟରେ ମିଶନ ଶକ୍ତି ଗ୍ରୁପ ମାନଙ୍କୁ ପ୍ରାୟ ୫୦ ହଜାର କୋଟି ଟଙ୍କାର ଋଣ ୍େ‌ଯାଗାଇ ଦେବା ପାଇଁ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି ।

Leave a Reply

Your email address will not be published. Required fields are marked *