Pratidin TV

Odisha's Digital News Platform

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା ; ମେୟର ପାଇବେ ୫୦ ହଜାର ଦରମା ।

1 min read

ରାଜ୍ୟ ସରକାର କଲେ ବଡ ଘୋଷଣା । ପୂର୍ବରୁ ରାଜ୍ୟ ସରକାର ପଞ୍ଚାୟତିରାଜ ପ୍ରତିନିଧିଙ୍କ ଦରମା ବୃଦ୍ଧି କରିଥିବା ବେଳେ ଆଜି ପୌରାଞ୍ଚଳଗୁଡ଼ିକର ନିର୍ବାଚିତ ପ୍ରତିନିଧିଙ୍କ ଦରମା ବୃଦ୍ଧି କରିଛନ୍ତି। ମହାନଗର ନିଗମ, ମ୍ୟୁନିସିପାଲିଟି ଓ ବିଜ୍ଞପିତ ଅଞ୍ଚଳ ପରିଷଦର ମେୟର, ଡେପୁଟି ମେୟର, ଅଧ୍ୟକ୍ଷ, ଉପାଧ୍ୟକ୍ଷ, କର୍ପୋରେଟର ଓ କାଉନସିଲରଙ୍କ ଭତ୍ତା ଓ ପାରିତୋଷିକ ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଆଜି ହୋଇଥିବା ଘୋଷଣା ଅନୁଯାୟୀ, ମେୟରଙ୍କ ଦରମା ୫୦ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଏଥିସହ ବର୍ଦ୍ଧିତ ଦରମାର ଆକାରରେ ଡେପୁଟି ମେୟର ପାଇବେ ୨୦ ହଜାର ଟଙ୍କା। ପୌର ପରିଷଦ ଅଧ୍ୟକ୍ଷଙ୍କ ଦରମା ୧୫ ହଜାରକୁ ବୃଦ୍ଧି ପାଇଥିବା ବେଳେ ପୌର ପରିଷଦ ଉପାଧ୍ୟକ୍ଷ ଏଣିକି ପାଇବେ ୧୦ ହଜାର ଟଙ୍କା। ମହାନଗର ନିଗମ ମେୟରମାନେ ପୂର୍ବରୁ ପାରିତୋଷିକ ଭାବେ ୮ ହଜାର ଟଙ୍କା ପାଉଥିବା ବେଳେ ଏହାକୁ ସଂଶୋଧନ କରାଯାଇ ୫୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ଡେପୁଟି ମେୟରଙ୍କ ପାରିତୋଷିକ ମାସକୁ ୫ ହଜାରରୁ ୨୦ ହଜାରକୁ ବୃଦ୍ଧି କରାଯାଇଛି। ପୌର ପରିଷଦ ଅଧ୍ୟକ୍ଷଙ୍କ ପାରିତୋଷିକ ମାସକୁ ୧୫୦୦ ଟଙ୍କାରୁ ୧୫ ହଜାର ଟଙ୍କା ଓ ଉପାଧ୍ୟକ୍ଷଙ୍କ ପାରିତୋଷିକ ୧୨୦୦ରୁ ୧୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି।

Advertisement

ମହାନଗର ନିଗର କର୍ପୋରେଟରମାନେ ପ୍ରତି ବୈଠକ ପାଇଁ ଭତ୍ତା ବାବଦକୁ ୭ ଶହ ଟଙ୍କା ପାଉଥିବା ବେଳେ ଏବେ ଏହାକୁ ୨ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ବିଭିନ୍ନ ପୌର ପରିଷଦ ଓ ଏନଏସିର କାଉନସିଲରଙ୍କ ଭତ୍ତା ୧୫୦ ଟଙ୍କାରୁ ୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଏହାବାଦ ମହାନଗର ନିଗମର ଷ୍ଟାଣ୍ଡିଂ କମିଟି ସଦସ୍ୟମାନଙ୍କୁ ବୈଠକ ସମୟରେ ଦୈନିକ ୨ ଶହ ଟଙ୍କା ଭତ୍ତା ମିଳିବ।

Leave a Reply

Your email address will not be published. Required fields are marked *