ଓଡିଆଙ୍କ ପରିଚୟ ଦେଲେ ନବୀନ ; ନାମାଙ୍କନ ଭରିବା ପୂର୍ବରୁ ମା ତାରାତାରିଣୀଙ୍କ ପୀଠରେ ପହଞ୍ଚି ନେଲେ ଆର୍ଶୀବାଦ୍
1 min readଓଡିଶା ବାସୀଙ୍କ ଗର୍ବ ଗୌରବ ନବୀନ । ଆଜି ପୁଣି କିଛି ଏଭଳି କାମ କରିଛନ୍ତି ଯାହାକୁ ନେଇ ଓଡିଶାବାସୀଙ୍କ ମନ ଖୁସିରେ ଭରିଯାଇଛି । ଆଜି ଓଡିଆର ପରିଚୟ ଦେଇଛନ୍ତି ନବୀନ । କିଛି ଶୁଭ କାମ ପୂର୍ବରୁ ଆମେ ଓଡିଆ ସବୁବେଳେ ନିଜ ଇଷ୍ଟଦେବୀ ତଥା ଭଗବାନଙ୍କ ଆର୍ଶୀବାଦ ନେଇଥାନ୍ତି । ସେହିଭଳି ଆଜି ନବୀନ ନାମାଙ୍କନ ପତ୍ର ଦାଖଲ ପୂର୍ବରୁ ମାଆ ତାରାତାରିଣୀ ମନ୍ଦିରରେ ପହଁଚିଥିଲେ । ସେଠାରେ ତାଙ୍କ ସହ ଉପସ୍ଥିତ ଥିଲେ ବିଜେଡି ନେତା ଭିକେ ପାଣ୍ଡିଆନ୍ । ମାଆଙ୍କ ମନ୍ଦିରରେ ପ୍ରାୟ ୧୦ ମିନିଟ୍ ରହି ପୂଜାର୍ଚ୍ଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ବରିଷ୍ଠ ସେବାୟତଙ୍କ ସହ ଆଲୋଚନା ବି କରିଛନ୍ତି । ପରେ ଛତ୍ରପୁର ଉପ-ଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ପହଁଚିଥିଲେ ।