Pratidin TV

Odisha's Digital News Platform

ହସି ହସି ଗାଡି ଛାଡିଲେ ନବୀନ , ଏଇ ବୋଧେ ଓଡିଆ ପୁଅର ପରିଚୟ ।

1 min read

ଇତିହାସ ରଚିବା ବଦଳରେ ଇତିହାସ ପାଲଟିଯାଇଛନ୍ତି ନବୀନ ପଟ୍ଟନାୟକ । ମନରେ ଦୁଃଖ ମୁହଁରେ ହସ ରଖି ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ନବୀନ ପଟ୍ଟନାୟକ । ନିଜ ଦୁଃଖ ସମୟରେ ଓଡିଶାବାସୀଙ୍କୁ ଏକ ବଡ ଶିକ୍ଷା ଦେଇଛନ୍ତି ନବୀନ । କିଭଳି ଦୁଃଖ ସମୟରେ ବିଚଳିତ ନହୋଇ ସ୍ଥିର ଧର୍ଯ୍ୟତା ସହ ମୁହଁରେ ହସ ଫୁଟାଇ ସବୁ ସହିନେଇଛନ୍ତି ନବୀନ । ଆଉ ପରିବର୍ତ୍ତନକୁ ସେ ମଧ୍ୟ ଆପଣାଇନେଇଛନ୍ତି । ଗୋଟେ ହାତରେ ନିଜର ଇସ୍ତଫା ପତ୍ର ଆଉ ଗୋଟେ ପଟେ ଓଡିଶାବାସୀଙ୍କ ଭଲ ପାଇବା ଯେଉଁ ଭଲପାଇବା ଦୀର୍ଘ ୨୪ ବର୍ଷ ଧରି ନବୀନଙ୍କ ସହ ଥିଲା ।

ସେ ବନ୍ୟା ହେଉକି ବାତ୍ୟା , ଅକାଳ ବିୟୋଗ ହେଉକି ଆକସ୍ମିକ ଦୁର୍ଘଟଣା ସବୁବେଳେ ଖୋଜା ପଡୁଥିଲା ନବୀନ ବାବୁଙ୍କୁ । ଦୁଃଖୀଙ୍କ ଲୁହ ଗରିବଙ୍କ ଡାକରେ ତୁରନ୍ତ ହାଜର ହେଇଯାଉଥିଲେ ନବୀନ ଆଉ ପରେ ପରେ ଘୋଷଣା ହେଉଥିବା ସହାୟତା ରାଶି । କିନ୍ତୁ ସେ ସବୁରେ ଆଜି ପୂର୍ଣ୍ଣଛୈଦ ପଡିଛି । ନବୀନ ଗୋଟେ ନା ନୁହଁ ଗରିବଙ୍କ ଆଶାବାଢି ଥିଲେ ଆଉ ଆଜି ସବୁଦିନ ପାଇଁ ସେ ଆଶାବାଢି ହାତରୁ ହଜିଯାଇଛି ।

Advertisement

Leave a Reply

Your email address will not be published. Required fields are marked *