Pratidin TV

Odisha's Digital News Platform

ନବୀନଙ୍କ ମନରେ ଏବେବି ପାଣ୍ଡିଆନ୍ , ଶେଷରେ ଖୋଲିଦେଲେ ମୁହଁ …

1 min read

ଦୀର୍ଘ ୨୪ ବର୍ଷ ପରେ ବଦଳିଛି ଓଡିଶାର ଇତିହାସ । ଓଡିଶାରେ ବିଜୁ ଜନତା ଦଳର ଶାସନ ଅବଧି ଶେଷ ହୋଇଛି ଆଉ ଏବେ ଚାଲିଛି ମୋହନ ରାଜ୍ । ନିର୍ବାଚନ ପରାଜୟ ପରେ ଭିକେ ପାଣ୍ଡିଆନଙ୍କୁ ନେଇ ଚାରିଆଡେ ବିରୋଧର ସ୍ୱର ଉଠିଥିଲା । ବିଭିନ୍ନ ମହଲରୁ ପାଣ୍ଡିଆନଙ୍କୁ ସମାଲୋଚନା କରିଥିଲେ ।

ଆଉ ଏସବୁ ଭିତରେ ବିଜୁ ଜନତା ଦଳ ନାମରେ ହେଉଥିବା ଚର୍ଚ୍ଚା ଆଉ ସମାଲୋଚନା ଉପରେ ଆଜି ମୁହଁ ଖୋଲିଛନ୍ତି ନବୀନ । ଦଳର ପତନ ପାଇଁ ଭିକେ ପାଣ୍ଡିଆନଙ୍କୁ ଦୋଷ ଦେଉଥିବା ସମାଲୋଚକଙ୍କ ମୁହଁ ବନ୍ଦ କରେଇଦେଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ । ନିକଟରେ ପାଣ୍ଡିଆନଙ୍କୁ ନେଇ ଏକ ଇଂରାଜୀ ଦୈନିକ ଖବର କାଗଜରେ ପ୍ରକାଶିତ ଖବରକୁ ଖଣ୍ଡନ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ଖବରକୁ ସମ୍ପୂର୍ଣ୍ଣ ମିଥ୍ୟା ଓ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହି ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି ନବୀନ । ସେ ସୋସିଆଲ ମିଡିଆରେ ଲେଖିଛନ୍ତି କି, ‘ମୁଁ ପୂର୍ବରୁ ବି କହିଥିଲି ପାଣ୍ଡିଆନ ରାଜ୍ୟ ଓ ଦଳ ପାଇଁ ନିଷ୍ଠାପର ଭାବେ କାମ କରିଥିଲେ । ସଂପୂର୍ଣ୍ଣ ସମର୍ପଣ ମନୋଭାବ, ଦକ୍ଷତା ଓ ନିଷ୍ଠାର ସହ ସେବା କରିଛନ୍ତି ବୋଲି କହିଛନ୍ତି ନବୀନ ।

Leave a Reply

Your email address will not be published. Required fields are marked *