Pratidin TV

Odisha's Digital News Platform

ପ୍ରଚାର ପାଇଁ ୪ ଜିଲ୍ଲା ବୁଲିବେ ନବୀନ ।

1 min read

ଆରମ୍ଭ ହେଲା ନବୀନଙ୍କ ପ୍ରଚାର । ଆଜି ନିର୍ବାଚନ ପ୍ରଚାର ପାଇଁନିଜେ ସୁପ୍ରିମୋ ୪ ଜିଲ୍ଲା ଗସ୍ତ କରିବେ । ପ୍ରଥମେ କୋରାପୁଟ, ପରେ ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଜିଲ୍ଲାକୁ ଯିବେ। ପୂର୍ବାହ୍ନରେ କୋରାପୁଟ ଓଏମପି ପଡ଼ିଆରେ ଜନସଭାରେ ଉଦବୋଧନ ଦେବେ। ଏହାପରେ ନବରଙ୍ଗପୁର ମାଝିଗୁଡ଼ା ଗ୍ରାଉଣ୍ଡରୁ ଆରମ୍ଭ ହେବ ନବୀନଙ୍କ ରାଲି ।

ଏହା ପରେ ଅପରାହ୍ଣରେ ରାୟଗଡ଼ା ଟିକିରି ମୁସୁରିପଲ୍ଲାର ଛକ ଠାରେ ସାଧାରଣ ସଭାରେ ଯୋଗ ଦେବେ ସୁପ୍ରିମୋ । ପରେ ପରେ ସେ ଗଜପତିର ପାରଳାଖେମୁଣ୍ଡି ଷ୍ଟାଡିୟମରେ ଜନସାଧାରଣଙ୍କୁ ସମ୍ବୋଧନ କରିବେ। ଆଜି ପ୍ରଥମ ପର୍ଯ୍ୟାୟରେ ବିଜେଡି ପ୍ରାର୍ଥୀଙ୍କ ଲାଗି ଏହି ୪ଟି ଜିଲ୍ଲା ବୁଲିବେ ନବୀନ ।

Advertisement

Leave a Reply

Your email address will not be published. Required fields are marked *