Pratidin TV

Odisha's Digital News Platform

ସାମନ୍ଥା ଙ୍କ ପରେ ନାଗାଙ୍କ ବଧୂ ସାଜିବେ ଶୋଭିତା, ଆରମ୍ଭ ହେଲା ହଳଦୀ ରସମ୍..

1 min read

ଦ୍ଵିତୀୟ ଇନିଂସ ଆରମ୍ଭ କାଇବାକୁ ଯାଉଛନ୍ତି ସାଉଥ୍ ଅଭିନେତା ନାଗା ଚୈତନ୍ୟ ଖୁବ୍ ଶୀଘ୍ର ଅଭିନେତ୍ରୀ ଶୋଭିତା ଧୁଲିପାଲାଙ୍କ ସହ ବିବାହ କରିବା ପାଇଁ ଯାଉଛନ୍ତି । ଅଗଷ୍ଟରେ ନିର୍ବନ୍ଧ ସରିଥିଲା। ଏବେ ପଡିବ ହାତଗଣ୍ଠି। ଯେଉଁଥପାଇଁ ଏବେଠୁ ଉଭୟଙ୍କ ବିବାହ ସମାରୋହର ରୀତିନୀତି ମଧ୍ୟ ଆରମ୍ଭ ହୋଇଯାଇଛି । ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ନାଗା ଚୈତନ୍ୟଙ୍କ ସହ ନିର୍ବାନ୍ଧର ଦୁଇ ମାସ ପରେ ଏବେ କନିଆଁ ସାଜିବେ ଶୋଭିତା। ଏଥିପାଇଁ ତାଙ୍କ ଘରେ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। ଏନେଇ ଖୋଦ ସୂଚନା ଦେଇଛନ୍ତି ଅଭିନେତ୍ରୀ। ନିଜ ଇନ୍‌ଷ୍ଟାଗ୍ରାମରେ ଏହାର କିଛି ଫଟୋ ଶେୟାର କରିଛନ୍ତି ଶୋଭିତା।

Advertisement

ଶୋଭିତ ଧୁଲିପାଲା ନିଜ ଇନ୍‌ଷ୍ଟାଗ୍ରାମରେ ପ୍ରି-ଓ୍ୱେଡିଂର କିଛି ଫଟୋ ଶେୟାର କରିଛନ୍ତି,। ଏଥିରେ ସେ ପୂରା ଟ୍ରାଡିସନାଲ ଗେଟ୍‌ଅପ୍‌ରେ ନଜର ଆସିଛନ୍ତି। ସେ ନିଜ ବିବାହ ପୂର୍ବ ରୀତିନୀତିର କିଛି ଝଲକ୍‌ ମଧ୍ୟ ଦେଖାଇଛନ୍ତି। ଶୋଭିତା ଏକ ସୁନ୍ଦର ନିଳ ପଟି ଥିବା ନାରଙ୍ଗୀ ରଙ୍ଗର ସାଉଥ ଇଣ୍ଡିଆନ୍‌ ଶାଢ଼ି ପିନ୍ଧିଥିବା ନଜର ଆସିଛନ୍ତି। ଏଥିସହ ଗଳାରେ ସୁନାର ହାର, ଗଜରା ଓ ଚୁଡି ମଧ୍ୟ ପିନ୍ଧିଛନ୍ତି । ଫଟୋ ସେ ନିଜ ପରିବାର ଲୋକଙ୍କ ଗହଣରେ ଥିବା ଦେଖିବାକୁ ମିଳିଛି।

ଶୋଭିତା ଧୁଲିପାଲା ଚିତ୍ରରେ ନିଜ ସାଙ୍ଗମାନଙ୍କ ସହିତ ହସୁଥିବା ନଜର ଆସିଛନ୍ତି। ଏହି ଫଟୋକୁ ଶେୟାର କରି ସେ ତେଲୁଗୁରେ ଲେଖିଛନ୍ତି, ‘ଗୋଦୁମା ରାୟ ପାସୁପୁ ଡାନଚାଥମ୍ … ଏବଂ ଏହାଠାରୁ ଆରମ୍ଭ ହେଲା!’ ଆନ୍ଧ୍ରରେ ପାସୁପୁ କୋଟାୟମ ସମାରୋହ ବିବାହ ପୂର୍ବରୁ ଏବଂ ବିବାହ ବନ୍ଧନରେ ଆବଦ୍ଧ ହେବା ପରେ ହୋଇଥାଏ। ଏହାକୁ ହଳଦୀ କୁଟା କାର୍ଯ୍ୟକ୍ରମ ମଧ୍ୟ କୁହାଯାଏ। ଶୋଭିତାଙ୍କ ଏହି ଫଟୋଗୁଡିକୁ ତାଙ୍କ ଫ୍ୟାନ୍‌ମାନେ ବେଶ୍‌ ପସନ୍ଦ କରିଛନ୍ତି।

କହିରଖୁ ଯେ ଶୋଭିତା ଧୁଲିପାଲାଙ୍କ ସହ ନାଗା ଚୈତନ୍ୟଙ୍କ ଏହା ଦ୍ୱିତୀୟ ବିବାହ । ଏହାପୂର୍ବରୁ ସେ ଦକ୍ଷିଣ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁଙ୍କୁ ବିବାହ କରିଥିଲେ।୨୦୧୭ରେ ନାଗା ଚୈତନ୍ୟ ସମନ୍ଥା ରୁଥ ପ୍ରଭୁଙ୍କୁ ବିବାହ କରିଥିଲେ। ତେବେ ୪ ବର୍ଷ ପରେ ୨୦୨୧ରେ ଉଭୟଙ୍କ ଛାଡ଼ପତ୍ର ହୋଇଥିଲା।

Leave a Reply

Your email address will not be published. Required fields are marked *