ପୋଖରୀରେ ଫସିଗଲେ ପର୍ଯ୍ୟଟନ ମନ୍ତ୍ରୀ , ବାହାରକୁ ବାହର କରିବା ପାଇଁ ଲୋଡାହେଲା ଜେସିବି ..
1 min readପୋଖରୀ ଭିତରେ ଫସିଗଲେ ପର୍ଯ୍ୟଟନ ମନ୍ତ୍ରୀ । ଯେତେ ଚେଷ୍ଟା କଲେ ବି ସେହି ପାଣି ଭିତରୁ ବାହରକୁ ବାହାରି ପାରିନଥିଲେ । ତାଙ୍କର ଓଜନ ଏତେ ଅଧିକା ଯେ ସହକର୍ମୀ ମାନେ ମଧ୍ୟ ଉଠାଇ ପାରିଲେ ନାହିଁ । ଶେଷରେ ମନ୍ତ୍ରୀଙ୍କୁ ବାହାର କରିବା ପାଇଁ ଦରକାର ପଡିଲା ଜେସିବି । ଯାହାକୁ ଦେଖି ମନ୍ତ୍ରୀ ବି କହି ପକାଇଥିଲେ ଆଜି ଜେସିବିରେ ହେବ ଭାଗ୍ୟ ପରୀକ୍ଷା । ଏହି ମନ୍ତ୍ରୀ ଜଣକ ହେଉଛନ୍ତି ନାଗାଲାଣ୍ଡର ପର୍ଯ୍ୟଟନ ମନ୍ତ୍ରୀ ତଥା ଭାଜପା ନେତା ତେମଜନ ଆମୋନ ଆଲୋଙ୍ଗ ।
ତେମଜନ ତାଙ୍କ ସୋଶିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଯାହା ଏବେ ଖୁବ୍ ଭାଇରଲ ହେବାରେ ଲାଗିଛି । ତେବେ ସେହି ଭିଡିଓ ରେ ପର୍ଯ୍ୟଟନ ମନ୍ତ୍ରୀ ପୋଖରୀରେ ଫସିଥିବା ଦେଖିବାକୁ ମିଳିଛି । ଶତ ଚେଷ୍ଟା ପରେ ବି ସେଠାରେୁ ସେ ବାହାରି ପାରିନଥିଲେ । ଶେଷରେ ତାଙ୍କୁ ଆସି ଜେସିବି ଉଠାଇଥିଲା । ତେବେ ସେହି ସମୟର ଭିଡିଓକୁ କଏଦ କରି ସେ ସୋଶିଆଲ ମିଡିଆରେ ସେୟାର କରିଥିଲେ । ଭିଡିଓ ସେୟାର କରି ସେ କହିଛନ୍ତି ମୁଁ ସବୁଠୁ ବଡ ମାଛ । ମୁଁ ପାଣିରେ ଏତେ ବଡ କିପରି ହେଇଗଲି ମୁଁ ଜାଣି ପାରୁନି । ତେବେ ଦୀର୍ଘସମୟ ଚେଷ୍ଟା ପରେ ସେ ପାଣିରୁ ବାହାରିଥିଲେ । ପାଣିରୁ ବାହାରିବା ପରେ ସେ ପ୍ରଥମେ ତାଙ୍କ ଚୌକିକୁ ଖୋଜିଥିଲେ ।