ଆନ୍ଧ୍ରରେ ନାଇଡୁ ସରକାର, ୪ର୍ଥ ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଚନ୍ଦ୍ରାବାବୁ
1 min readଆନ୍ଧ୍ରରେ ଆଜିଠାରୁ ନାଇଡୁ ସରକାର | ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ବେଳେ ଚନ୍ଦ୍ରାବାବୁ ନାଇଡୁ | ପାଦ ଓ ଗୋପନୀୟତାର ଶପଥପାଠ କରାଇଲେ ରାଜ୍ୟପାଳ | ପୂର୍ବାହ୍ନରେ କ୍ରିଷ୍ଣା ଜିଲ୍ଲାର ଗଣାଭରମ ଅନ୍ତର୍ଗତ କେଶରପଲ୍ଲୀ ଆଇଟି ପାର୍କରେ ଆୟୋଜିତ ଶପଥ ସମାରୋହରେ ଶପଥ ନେଇଛନ୍ତି | ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ।
ସୂଚନା ଅନୁଯାୟ, କ୍ରିଷ୍ଣା ଜିଲ୍ଲାର ଗଣାଭରମ ଅନ୍ତର୍ଗତ କେଶରପଲ୍ଲୀ ଆଇଟି ପାର୍କରେ ଆୟୋଜିତ ଶପଥ ସମାରୋହରେ ଶପଥ ନେଇଛନ୍ତି ଚନ୍ଦ୍ରାବାବୁ ନାଇଡୁ | ରାଜ୍ୟପାଳ ଏସ୍ ଅବ୍ଦୁଲ ନଜିର ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହ ସାମିଲ ହୋଇଛନ୍ତି। ଶପଥ ନେବା ପରେ ତାଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଆଲିଙ୍ଗନ କରି ଶୁଭେଚ୍ଛା ଜଣାଇଛନ୍ତି। ସେହିପରି ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ପବନ କଲ୍ୟାଣ |