Pratidin TV

Odisha's Digital News Platform

ମୃତ୍ୟୁକୁ ଜୟ କରି ହେଲା ବିଜୟିନି, ହସ୍ପିଟାଲରେ ପାଳନ ହେଲା ଏକୋଇଶିଆ…

1 min read

କଥାରେ ଅଛି ରଖେ ହରି ତ ମାରେ କିଏ, ଅ।।ଉ ମାରେ ହରି ତ ରଖେ କିଏ । ମୃତ୍ୟୁକୁ ଜୟ କରି ବୋରୱେଲ୍‌ରୁ ଉଦ୍ଧାର ହୋଇଥିବା ଶିଶୁକନ୍ୟାର ନାଁ ହେଲା ବିଜୟିନି । ଇଏ ହେଉଛି ସେଇ ଶିଶୁ ଯିଏକି ଜନ୍ମ ହେବା ପରେ ଅଲୋଡା ହୋଇଥିଲା । ଯାହାକୁ ତାର ମା ଏକ ପରିତ୍ୟକ୍ତ ବୋରୱେଲ ଭିତରେ ଫୋପାଡି ଚାଲିଯାଇଥିଲା । ଆଉ ଆଜି ସେଇ ସମ୍ବଲପୁର ରେଙ୍ଗାଲି ଲାରିପାଲି ବୋରୱେଲରୁ ଉଦ୍ଧାର ହୋଇଥିବା କୋମଳମତି ଶିଶୁ କନ୍ୟାର ବୁର୍ଲା ଭୀମସାର ହେଲା ନାମକରଣ । ବୁର୍ଲା ଭୀମସାର ପକ୍ଷରୁ ଆଜି ଶିଶୁଟିର ଏକୋଇଶିଆରେ ନାମକରଣ କରାଯାଇ ତାର ନାଁ ବିଜୟିନୀ ରଖାଯାଇଛି । ମା’ ଜଣେ ସ୍ନେହି ହୋଇଥିବା ବେଲେ ଏହି ଶିଶୁକନ୍ୟାର ମା’ କେମିତି ଏତେ ନିର୍ଦ୍ଦୟ ପାଲଟିଗଲା । ଯେତେବେଳେ ଶିଶୁଟିର ତଣ୍ଟି ଶୁଖିଯାଉଥିଲା ଆଉ ଜୀବନ ମୃତ୍ୟୁ ସହ ସଂଗ୍ରାମ କରି ସେହି ବୋରୱେଲ ଭିତରେ ଚିତ୍କାର କରୁଥିଲା ସେତେବେଳେ ତାର କାନ୍ଦ କଣ ସେଇ ମାର କାନରେ ଟିକେ ବାଜିନଥିଲା । ତେବେ ଶିଶୁଟିକୁ କିଏ ଓ କାହିଁକି ଏପରି ଫିଙ୍ଗିଦେଇଥିଲା ସେନେଇ ବର୍ତ୍ତମାନ ସୁଦ୍ଧା କୌଣସି ଖବର ମିଳିପାରିନଥିବା ବେଳେ, ସେନେଇ ଏବେ ତଦନ୍ତ ଜାରି ରହିଛି ।

ସୂଚନା ଅନୁସାରେ, ଗତ ଦୁଇ ସପ୍ତାହ ପୂର୍ବରୁ ଲାରିପାଲି ଅଞ୍ଚଳରେ ଥିବା ୨୦ ଫୁଟର ବୋରୱେର ଭିତରୁ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଥିଲା । ଓଡ୍ରାଫ୍‌, ଅଗ୍ନୀଶମ ବାହୀନୀଙ୍କ ସାତ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଶିଶୁକୁ ବୋରୱେଲ ଭିତରୁ ଉଦ୍ଧାର କରାଯାଥିଲା । ପରେ ୫ ଜଣିଆ ଡାକ୍ତରୀ ଟିମ୍ ଶିଶୁଟିର ଚିକିତ୍ସା କରିଥିଲେ । କିନ୍ତୁ ଶିଶୁର ଶରୀରରେ ଦେଖାଯାଇଥିବା ସମସ୍ତ ପ୍ରକାରର ସମସ୍ୟାକୁ ନେଇ ଚିନ୍ତାରେ ପଡିଯାଇଥିଲେ ଡାକ୍ତରିଟମ୍ । ଶେଷରେ ଭଗବାନ ସାହା ହେବାରୁ ଏବେ ଶିଶୁଟି ସମ୍ପୁର୍ଣ୍ଣ ଭାବରେ ସୁସ୍ଥ ଅଛି ।

Advertisement

Leave a Reply

Your email address will not be published. Required fields are marked *