Pratidin TV

Odisha's Digital News Platform

କୃଷକମାନଙ୍କ ସମର୍ଥନରେ ନାନା ପାଟେକର…କହିଲେ ମାଗିବା ସମୟ ଶେଷ ସରକାର ବାଛିବା ସମୟ ଆରମ୍ଭ

1 min read

ଦେଶରେ ଚାଲିଥିବା କୃଷକ ଆନ୍ଦୋଳନ ଚାଲିଥିବା ବେଳେ ବଲିଉଡ ଅଭିନେତା ନାନା ପାଟେକର କରିଛନ୍ତି ଏଣ୍ଟ୍ରି | କୃଷକମାନଙ୍କ ସମର୍ଥନରେ ଦେଇଛନ୍ତି ବଡ ମନ୍ତବ୍ୟ | ନାନା ପାଟେକର କହିଥିଲେ କି, ମୋର କୃଷକ ଭାଈମାନେ ନିଜ ଦାବି ଏବେ ଆଉ ସରକାର ଆଗରେ ମାଗ ନାହିଁ | ଏବେ ନିଜେ ସରକାର ଚୟନ କର | ମୁହଁ ଖୋଲିବାର ନୁହେଁ, ଆଙ୍ଗୁଳି ଦବେଇବାର ସମୟ ଆସିଲା | ନାନା କହିଥିଲେ ଯେ, ବର୍ତ୍ତମାନ ସମୟ ଆସିଛି ଯେ କୃଷକମାନେ କିଛି ମାଗିବା ଉଚିତ ନୁହେଁ, ବରଂ ସେମାନେ କେଉଁ ସରକାର ନିଜେ ଆଣିବାକୁ ଚାହୁଁଛନ୍ତି ତାହା ସ୍ଥିର କରିବ ଉଚିତ | ଏହା ସହସେ ରାଜନୀତିରେ ଏଣ୍ଟ୍ରି କରିବା ବିଷୟରେ ମଧ୍ୟ କହିଛନ୍ତି |

ନାନା ପାଟେକର ତାଙ୍କ ମତକୁ ନେଇ ସର୍ବଦା ଚର୍ଚ୍ଚାରେ ରହି ଆସିଥାନ୍ତି | ସେ କୃଷକମାନଙ୍କର ଜଣେ ହିତକାର ଭାବରେ ଥାନ୍ତି | ସେ ସବୁବେଳେ ଚାଷୀଙ୍କ ଉପରେ ହେଉଥିବା ଅତ୍ୟାଚାରରେ ସ୍ୱର ଉତ୍ତୋଳନ କରିଥାନ୍ତି | ଏଥର କୃଷକଙ୍କ ପକ୍ଷ ରଖି ନାନା କହିଛନ୍ତି , ପୂର୍ବରୁ ୮0-୯0 % କୃଷକ ଥିଲେ ବର୍ତ୍ତମାନ ୫0% କୃଷକ ଅଛନ୍ତି | ତେବେ ଏବେ ସରକାରଙ୍କ ଠାରୁ ମାଗିବା ବଦଳରେ କେଉଁ ସରକାର ତମକୁ ଦରକାର ତାହା ସ୍ଥିର କର | ନାନା ନିଜେ ରାଜନୀତିରେ ଏଣ୍ଟ୍ରି କରିବା ନେଇ କହିଥିଲେ, ମୁଁ ରାଜନୀତି କରିପାରିବି ନାହିଁ | କାରଣ ମୋ ପେଟରେ କିଛି ରୁହେନି | ଯାହା ମୋ ପାଟିରେ ଥାଏ ତାହା ମୋ ପାଟିରେ ଥାଏ | ପରେ ଯେଉଁ ଦଳରେ ରହିବି ସେମାନେ ବହିଷ୍କାର କରିଦେବେ | ଏମିତି ଅଲଗା ଅଲଗା ଦଳରୁ ବହିଷ୍କାର ହୋଇ ଚାଲିବ ପରେ ଦଳ ଶେଷ ହେଇଯିବ | କିନ୍ତୁ ଏଠାରେ ଆମେ ଆପଣଙ୍କ ସହ ହୃଦୟରୁ ଆପଣଙ୍କ ସହ ସାମ୍ନାରେ କଥା ହୋଇପାରିବୁ | ଯଦି ଆମକୁ ଖାଦ୍ୟ ଦେଉଥିବା ବ୍ୟକ୍ତିଙ୍କ ବିଷୟରେ ଯଦି ଆମେ ବୁଝିବୁନି, ତେବେ ସରକାର କ’ଣ ବୁଝିବ ?

Advertisement

କୃଷକ ମାନଙ୍କ ସହ କଥା ହେଲା ବେଳେ ନାନା ଆହୁରି କହିଥିଲେ, ମୁ ଆତ୍ମହତ୍ୟା କଲେ ମଧ୍ୟ ମୁଁ ଜଣେ କୃଷକ ଭାବରେ ଜନ୍ମ ହେବାକୁ ଚାହେଁ | କୃଷକ କେବେ ମଧ୍ୟ କହିବ ନାହିଁ ଯେ ମୁଁ ଜଣେ କୃଷକ ଭାବରେ ଜନ୍ମ ହେବାକୁ ଚାହେଁ | ଆମେ ପଶୁମାନଙ୍କର ଭାଷା ବୁଝିପାରୁ କିନ୍ତୁ କୃଷକମାନଙ୍କର ଭାଷା କି ବୁଝି ପାରୁନା |

Leave a Reply

Your email address will not be published. Required fields are marked *