Pratidin TV

Odisha's Digital News Platform

ହ୍ୱାର୍ଟ୍ସଆପ୍ ରେ ନନ୍ଦନକାନନ ଟିକେଟ୍ , ଜାଣନ୍ତୁ କେମିତି କରିବେ ବୁକିଂ …

ଭୁବନେଶ୍ୱର ; ନନ୍ଦନକାନନ ଯିବାକୁ ଚାହୁଁଥିଲେ ଏବେ ଚୁଟ୍‌କିରେ ଟିକେଟ୍ ହେବ ବୁକିଂ । ଆଉ ଲମ୍ବା ଲାଇନ୍‌ରେ ଛିଡା ହୋଇ କରିବାକୁ ପଡିବନାହିଁ ଟିକେଟ୍ ବୁକିଂ । ଗତ ୧୮ ତାରିଖଠାରୁ ଆରମ୍ଭ ହୋଇଛି ଏହି ଅନଲାଇନ୍ ଟିକେଟ୍ ବୁକିଂ ପକ୍ରିୟା । ଆପଣମାନେ ନିଜ ହ୍ୱାର୍ଟ୍ସଆପ୍‌ହିଁ କରେଇ ପାରିବେ ଟିକେଟ୍ ବୁକିଂ । ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପର୍ଯ୍ୟଟକଙ୍କ ସୁବିଧା ପାଇଁ ହ୍ୱାର୍ଟ୍ସଆପରେ ମାଧ୍ୟମରେ ଟିକେଟ ବୁକିଂ ଆରମ୍ଭ କରିଦେଇଛି ।

ପ୍ରଥମ ପ୍ରାଣୀ ଉଦ୍ୟାନ ଭାବେ ନନ୍ଦନକାନନରେ ଏଭଳି ସୁବିଧା କରାଯାଇଛି । ଭାରତର ଅନ୍ୟ କୌଣସି ଚଡ଼ିଆଖାନାରେ ଏଭଳି ସୁବିଧା ନାହିଁ । ହ୍ବାଟସଆଫ୍ ନମ୍ବର ୭୬୭୧୮୪୪୮୫୬ରେ ହାଏ କଲେ ୱେଲକମ ଟୁ ନନ୍ଦନକାନନ ଆସିବ। ଇଂରାଜୀ, ହିନ୍ଦୀ, ଓଡ଼ିଆ ଓ ଅନ୍ୟ ଭାଷାରେ ଆସିବ। ପ୍ରୋସେସ ଅନୁସାରେ ଟିକେଟ କାଟିବେ । ଟିକେଟ କାଉଣ୍ଟରରେ ମଧ୍ୟ ବାରକୋଡ୍ ଲଗାଯାଇଛି । ହ୍ଟାଟସଆପ୍ ଅନ କରି ମୋବାଇଲ କ୍ୟାମେରାରେ ବାରକୋଡ୍କୁ ସ୍କାନ କଲେ ଟିକେଟ କାଟିବାର ପ୍ରସ୍ୟୋଜର ଶୋ କରିବ । କେତେଜଣଙ୍କ ପାଇଁ ଟିକେଟ କଟାଯିବ, ସିଲେକ୍ଟ କଲାପରେ ଅନ ଲାଇନ ମାଧ୍ୟମରେ କେତେଟଙ୍କା କଟିବ ଶୋ କରିବ, ଫୋନ ପେ, ଗୁଗୁଲ ପେ, ପେଟିଏମ ଆଦି ମାଧ୍ୟମରେ ପେମେଣ୍ଟ କଟିବ। ପରେ ପରେ ଟିକେଟ ମେସେଜ ଆସିବ । ମେସେଜ ଦେଖାଇ ନନ୍ଦନକାନ ପ୍ରାଣୀଉଦ୍ୟାନକୁ ପ୍ରବେଶ କରିପାରିବେ ପର୍ଯ୍ୟଟକ।

Leave a Reply

Your email address will not be published. Required fields are marked *