Pratidin TV

Odisha's Digital News Platform

ନନ୍ଦନକାନନକୁ ଆସିଲେ ଅମର-ଅକବର-ଆନ୍ଥୋନି ।

1 min read

ଭୁବନେଶ୍ୱର ; ନନ୍ଦନକାନନକୁ ଆସିଲେ ନୂଆ ଅତିଥି ଅମର-ଅକବର-ଆନ୍ଥୋନି । ଆଜି ନନ୍ଦନକାନନରେ ରେୱା ସିଂହୀ ୩ଟି ଅଣ୍ଡିରା ଛୁଆକୁ ଜନ୍ମ ଦେଇଥିବା ସୂଚନା ମିଳିଛି। ତେବେ ଜନ୍ମ ଦେବା ପରେ ମାଆ ସିଂହୀ ରେୱା ୩ ଛୁଆଙ୍କୁ ଛାଡ଼ି ଦେଇଛି। ସିଂହୀ ୩ ଛୁଆଙ୍କ ଯତ୍ନ ନେଉନଥିବାରୁ ସେମାନଙ୍କୁ ପ୍ରାଣୀ ହସ୍ପିଟାଲର ଓଉଟରେ ରଖାଯାଇଛି। ନନ୍ଦନକାନନ କର୍ତ୍ତୃପକ୍ଷ ୩ଟି ଛୁଆଙ୍କ ଯତ୍ନ ନେଉଛନ୍ତି।

ଦ୍ଵିତୀୟଥର ପାଇଁ ମା’ ହେଲା ସିଂହୀ ରେୱା। ରବିବାର ସିଂହୀ ରେୱା ୩ଟି ଶାବକକୁ ଜନ୍ମ ଦେଇଛି। ପ୍ରଥମ ଶାବକ ସକାଳ ୭ଟା ସମୟରେ ଜନ୍ମ ଦେଇଥିବା ବେଳେ ଅଧ ଘଣ୍ଟା ପରେ ଦ୍ଵିତୀୟ ଶାବକ ଜନ୍ମ ଦେଇଥିଲା। ଏହାପରେ ଦିନ ୩ଟା ୫୦ ମିନିଟରେ ଆଉ ଏକ ଶାବକକୁ ଜନ୍ମ ଦେଇଥିଲା। ତେବେ ସମସ୍ତ ଶାବକ ଅଣ୍ଡିରା ବୋଲି ପ୍ରାଥମିକ ସ୍ତରରେ ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *