Pratidin TV

Odisha's Digital News Platform

ବିଶ୍ୱାସ ନହେଲେ ବି ସତ, ଓଲଟା ଜଳ ପ୍ରବାହିତ ହୋଇ ଲୋକଙ୍କୁ ଆକୃଷ୍ଟ କରୁଛି ଏହି ଜଳପ୍ରପାତ..

1 min read

ଭଗବାନଙ୍କ ଦ୍ୱାରା ସୃଷ୍ଟି ହୋଇଛି ପୃଥିବୀ । ଯେଉଁଠି ରହିଛି ଅନେକ ରହସ୍ୟମୟ ସ୍ଥାନ ରହିଛି । କିଛି ଲୋକ ଲୋଚନକୁ ଆସିଥିବା ବେଳେ ଏବେ ବି କିଛି ଏଭଳି ଜିନିଷ ଅଛି ଯାହା ଲୁକାୟିତ ରହିଛି । ତେବେ ଯିଏ ସୃଷ୍ଟି କରିଛି ସିଏ ଭିନ୍ନ ଭିନ୍ନ ଜିନିଷ ଗଢିଛ । ଦିନକୁ ଦିନ ଦୁନିଆ ଯେଥିକି ଅଗ୍ରଗତି କରୁଛି ସେତିକି ରୋଚକ ଜିନିଷ ସାମ୍ନାକୁ ଆସୁଛି । ସେଥିମଧ୍ୟରୁ ନାନେଘାଟ ଜଳପ୍ରପାତ ଅନ୍ୟତମ ଅଟେ । ଇଏ ଏକ ଜଳପ୍ରପାତ ଅଟେ । ତେବେ ସବୁ ଜଳପ୍ରପାତ ଠାରୁ ଏହା ସମ୍ପୂର୍ଣ୍ଣ ଭିନ୍ନ ଅଟେ । କାରଣ ସବୁ ଜଳପ୍ରପାତର ଜଳ ଉପରୁ ତଳକୁ ଖସି ଆସିଥାଏ ।

କିନ୍ତୁ ଏହାର ଜଳ ଓଲଟା ପ୍ରବାହିତ ହୋଇଥାଏ । ପୁଣେର ଜୁନାର ନିକଟବର୍ତ୍ତି ମହାରାଷ୍ଟ୍ରର ପଶ୍ଚିମଘାଟରେ ନାନେଘାଟ ନାମକ ଏକ ସ୍ଥାନ ରହିଛି । ଯାହା ମୁମ୍ବାଇଠାରୁ ପ୍ରାୟ ୩ଘଣ୍ଟା ସମୟ ବ୍ୟବଧାନ ମଧ୍ୟରେ ଅବସ୍ଥିତ । ଏଠାରେ ଏଭଳି ଏକ ପର୍ବତ ଅଛି, ଯେଉଁଠାରେ ଓଲଟା ଦିଗରେ ଜଳପ୍ରପାତ ପ୍ରବାହିତ ହେଉଛି । ଏହାକୁ ସାଧାରଣତଃ ଅନେକ ଲୋକ ଜାଣିନାହାନ୍ତି ।

Advertisement

ତେବେ ଓଲଟା ବହିବାର କାରଣ କଣ ଆପଣ ଜାଣିଛନ୍ତି କି ?
ଏଠାରେ ପ୍ରବାହିତ ହେଉଥିବା ପବନର ଶକ୍ତିଶାଳୀ ବେଗ ପ୍ରବାହିତ ହେଉଥିବା ଜଳକୁ ଉପରକୁ ଠେଲିଦେଇଥାଏ । ଯାହାଦ୍ୱାରା ଜଳପ୍ରପାତ ଓଲଟା ପ୍ରବାହିତ ହୋଇଥାଏ । ଏଠାରେ ମାଧ୍ୟାକର୍ଷଣ ଶକ୍ତି କାମ କରେନାହିଁ । ଆଉ ଏହି ଅଦ୍ଭୁତ ଘଟଣା ସବୁବେଳେ ନୁହେଁ ସେତେବେଳେ ହୋଇଥାଏ ଯେତେବେଳେ ଜଳର ଶକ୍ତି ଯଥେଷ୍ଟ ଅଧିକ ଥାଏ । ଏହି ମାର୍ଗ ଦୀର୍ଘ ଶତାଦ୍ଦୀ ପୂର୍ବରୁ ଅର୍ଥାତ ଛତ୍ରପତି ଶିବାଜୀଙ୍କ ଶାସନ କାଳରେ ବାଣିଜ୍ୟ କରିବାପାଇଁ ବ୍ୟବହୃତ ହେଉଥିଲା । ଏଠାରେ ପ୍ରାଚୀନ ଗୁମ୍ଫା ଏବଂ ପଥର ଅଛି ଯାହା ଏହାର ମୁକ ସାକ୍ଷୀ ଅଟେ । ଏହାର ଭିଡିଓ ଭାଇରାଲ ହେବା ପରେ ଏଠାକୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ ।

କେଉଁ ସମୟରେ ଆସିଲେ ଏହି ଜଳପ୍ରପାତର ଆନନ୍ଦ ନେବେ :
ପ୍ରତିବର୍ଷ ଜୁନ ଠାରୁ ସେପ୍ଟେମ୍ବର ମାସ ହେଉଛି ନାନେଘାଟକୁ ବୁଲିବାକୁ ଯିବାପାଇଁ ଉଚିତ ସମୟ । ଏଥିରେ ଟ୍ରେକିଂ ବ୍ୟତିତ ଆଉଏକ ମନଲୋଭା ଜିନିଷ ହେଉଛି ଷ୍ଟାରଗେଜିଂ । କିନ୍ତୁ ମୌସୁମୀର ମେଘୁଆ ପାଗରେ ଏହାକୁ ଦେଖିବା ସମ୍ଭବ ହୋଇନଥାଏ । ସେଥିପାଇଁ ଗ୍ରୀଷ୍ମ ମାସ ନହେଲେ ଶୀତର ଶୁଖିଲା ମାସ ଏହାକୁ ଦେଖିବାପାଇଁ ପ୍ରକୃଷ୍ଟ ସମୟ ହୋଇଥାଏ । ଯାଆନ୍ତୁ ଆଉ ପ୍ରକୃତିର ଆଉ ଏକ ଭିନ୍ନ ଦୃଶ୍ୟର ମଜା ଉଠାନ୍ତୁ । ଭାରତ ଭିତରେ ରହିଥିବାରୁ ସେଠାକୁ କମ ଖର୍ଚ୍ଚରେ ଜାଗା ଏହାର ମଜା ନେଇ ପାରିବେ ।

Leave a Reply

Your email address will not be published. Required fields are marked *