Pratidin TV

Odisha's Digital News Platform

ଚା’ପ୍ରେମୀଙ୍କ ମୁଡ୍ ଫ୍ରେସ୍ କରେ,ଶ୍ରମିକଙ୍କ ଥକ୍କା ମେଣ୍ଟାଏଁ ; ନରଭାଇଙ୍କ ସ୍ପେଶାଲ ନାଲି ଚା’

1 min read

ଯାଜପୁର ; ଆପଣଙ୍କ ମୁଡ୍ କୁ ଫ୍ରେସ ରଖିବାକୁ ହେଉ ବା ଆପଣଙ୍କ ର ଟିକେ ଥକା ପଣ ମେଣ୍ଟାଇ ବାକୁ ଯାଇ ଆପଣ ମାନେ ଚା ପିଥାନ୍ତି, ଆଉ ନିଜକୁ ଫ୍ରେସ ମଧ୍ୟ ରଖିଥାନ୍ତି। ନିଜ ଘରେ ହେଉ ବା ବଜାର ରେ ଆପଣ ମାନେ ଚା ପିଇବାକୁ ବେଶ୍ ପସନ୍ଦ କରିଥାନ୍ତି । ଆମେ ଆପଣଙ୍କୁ ଏମିତି ଏକ ଚା ଦୋକାନୀ ଙ୍କ ସମର୍କରେ କହିବୁ ଯିଏ କି ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଅଞ୍ଚଳରେ ବେଶ୍ ଚର୍ଚ୍ଚାରେ ରହିଛନ୍ତି । ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ତାଙ୍କୁ ଫୁରସତ ନଥାଏ ।

ବିଶେଷ କରି ନାଲି ଚା ତିଆରି କରି ଲୋକଙ୍କୁ ପରସନ୍ତି ଚଣ୍ଡିଖୋଲ ଅଞ୍ଚଳ ର ନରଭାଇ । ଏହି ନାଲି ଚାରେ ସେ ତେଜପତ୍ର,ତୁଳସୀ ପତ୍ର,ଲେମ୍ବୁପତ୍ର ,ଆମ୍ବକଶିଆ ଅଦା ସାଙ୍ଗକୁ ଗୋଲମରିଚ, ସୁଣ୍ଠି, ଲବଙ୍ଗ ,ପୋଦିନା ପତ୍ର ,ମହୁ , ତାଳ ଗୁଡ ,ଖଜୁରୀ ଗୁଡ ପକାଇ ବେଶ୍ ସ୍ଵାଦିଷ୍ଟ କରିଥାନ୍ତି ।ଆଉ ଏହାକୁ ପିଇବା ପାଇଁ ନରଭାଇ ଙ୍କ ଏହି ଛୋଟ ଦୋକାନ ରେ ଗ୍ରାହକ ମାନଙ୍କର ଭିଡ଼ ମଧ୍ୟ ଲାଗିଥାଏ ।

Advertisement

ଏହି ଚା,ସ୍ବାସ୍ଥ୍ୟ ପ୍ରତି ବେଶ୍ ଲାଭଦାୟକ ବୋଲି କହନ୍ତି ନରୋତ୍ତମ ଙ୍କ ସହ ଗ୍ରାହକ ମାନେ । ଏହି ଚା ନରୋତ୍ତମ ଙ୍କୁ ଲୋକପ୍ରିୟତା ଦେବା ସହ ରୋଜଗାରର ବାଟ ମଧ୍ୟ କଢ଼ାଇଛି । କମ ଇନଭେଷ୍ଟ ରେ ଲୋକଙ୍କୁ ସ୍ଵାଦିଷ୍ଟ ଚା ଯୋଗାଇ ଦେବାକୁ ଏହି ଇଛାଶକ୍ତି ତାଙ୍କୁ ଅନେକ ଲୋକପ୍ରିୟତା ଦେଇଛି।

Leave a Reply

Your email address will not be published. Required fields are marked *