Pratidin TV

Odisha's Digital News Platform

ଜାଣନ୍ତୁ କେବେ ପଡୁଛି ନରକ ଚତୁର୍ଦ୍ଦଶୀ, ଏବଂ କିପରି କରାଯାଏ ଏହାର ପୁଜା ବିଧି..?

1 min read

ଶୀତର ପହଲିସ୍ପର୍ଶ ସହିତ ଆରମ୍ଭ ହୋଇଯାଇଛି ଦିୱାଲୀ ପାଇଁ ପ୍ରସ୍ତୁତି । ସାରା ଦେଶରେ ପାଳନ ହୋଇଥାଏ ଦୀପାବଳୀ ପର୍ବ । କେଉଁଠାରେ ଦୁଇ ଦିନ ଧରି ଦୀପାବଳୀ ପର୍ବ ପାଳନ ହୋଇଥାଏ ତ ଆଉ କେଉଁଠି ୩ ଦିନ ଧରି ଏହି ଉତ୍ସବ ପାଳନ ହୋଇଥାଏ । ଦୀପାବଳିର ଗୋଟିଏ ଦିନ ପୂର୍ବରୁ ନରକ ଚତୁଦ୍ଦଶୀ ପର୍ବ ପାଳନ କରାଯାଏ । ଏହା ଛତି ଦିୱାଲୀ ନାମରେ ମଧ୍ୟ ଜଣାଶୁଣା । ଏଥର ନଭେମ୍ବର ୧୧ ତାରିଖ ଦିନ ନରକ ଚତୁଦ୍ଦର୍ଶି ପଡୁଛି । ଏହି ସମୟରେ ମା’ ଲକ୍ଷ୍ମୀଙ୍କୁ ପୁଜା କରାଯାଇଥାଏ । ମା’ ଲକ୍ଷ୍ମୀ ହେଉଛନ୍ତି ଧନଦାତ୍ରୀ । ତେଣୁ ତାଙ୍କ ଆଗମନରେ ଘରକୁ ସଫା କରି ଚାରିପାଖ ପରିଷ୍କାର ପରିଚ୍ଛନ ରଖାଯାଇଥାଏ । କିନ୍ତୁ ଯେଉଁ ଘର ଅପରିଷ୍କାର ରହିଥାଏ ସେଠାରେ ଅଲକ୍ଷ୍ମୀ ବାସ କରିଥାନ୍ତି । ଏହି କାରଣରୁ, ମଣିଷ ଆର୍ଥିକ ସଂଙ୍କଟ ସହ ଶାରୀରିକ ପୀଡା ଲାଗି ରହିଥାଏ । ତେଣୁ ଏହାକୁ ଦୂର କରିବା ପାଇଁ ଚତୁର୍ଦ୍ଧଶୀ ଉପରେ କିଛି ଉପାୟ କରିବା ଆବଶ୍ୟକ ।
ତେବେ ନରକ ଚତୁର୍ଦ୍ଦଶୀ ଏହି ନିୟମ ପାଳନ କଲେ ମା’ ଲକ୍ଷ୍ମୀଙ୍କର କୃପା ଲାଭ ହେବ ।

ଆପଣ ଚତୁର୍ଦ୍ଦଶୀ ଦିନ ସକାଳୁ ଉଠିଆପଣଙ୍କ ଶରୀରରେ ତେଲ ମାଲିସ୍ କରି ସ୍ନାନ କରନ୍ତୁ । ବିଶ୍ୱାସ ରହିଛି ଯେ ଚତୁର୍ଦ୍ଦଶୀରେ ମାତା ଲକ୍ଷ୍ମୀ ତେଲରେ ଏବଂ ମାତା ଗଙ୍ଗା ସମସ୍ତ ଜଳରେ ରୁହନ୍ତି । ଏହି ଦିନ ତେଲ ମାଲିସ ଏବଂ ସ୍ନାନ କରିବା ଦ୍ୱାରା ଦେବୀଙ୍କର ଆଶୀର୍ବାଦ ପ୍ରାପ୍ତ ହୁଏ । ଏବଂ ଘରେ ସୁଖ ଏବଂ ସମୃଦ୍ଧତା ଆଣିଥାଏ ।

Advertisement

ବିଶେଷ କରି ନରକ ଚତୁର୍ଦ୍ଦଶୀ ଦିନ । ଅନାବଶ୍ୟକ ଜିନିଷ ଯେପରିକି ଭଙ୍ଗା ଆସବାବପତ୍ର, ଅଦରକାରୀ ଜୋତା, ଛିଣ୍ଡାଯାଇଥିବା ପୋଷାକ ଇତ୍ୟାଦି ଘରୁ ବାହାର କରାଯିବା ଉଚିତ୍ । ଦୀପ ଜାଳିବା ଦ୍ୱାରା ଘରର ଅନ୍ଧକାର ସ୍ଥାନକୁ ମଧ୍ୟ ଆଲୋକିତ କରନ୍ତୁ । ଏହା କରିବା ଦ୍ୱାରା ଘରର ପରିବେଶ ଶୁଦ୍ଧ ହୋଇଯିବ ।

ନରକ ଚତୁର୍ଦ୍ଦଶୀ ଦିନ ରାତିରେ ଯମ ଦେବତାଙ୍କ ପାଇଁ ଦୀପ ଦାନ କରିବାର ପରମ୍ପରା ଅଛି । ଏହି ରାତିରେ ଯମ ଦେବତାଙ୍କ ନାମରେ ଏକ ପ୍ରଦୀପ ଦକ୍ଷିଣ ଆଡକୁ ପ୍ରଜ୍ୱଳିତ ହେବା ଉଚିତ୍ । ବିଶ୍ୱାସ କରାଯାଏ ଯେ ଏହି ଦିନ ଯମରାଜଙ୍କୁ ଦୀପ ଦାନ କରିବା ଅକାଳ ମୃତ୍ୟୁ ଭୟକୁ ଦୂର କରିଥାଏ ।

Leave a Reply

Your email address will not be published. Required fields are marked *