Pratidin TV

Odisha's Digital News Platform

ଚାରି ମାସର ଶିଶୁ ହେଲା କୋଟିପତି , ମିଳିଲା ୨୪୦ କୋଟିର ଉପହାର ..

1 min read

ବୟସ ମାତ୍ର ଚାରି ମାସ ବର୍ଷେ ବି ପୁରିନି , ହେଲେ ଏହି ବୟସରେ ବି ୨୪୦ କୋଟିର ମାଲିକ ହେଇଛନ୍ତି ଏହି ଚାରିମାସର ଶିଶୁ । ଆପଣ ଏକଥା ଶୁଣି ଆଶ୍ଚର୍ଯ୍ୟ ହେଉଥିବେ ଭାବୁଥିବେ ଚାରି ମାସରେ ପିଲା ଏତେ ଟଙ୍କା କେଉଁଠୁ ଆଣିଲା , କେମିତି ହେଲା ସେ କୋଟିପତି । ତେବେ ଇଏ କୌଣସି ସାଧାରଣ ଘରର ପିଲା ନୁହେଁ ଇଏ ହେଉଛନ୍ତି ଇନଫୋସିସ୍ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ନାତି । ତେବେ ଇନଫୋସିସ୍ ପ୍ରତିଷ୍ଠାତା ନାରାୟଣ ମୁର୍ତ୍ତୀ ତାଙ୍କ ଚାରି ମାସର ନାତି ଏକାଗ୍ର ରୋହନ ମୁର୍ତ୍ତୀଙ୍କୁ ୨୪୦ କୋଟିରୁ ଅଧିକ ମୂଲ୍ୟର ସେୟାର ଉପହାର ଦେଇଛନ୍ତି ।

ବିନିମୟ ଫାଇଲ ଅନୁଯାୟୀ ଏକାଗ୍ରା ରୋହନ ମୁର୍ତ୍ତୀ ଭାରତର ଦ୍ୱିତୀୟ ବୃହତ୍ତମ ସୂଚନା ପ୍ରଯୁକ୍ତିବିଦ୍ୟା କମ୍ପାନୀରେ ୦.୦୪ ପ୍ରତିଶତ ସେୟାରର ମାଲିକ ହୋଇଛନ୍ତି । ନାତିଙ୍କୁ ସେୟାର ଦାନ କରିବା ପରେ ଇନଫୋସିସରେ ନାରାୟଣ ମୁର୍ତ୍ତୀଙ୍କ ଅଂଶଧନ ୦.୪୦ ପ୍ରତିଶତରୁ ୦.୩୬ ପ୍ରତିଶତକୁ ଖସି ଆସିଛି । ସେ ବର୍ତ୍ତମାନ କମ୍ପାନୀର ପ୍ରାୟ ୧.୫୧ କୋଟି ଅଂଶଧନ ଧାରଣ କରିଛନ୍ତି । ଦାଖଲ ଅନୁଯାୟୀ ଏହି କାରବାର ‘ଅଫ୍ ମାର୍କେଟ୍‌’ ଢଙ୍ଗରେ କରାଯାଇଥିଲା । ନଭେମ୍ବରରେ ନାରାୟଣ ମୁର୍ତ୍ତୀ ଏବଂ ସୁଧା ମୁର୍ତ୍ତୀ ଜେଜେବାପା ଓ ଜେଜେମାଆ ହୋଇଥିଲେ । ତାଙ୍କ ପୁଅ ରୋହନ ମୁର୍ତ୍ତୀ ଏବଂ ପତ୍ନୀ ଅପର୍ଣ୍ଣା କୃଷ୍ଣନ ଏକ ପୁତ୍ର ସନ୍ତାନ କୁ ଜନ୍ମ ଦେଇଛନ୍ତି । ନାରାୟଣ ମୁର୍ତ୍ତୀ ଏବଂ ସୁଧା ମୁର୍ତ୍ତୀ ମଧ୍ୟ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ଏବଂ ଅକ୍ଷତା ମୁର୍ତ୍ତୀଙ୍କ ଦୁଇ ଝିଅଙ୍କର ଜେଜେ ବାପା ଆଉ ଜେଜେମାଆ ଅଟନ୍ତି ।

Advertisement

Leave a Reply

Your email address will not be published. Required fields are marked *