ଆଜି ଓଡିଶା ଆସୁଛନ୍ତି ନଡ୍ଡା –ମୋଦୀ , ସୋମବାର ବିଜେପି ଦେବ ରଣହୁଙ୍କାର …
1 min readଆଜି ଅପରାହ୍ନରେ ଆସିବେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା, ରାତିରେ ଆସିବେ ପ୍ରଧାନମନ୍ତ୍ରୀ ମୋଦୀ । ରାଜ୍ୟରେ ଦଳ ବର୍ତ୍ତମାନ ନିଜ ନିଜ ପ୍ରଚାରରେ ମାତିଥିବା ବେଳେ ସୋମାବର ବିଜେପି ଆରମ୍ଭ କରିବ ପ୍ରଚାର । ରାଜ୍ୟରେ ନିର୍ବାଚନୀ ମାହୋଲ ସରଗରମ ରହିଥିବାବେଳେ ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତ ନିର୍ବାଚନୀ ଉଷ୍ମତାକୁ ବଢ଼ାଇ ଦେଇଛି ।
ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଅପରାହ୍ନରେ ଓ ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସିବେ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି । ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ବିଜେପି ଉପସଭାପତି ଗୋଲକ ମହାପାତ୍ର କହିଛନ୍ତି ଯେ, ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆସନ୍ତାକାଲି ଅପରାହ୍ନରେ ୩ଟାରେ ଭୁବନେଶ୍ୱରରେ ପହଂଚି ଦଳୀୟ ଇସ୍ତାହାରକୁ ଲୋକାର୍ପଣ କରିବେ । ଶ୍ରୀ ନଡ୍ଡା ଅପରାହ୍ନ ସାଢ଼େ ୩ଟାରେ ଓଡ଼ିଶା ପାଇଁ ବିଜେପିର ନିର୍ବାଚନୀ ପ୍ରତିଶ୍ରୁତି(ଇସ୍ତାହାର)କୁ ଶ୍ରୀ ନଡ୍ଡା ଲୋକାର୍ପଣ କରି ଫେରିଯିବାର କାର୍ଯ୍ୟକ୍ରମ ରହିଛି । ଦଳୀୟ ନିର୍ବାଚନୀ ଇସ୍ତାହାରକୁ ‘ବିଜେପି ସଂକଳ୍ପ ପତ୍ର’ ଆକାରରେ ଲୋକଙ୍କ ପାଖରେ ଉପସ୍ଥାପନ କରିବ ବୋଲି ସେ କହିଛନ୍ତି ।
ଅନ୍ୟପଟେ ଆଜି ରାତି ସାଢ଼େ ୯ଟାରେ ଓଡ଼ିଶାରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ । ଭୁବନେଶ୍ୱରରେ ରାତି କାଟିବା ପରେ କାଲି ବ୍ରହ୍ମପୁରରେ ନିର୍ବାଚନୀ ସଭାରେ ଯୋଗ ଦେବେ ମୋଦୀ । ଏଥିସହ ନବରଙ୍ଗପୁରରେ ବିଜୟ ସଂକଳ୍ପ ସମାବେଶରେ ମଧ୍ୟ ସାମିଲ ହେବେ ଏବଂ ଏହାର ୩ ଦିନ ପରେ ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ । ୧୦ ତାରିଖରେ ଭୁବନେଶ୍ୱରରେ ବିଶାଳ ରୋଡ ସୋ କରିବା ନେଇ ସୂଚନା ମିଳିଛି ।
ଓଡ଼ିଆ ଭାଷା ଓ ଅସ୍ମିତା ଏବେ ସଂକଟରେ କହି ଜୋରଦାର ଲଢ଼େଇ ପାଇଁ ସଙ୍କେତ ଦେଇ ସାରିଛନ୍ତି । ଏପରିକି ଓଡ଼ିଶାର ବିକାଶ ପାଇଁ ବିଜେପିକୁ ୫ ବର୍ଷ ସୁଯୋଗ ଦେବା ଆବଶ୍ୟକ ବୋଲି କହିଛନ୍ତି ନରେନ୍ଦ୍ର ମୋଦୀ । ୭ ଦିନ ମଧ୍ୟରେ ପ୍ରଧାନମନ୍ତ୍ରୀ ୪ ଦିନ ଓଡ଼ିଶାରେ ରହିବା, ୨ ରାତି ଓଡ଼ିଶାରେ କଟାଇ ରଣନୀତିକୁ ଶାଣୀତ କରିବା, ରାଜ୍ୟ ରାଜନୀତିକୁ ସରଗରମ କରିଦେବ ବୋଲି କୁହାଯାଉଛି ।