Pratidin TV

Odisha's Digital News Platform

ଯଦି ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହୋଇନଥାନ୍ତେ, ତାହେଲେ ହୋଇଥାନ୍ତେ ଶଙ୍କରାଚାର୍ଯ୍ୟ , ଜାଣନ୍ତୁ କିଏ କରିଥିଲେ ଭବିଷ୍ୟବାଣୀ ?

1 min read

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ । 1950 ମସିହା ସେପ୍ଟମ୍ବର 17 ତାରିଖରେ ଗୁଜୁରାଟରେ ଜନ୍ମଗ୍ରହଣ କରିଥିବା ନରେନ୍ଦ୍ର ମୋଦି ଆଜି 74 ବର୍ଷରେ ପଦାର୍ପଣ କରିଛନ୍ତି । କ୍ରାମାଗତ 3ଥର ପ୍ରଧାନମନ୍ତ୍ରୀ ହେବାର ବିରଳ ରେକର୍ଡ କରିଥିବା ନରେନ୍ଦ୍ର ମୋଦି କେବଳ ଭାରତୀୟ ରାଜନୀତି ନୁହେଁ ବରଂ ବିଶ୍ବର ଜଣେ ପ୍ରଭାବୀ ରାଜନେତା ତଥା ରାଷ୍ଟ୍ରମୁଖ୍ୟ ଭାବେ ସଫଳ ପରିଚୟ ସୃଷ୍ଟି କରିପାରିଛନ୍ତି । କେତେକ କ୍ଷେତ୍ରରେ ସେ ପ୍ରଥମ ହେବାର ରେକର୍ଡ ମଧ୍ୟ କରିଛନ୍ତି । 

ଯଦି ନରେନ୍ଦ୍ର ମୋଦି ପ୍ରଧାନ ମନ୍ତ୍ରୀ ନହୋଇଥାନ୍ତେ ତାହେଲେ ସେ ହୋଇଥାନ୍ତେ ଶଙ୍କରାଚାର୍ଯ୍ୟ । ବିଦ୍ୟାଳୟରେ ପାଠ ପଢା ଶେଷ କରିବା ପରେ ପ୍ରଧାନମନ୍ତ୍ରୀ ମୋଦି ସନ୍ନ୍ୟାସୀ ହେବା ପାଇଁ ନିଶ୍ଟିତ ମଧ୍ୟ  କରିଥିଲେ ମୋଦି  । ମୋଦି କହିଥିଲେ ସେ ପ୍ରାୟ ୩ ବର୍ଷ ପର୍ଯ୍ୟନ୍ତ ହିମାଳୟରେ ରହିଥିଲେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ସେପ୍ଟେମ୍ବର ୧୭ ତାରିଖରେ ୧୯୫୦ ମସିହାରେ ହୋଇଥିଲା । ଆସନ୍ତାକାଲି ମୋଦି ୭୪ ବର୍ଷ ବୟସରେ ପଦାର୍ପଣ କରିବେ । ଗୁଜୁରାଟର ବଡନଗରର ଏକ ସାଧାରଣ ପରିବାରରେ ତାଙ୍କ ଜନ୍ମ ହୋଇଥିଲା । ପିତାଙ୍କ ନାମ ଦାମୋଦର ଦାସ ମୂଲଚନ୍ଦ ମୋଦି ଏବଂ ମାତାଙ୍କ ନାମ ହିରାବେନ। ପାଞ୍ଚ ଭାଇଭଉଣୀଙ୍କ ମଧ୍ୟରେ ମୋଦି ଦ୍ୱିତୀୟ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନରେ ଅତ୍ୟନ୍ତ ବାଧା ବିଘ୍ନ ରହିଥିଲା ।  ଲେଖକ ଏମ.ଭି କାମଥ ତାଙ୍କ ପୁସ୍ତକ ମ୍ୟାନ୍ ଅଫ୍ ଦି ମୁମେଣ୍ଟରେ ଲେଖିଛନ୍ତି ଯେ ନରେନ୍ଦ୍ର ମୋଦୀଙ୍କ ପରିବାରର ଆର୍ଥିକ ଅବସ୍ଥା ଭଲ ନଥିଲା । ରେଳ ଷ୍ଟେସନ ନିକଟରେ ତାଙ୍କ ପିତାଙ୍କର ଏକ ଚା ଦୋକାନ ଥିଲା। ସ୍କୁଲ ବିରତି ସମୟରେ ପିଏମ ମୋଦି ଦୋକାନକୁ ଆସୁଥିଲେ ଏବଂ ତାଙ୍କ ପିତାଙ୍କୁ କାର୍ଯ୍ୟରେ ସାହାଯ୍ୟ କରୁଥିଲେ। ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦି ଯୁବକ ଥିଲେ, ସେହି ସମୟରେ ତାଙ୍କୁ ନେଇ ଜଣେ ସାଧୁ ଭବିଷ୍ୟବାଣୀ କରିଥିଲେ ଯେ ସେ ରାଜନୀତିରେ ଯାଇପାରନ୍ତି କିମ୍ବା ସନ୍ନ୍ୟାସୀ ହୋଇଯିବେ । ହେଲେ ଉଭୟ ଦିଗରେ ସେ ଦେଶ ବିଦେଶରେ ଏକ ପରିଚିତ ଚେହେରା ହୋଇ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବେ । ଉକ୍ତ ସାଧୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ରାଜଯୋଗ ନେଇ ମଧ୍ୟ ଭବିଷ୍ୟବାଣୀ କରିଥିଲେ । ପୁସ୍ତକରେ ଏହା ଲେଖାଯାଇଛି ଯେ, ଉକ୍ତ ସାଧୁ ଜଣକ ପିଏମ ମୋଦିଙ୍କ ବିଷୟରେ କହିଥିଲେ ଯେ ଯଦି ସେ ରାଜନୀତିରେ ସେ ପାଦ ଦିଅନ୍ତି, ତେବେ ସେ ବହୁତ ଆଗକୁ ଯିବେ ଏବଂ ଯଦି ସେ ସନ୍ନ୍ୟାସୀ ଧର୍ମ ଗ୍ରହଣ କରୁଛନ୍ତି ତେବେ ସେ ଶଙ୍କରାଚାର୍ଯ୍ୟ ଆଖ୍ୟା ପାଇବେ। ସେହିପରି ଏକ ସମୟ ଥିଲା ଯେତେବେଳେ ପିଏମ ମୋଦୀ ଜଣେ ସନ୍ନ୍ୟାସୀ ହେବ ପାଇଁ ଚେଷ୍ଟା କରିଥିଲେ ।  ସ୍କୁଲ ଶେଷ କରିବା ମାତ୍ରେ ପ୍ରଧାନମନ୍ତ୍ରୀ ମୋଦି ୧୮ ବର୍ଷ ବୟସରେ ସନ୍ନ୍ୟାସୀ ହେବା ପାଇଁ ଘରୁ ପଳାଇଥିଲେ । ଏହା ପରେ ସେ ପଶ୍ଚିମବଙ୍ଗର ରାମକୃଷ୍ଣ ଆଶ୍ରମ ସମେତ ଦେଶର ଅନେକ ସ୍ଥାନ ପରିଦର୍ଶନ କରିଥିଲେ ।

ହିମାଚଳର ସାଧୁମାନଙ୍କ ସହିତ ସେ ତିନି ବର୍ଷ ରହିଥିଲେ । ଏହାପରେ କିଛି ସାଧୁମାନେ ତାଙ୍କୁ କହିଥିଲେ ଯେ ସନ୍ନ୍ୟାସ ଗ୍ରହଣ ନକରି ମଧ୍ୟ ଦେଶର ସେବା କରାଯାଇପାରିବ । ଏହା ପରେ ସେ ଗୁଜୁରାଟକୁ ଫେରି ସନ୍ନ୍ୟାସ ନେବାର ନିଷ୍ପତ୍ତି ବଦଳାଇଥିଲେ । ରାମକୃଷ୍ଣ ମଠ ଏବଂ ମିଶନର ସହକାରୀ ସଚିବ ସ୍ୱାମୀ ସୁବୀରାନନ୍ଦ ଜୀ କହିଛନ୍ତି, ‘ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦି ସନ୍ନ୍ୟାସୀ ହେବା ପାଇଁ ବେଲୁର ମଠ ଆସିଥିଲେ ସେତବେଳେ ଏହି ସ୍ଥାନରେ ମୁଖ୍ୟ ଥିବା ସ୍ୱାମୀ ମାଧବନନ୍ଦ ଜୀ ମହାରାଜ ନରେନ୍ଦ୍ର ଭାଇଙ୍କୁ କହିଥିଲେ ଯେ ଆପଣଙ୍କ ବୟସ ବହୁତ କମ୍, ଆପଣ ଆଗକୁ ଆହୁରି ପଢିବା ପରେ ଏଠାକୁ ଆସନ୍ତୁ । କେବଳ ସ୍ନାତକ ବ୍ୟକ୍ତିଙ୍କୁ ବେଲୁରର ରାମକୃଷ୍ଣ ମଠରେ ଏଣ୍ଟ୍ରି ମିଳିଥାଏ । ସେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେବଳ ସ୍କୁଲ ପାସ୍ ଥିଲେ, ତେଣୁ ତାଙ୍କୁ ନିଆଯାଇନଥିଲା। ପିଏମ ମୋଦି ଉତ୍ତରପ୍ରଦେଶର ଆଲମୋରାଠାରେ ନିର୍ମିତ ରାମକୃଷ୍ଣ ମିଶନର ଦ୍ୱିତୀୟ ମଠରେ ମଧ୍ୟ ପହଞ୍ଚିଥିଲେ। ସେଠାରେ ତାଙ୍କୁ ଅଧିକ ଅଧ୍ୟୟନ କରିବାକୁ ପରାମର୍ଶ ଦିଆଯାଇଥିଲା। ପିଏମ ମୋଦି ଏହା ପରେ ମାନି ନଥିଲେ, ପରେ ହିମାଳୟ ଯାଇଥିଲେ। ହିମାଳୟରୁ ଫେରିବା ପରେ ସେ ନିଜ ସମ୍ପର୍କୀୟଙ୍କୁ ଭେଟିବା ବାହାନାରେ ରାଜକୋଟ ରାମକୃଷ୍ଣ ମିଶନକୁ ଆସୁଥିଲେ।

ସେଠାରେ ସ୍ୱାମୀ ଅଟମାଷ୍ଟାନନ୍ଦ ଜୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କହିଥିଲେ ଯେ ଦେଶ ତାଙ୍କୁ ଆବଶ୍ୟକ କରୁଛି। ବର୍ତ୍ତମାନ ସେ ଦେଶ ସେବା କରିବାରେ ଧ୍ୟାନ ଦେବା ଉଚିତ୍। ଆଠ ବର୍ଷ ବୟସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜୁରାଟର ଏକ ଛୋଟ ସହରର ରେଳ ଷ୍ଟେସନରେ ଚା ବିକ୍ରି କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ରାଜନୀତି ବିଜ୍ଞାନରେ ଏମ ଡିଗ୍ରୀ ହାସଲ କରିଛନ୍ତି। ସେ ସଂଗଠନ ପ୍ରତି ଅଧିକ ଆଗ୍ରହୀ ଥିଲେ ଏବଂ ନରେନ୍ଦ୍ର ମୋଦି ବାଲ୍ୟକାଳରୁ ରାଷ୍ଟ୍ରିୟ ସ୍ୱୟଂସେବକ ସଂଗଠନ ଯଥା RSS ସହିତ ଜଡିତ ଥିଲେ । ୧୯୫୮ ମସିହାରେ ଦିପାବଳୀ ଦିନ, ଗୁଜୁରାଟ ଆରଏସଏସର ପ୍ରଥମ ପ୍ରାନ୍ତ ପ୍ରଚାରକ ଲକ୍ଷ୍ମଣ ରାଓ ଇନମଦାର ଓରଫ ବାକିଲ ସାହେବଙ୍କ ସମୟରେ ସେ ବାଲ ସ୍ୱୟଂସେବକ ଭାବରେ RSS ସହିତ ଜଡିତ ହୋଇଥିଲେ । ସଂଗଠନର କାର୍ଯ୍ୟକ୍ରମ ସେ କରୁଥିଲେ । ଟ୍ରେନ୍ ଏବଂ ବସ୍ ରେ ଆରଏସଏସ ପ୍ରଚାରକଙ୍କ ପାଇଁ ସେ ସଂରକ୍ଷଣ କରୁଥିଲେ ।1972-1973 ମସିହାରେ, ପ୍ରଧାନମନ୍ତ୍ରୀ ମୋଦି RSS ସଂଗଠନର ପ୍ରଚାରକ ହୋଇଥିଲେ। ଯାହା ପରଠୁ ତାଙ୍କର ରାଜନୈତିକ ଯାତ୍ରା ଆରମ୍ଭ ହୋଇଥିଲା।

Leave a Reply

Your email address will not be published. Required fields are marked *