Pratidin TV

Odisha's Digital News Platform

ଆଶ୍ଚର୍ଯ୍ୟ ହେଉଛନ୍ତି ଜନତା , ନିର୍ବାଚନ ବେଳେ ଗୁପ୍ ଚୁପ୍ ବିକୁଛନ୍ତି ନରେନ୍ଦ୍ର ମୋଦୀ ..

ଆରମ୍ଭ ହୋଇସାରିଛି ନିର୍ବାଚନ ପାଇଁ କାଉଣ୍ଟ ଡାଉନ । ଆଉ ନିର୍ବାଚନ ପାଖେଇ ଆସୁଥିବାରୁ ପ୍ରଚାର ମଧ୍ୟ ଜୋରଦାର ହେଉଛି । କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକସଭା ନିର୍ବାଚନରେ ପ୍ରଚାର ଛାଡି ଗୁପଚୁପ ବିକ୍ରି କରିବା ଆରମ୍ଭ କରିଦେଇଛନ୍ତି । ଯାହାକୁ ଦେଖିବାପାଇଁ ଗୁପ୍ଚୁପ ଦୋକାନରେ ହଜାର ହଜାର ଲୋକଙ୍କର ଭିଡ଼ ଲାଗୁଛି । ହେଲେ ଆପଣ କେବେ ଏକଥା ସ୍ୱପ୍ନରେ ବି ଭା୍ୱୀନଥିବେ ପ୍ରଧାନମନ୍ତ୍ରୀ ପୁଣି ଗୁପ୍ଚୁପ ବିକ୍ରି କରୁଛନ୍ତି । ହେଲେ ଏ କାହାଣୀରେ ଟିକେ ଟ୍ୱିଷ୍ଟ ରହିଛି । ପ୍ରଧାନମନ୍ତ୍ରୀ ଙ୍କ ପରିଦେଖାଯାଉଥିବା ଏହି ବ୍ୟକ୍ତି ପ୍ରଧାନମନ୍ତ୍ରୀ ନୁହନ୍ତି ପ୍ରଧାନମନ୍ତ୍ରୀଙ୍କ ପରିଦେଖାଯାଉଥିବା ଅବିକଳ । ଯିଏକି ପ୍ରଧାନମନ୍ତ୍ରୀଙ୍କ ଉଚ୍ଚତା ଠାରୁ ପୋଷାକ ପର୍ଯ୍ୟନ୍ତ ସବୁ ସମାନ । ଆପଣ ଚିହ୍ନିବା ମୁସ୍କିଲ ହୋଇଯିବ । ଏ ହେଉଛନ୍ତି ପିଏମ ମୋଦୀ ପରି ଦେଖାଯାଉଥିବା ବ୍ୟକ୍ତି ହେଉଛନ୍ତି ଅନିଲ ଭୋଇ ଠାକୁର । ଅନିଲ ଭୋଇ ଠାକୁର ଗୁଜୁରାଟ ଆନନ୍ଦରେ ତୁଳସୀ ଅଞ୍ଚଳରେ ବର୍ଷ ବର୍ଷ ଧରି ଗୁପ୍ଚୁପ ଏବଂ ଚାଟ୍ ବିକ୍ରି କରିଆସୁଛନ୍ତି । ଅନିଲ ଭୋଇ ଠାକୁର ମୂଳତ ଜୁନାଗଡର ବାସିନ୍ଦା ତାଙ୍କ ପୂର୍ବରୁ ତାଙ୍କ ବାପା ଏବଂ ଜେଜେବାପା ମଧ୍ୟ ଗୁପ୍ଚୁପ ବିକ୍ରି କରୁଥିଲେ । ଏହାପରେ ସେ ମଧ୍ୟ ଗୁପ୍ଚୁପ ବିକ୍ରି କରିଥିଲି । ଏହାପରେ ଦେଶରେ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ବଢିବାକୁ ଲାଗିଲା ।


ତା ସାଙ୍ଗକୁ ଅନିଲ ଭୋଇ ଠାକୁରଙ୍କ ଲୋକପ୍ରିୟତା ମଧ୍ୟବଢିବାକୁ ଲାଗିଲା । ଲୋକମାନେ ତାଙ୍କୁ କହୁଥିଲେ ଯେ ତୁମେ ପୁରାପୁରି ଅବିକଳ ନରେନ୍ଦ୍ର ମୋଦୀଙ୍କ ପରି ଦେଖାଯାଉଛ । ଯଦି ତୁମେ ତାଙ୍କ ପରି ପରିଧାନ କର, ତୁମେ ନରେନ୍ଦ୍ର ମୋଦୀଙ୍କ ପରି ଦେଖାଯିବ । ଏହାପରେ ଅନିଲ ଭୋଇ ଠାକୁର ନରେନ୍ଦ୍ର ମୋଦୀଙ୍କ ପରି କୁର୍ତ୍ତା ଏବଂ ପୋଷାକ ପିନ୍ଧିବା ଆରମ୍ଭ କରିଥିଲେ । କେଶ ଏବଂ ଦାଢ଼ି ନରେନ୍ଦ୍ର ମୋଦିଙ୍କ ପରି ରଖିଲେ । କେବଳ ଏତିକି ନୁହେଁ ଅନୀଲ ଭୋଇ ଠାକୁର ନରେନ୍ଦ୍ର ମୋଦୀଙ୍କୁ ତାଙ୍କର ଆଦର୍ଶ ବୋଲି ମାନନ୍ତି । ଅନିଲ ଭୋଇ ଠାକୁର ସମ୍ପୂର୍ଣ୍ଣ ସ୍ୱଛତାରେ ସହିତ ଗୁପ୍ଚୁପ ତିଆରି କରନ୍ତି । ଅନିଲ ଭୋଇ ନିଜର ଷ୍ଟାଇଲ କୁ ବଦଳାଇବା ପରେ ପୁରାପୁରି ନରେନ୍ଦ୍ର ମୋଦିଙ୍କ ପରି ଦେଖାଗଲେ । ଏହାପରେ ଯେଉଁମାନେ ତାଙ୍କ ପାଖରେ ଗୁପ୍ଚୁପ ଖାଉଥିଲେ ସେମାନେ ତାଙ୍କ ସହିତ ସେଲ୍ଫି ନେଉଛନ୍ତି । କେବଳ ଏତିକି ନୁହେଁ ଲୋକମାନେ ନରେନ୍ଦ୍ର ମୋଦୀଙ୍କ ନାମରେ ଅନିଲଭାଇଙ୍କୁ ଡାକିବା ଆରମ୍ଭ କରିଛନ୍ତି ।. ଆଜି ଲୋକମାନେ ଦୂର ଦୂରାନ୍ତରୁ ତାଙ୍କ ପାଖକୁ ଗୁପ୍ଚୁପ ଖାଇବାକୁ ଆସନ୍ତି । ଅନିଲଭୋଇ ଠାକୁର କୁହନ୍ତି, ଗୁପ୍ଚୁପ ମୋ ପାଇଁ ପୂର୍ବରୁ ପ୍ରସିଦ୍ଧ ଥିଲା,କିନ୍ତୁ ମୋଦୀଙ୍କ ଲୁକ୍ ହେତୁ ମୁଁ ଅଧିକ ପ୍ରସିଦ୍ଧ ହେବାକୁ ଲାଗିଲି । ମୋ ପରିବାରର ସମସ୍ତେ ଆଜି ଖୁସିରେ ଅଛନ୍ତି । ମୋର ପୁରା ଜୀବନ ସଂଘର୍ଷରେ ପରିପୂର୍ଣ୍ଣ, କିନ୍ତୁ ଗତ ଦୁଇ ବର୍ଷ ମଧ୍ୟରେ ମୋର ଅବସ୍ଥା ସୁଧୁରିଛି । ଜନସାଧାରଣ ମୋତେ ସମ୍ମାନ କରନ୍ତି । ଏହି ପ୍ରେମ ଏବଂ ସମ୍ମାନ ଦେଖି ମୋର ପିଲାମାନେ ମଧ୍ୟ ଖୁସି ଅନୁଭବ କରନ୍ତି । ”

Leave a Reply

Your email address will not be published. Required fields are marked *