ଗଙ୍ଗାରେ ପୁଜାର୍ଚ୍ଚନା କରି , ବାରାଣସୀରୁ ନାମାଙ୍କନ ଭରିଲେ ନରେନ୍ଦ୍ର ମୋଦୀ..
1 min readନାମାଙ୍କନ ଭରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମଙ୍ଗଳବାର ବାରାଣସୀ ଆସନ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ନାମାଙ୍କନପତ୍ର ଦାଖଲ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ଦଶାଶ୍ୱମେଧ ଘାଟରେ ଗଙ୍ଗା ପୂଜା କରିଥିଲେ। ଏହା ପରେ ସେ କାଳ ଭୈରବ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ। କରିଥିଲେ। ଏହାପରେ ନାମାଙ୍କନ ପାଇଁ ବାରାଣସୀର ରିଟର୍ଣ୍ଣିଂ ଅଫିସରଙ୍କ କାର୍ଯ୍ୟାଳୟରେ ପହଞ୍ଚି ପ୍ରାର୍ଥି ପତ୍ର ଦାଖଲ କରିଛନ୍ତି ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ନାମାଙ୍କନ ସମୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ୧୨ ରାଜ୍ୟର ମୁଖ୍ୟମନ୍ତ୍ରୀ ସାମିଲ ହୋଇଥିଲେ। ଏହା ବ୍ୟତୀତ ଭାଜପା ଅଧ୍ୟକ୍ଷ ଜେପି ନଡ୍ଡା, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ରାଜନାଥ ସିଂଙ୍କ ସମେତ ଦଳର ସମସ୍ତ ବରିଷ୍ଠ ନେତା ଉପସ୍ଥିତ ଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ ପରଠାରୁ କ୍ରମାଗତ ତୃତୀୟ ଥର ପାଇଁ ବାରାଣସୀରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଇଣ୍ଡିଆ ମେଣ୍ଟ ପ୍ରଧାନମନ୍ତ୍ରୀଙ୍କ ବିପକ୍ଷରେ ଅଜୟ ରାୟଙ୍କୁ ପ୍ରାର୍ଥୀ କରିଥିବା ଜଣାପଡିଛି । ନାମଙ୍କନ ଭରିବା ପୂର୍ବରୁ ନରେନ୍ଦ୍ର ମୋଦି ବାରାଣାସୀରେ ବିଶାଳ ରୋଡ ଶୋ କରିଥିଲେ। ବାରାଣସୀ ଆସନ ପାଇଁ ଜୁନ୍ ୧ ତାରିଖରେ ଶେଷ ପର୍ଯ୍ୟାୟରେ ମତଦାନ ରହିଛି । ଏଥିପାଇଁ ନାମାଙ୍କନ ପ୍ରକ୍ରିୟା ୭ ତାରିଖରୁ ଆରମ୍ଭ ହୋଇ ଆଜି ଶେଷ ତାରିଖ ରହିଛି।