Pratidin TV

Odisha's Digital News Platform

ମୋଦିଙ୍କୁ କାହିଁକି ହିମାଳୟ ପର୍ବତ କହିଲେ ବାବା ରାମଦେବ ?

1 min read

ସରିଛି ୨୦୨୪ ଲୋକ ସଭା ନିର୍ବାଚନ। ନିର୍ବାଚନ ସରିବାର କେଇ ଘଣ୍ଟା ପରେ ଏକଜିଟ ପୋଲ ବା ଭୋଟ ବାହୁଡା ମତ ପ୍ରକାଶ ପାଇଛି।  ତେବେ ଏହାରି ମଧ୍ୟରେ ଯୋଗଗୁରୁ ବାବା ରାମଦେବଙ୍କ ବଡ ବୟାନ ସାମ୍ନାକୁ ଆସିଛି ।   ନୋଏଡା ଠାରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରୁଥିବାବେଳେ ଯୋଗଗୁରୁ ରାମଦେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହିମାଳୟ ପର୍ବତ ସହ ତୁଳନା କରିଥିଲେ। ବାବା ରାମଦେବ କହିଛନ୍ତି ଯେ ନରେନ୍ଦ୍ର ମୋଦୀଙ୍କ ବ୍ୟକ୍ତିତ୍ୱ ହିମାଳୟ ପରି।

ରାମଦେବଙ୍କ କହିବା  ଅନୁଯାୟୀ, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାମ୍ନାରେ କେହି ଠିଆ ହୋଇ ପାରିବେ ନାହିଁ। ତାଙ୍କର ବ୍ୟକ୍ତିତ୍ୱ ଠିକ ହିମାଳୟ ପରି।”ଯୋଗଗୁରୁ କହିଛନ୍ତି ଯେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ, ନୀତି, ଚରିତ୍ର ଏବଂ ବ୍ୟକ୍ତିତ୍ୱ ବହୁତ ମହତ୍ ଏବଂ ଏହା ପଛରେ ବର୍ଷ ବର୍ଷ ଧରି ସାଧନା ଅଛି। ରାମଦେବ ଦାବି କରିଛନ୍ତି ଯେ ଦେଶର ଲୋକମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବିଶ୍ୱାସ କରନ୍ତି। ଏକଜିଟ୍ ପୋଲରେ ମଧ୍ୟ ସମାନ ଦୃଶ୍ୟମାନ ହେଉଛି। ଫଳାଫଳ ମଧ୍ୟ ସମାନ ହେବ |ଲୋକସଭା ନିର୍ବାଚନ ସହ ଜଡିତ ଅଧିକାଂଶ ଏକଜିଟ୍ ପୋଲ୍ ପୂର୍ବାନୁମାନ କରିଛି ଯେ ଏଥର ମଧ୍ୟ ଏନଡିଏ ସରକାର ଗଠନ ହେବ। ଆସନ୍ତା 4 ତାରିଖରେ ପ୍ରକାଶ ପାଇବ ନିର୍ବାଚନ ଫଳାଫଳ ।

Advertisement

Leave a Reply

Your email address will not be published. Required fields are marked *