Pratidin TV

Odisha's Digital News Platform

‘୫ଜି’ ପରେ ଏବେ ‘୬ଜି’ଟେକ୍ନୋଲୋଜିରେ ବିଶ୍ୱକୁ ଆଗେଇ ନେବ ଭାରତ…

ପ୍ରଗତି ମୈଦାନରେ ନବନିର୍ମିତ ଭାରତ ମଣ୍ଡପମ୍‌ରେ ଆଜି ପ୍ରଧାନମନ୍ତ୍ରୀ ‘ଇଣ୍ଡିଆ ମୋବାଇଲ୍ କଂଗ୍ରେସ’ର ୭ମ ସଂସ୍କରଣ ଉଦ୍‌ଘାଟନ କରିଛନ୍ତି । ଏହା ହେଉଛି ଏସିଆର ବୃହତ୍ତମ ଟେଲିକମ୍‌, ମିଡିଆ ଓ ଟେକ୍ନୋଲୋଜି ଫୋରମ୍ । ୬ଜି ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ମଧ୍ୟ ନେତୃତ୍ୱ ନେବା ଦିଗରେ ଭାରତ ଅଗ୍ରସର ହେଉଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଆଜି ନୂଆ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଇଣ୍ଡିଆ ମୋବାଇଲ୍ କଂଗ୍ରେସର ସପ୍ତମ ସଂସ୍କରଣର ଉଦଘାଟନ କରିବା ସହ ଏହି ଅବସରରେ ରଖାଯାଇଥିବା ଆଇଏମସି ପ୍ରଦର୍ଶନୀକୁ ମଧ୍ୟ ସାକ୍ଷୀ ରଖିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ମୁଁ ସୁନିଶ୍ଚିତ ଯେ, ‘୬ଜି’ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ବି ଭାରତ ବିଶ୍ୱର ନେତୃତ୍ୱ ନେବ । ତେବେ ଆରମ୍ଭ ହୋଇଥିବା ଏହି ୭ମ ‘ଇଣ୍ଡିଆ ମୋବାଇଲ୍ କଂଗ୍ରେସ’ ଅକ୍ଟୋବର ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ । ପିଏମ ମୋଦୀ ଆତ୍ମବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ ଭାରତ ୬ଜି ଟେକ୍ନୋଲୋଜିରେ ବିଶ୍ୱକୁ ଆଗେଇ ନେବ । ଉନ୍ନତ ଇଣ୍ଟରନେଟ୍ ସଂଯୋଗ ଏବଂ ଗତିର ସାମାଜିକ ତଥା ଅର୍ଥନ ସାମ୍ପତ୍ରିକ ପ୍ରଭାବ ଯେପରିକି ଉନ୍ନତ ଶିକ୍ଷା ସୁବିଧା, ରୋଗୀମାନଙ୍କ ପାଇଁ ଟେଲିହେଲଥ୍ ଏବଂ କୃଷକମାନଙ୍କ ପାଇଁ ଉନ୍ନତ କୃଷି କୈାଶଳ ସେ ଦର୍ଶାଇଛନ୍ତି ।

Leave a Reply

Your email address will not be published. Required fields are marked *