Pratidin TV

Odisha's Digital News Platform

ଆମେରିକାର ନ୍ୟୁଜ ୱିକ୍ କଭରରେ ଇନ୍ଦିରା ଗାନ୍ଧୀଙ୍କ ପରେ ନରେନ୍ଦ୍ର ମୋଦି ପ୍ରଥମ ପ୍ରଧାନମନ୍ତ୍ରୀ

1 min read

ଇନ୍ଦିରା ଗାନ୍ଧୀଙ୍କ ପରେ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ନ୍ୟୁଜ ୱିକ ମାଗାଜିନର କଭର ପେଜ୍ ରେ ସ୍ଥାନ ପାଇଛନ୍ତି ନରେନ୍ଦ୍ର ମୋଦି । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ନ୍ୟୁଜ ୱିକର ଏପ୍ରିଲ ୧୯୬୬ର କଭରରେ ସ୍ଥାନ ପାଇଥିଲେ | ତେବେ ନ୍ୟୁୟର୍କ ଭିତ୍ତିକ ଏହି ପତ୍ରିକାକୁ ପ୍ରଧାନମନ୍ତ୍ରୀ ୯0 ମିନିଟର ବାର୍ତ୍ତାଳାପ ସାକ୍ଷାତକାର ଦେଇଛନ୍ତି |

ଏହି ପତ୍ରିକା ନରେନ୍ଦ୍ର ମୋଦି ଏବଂ ଭାରତରେ ଅବିସ୍ମରଣୀୟ ଉତ୍ଥନ ଶୀର୍ଷକ ଏକ ବ୍ୟାପକ ସାକ୍ଷାତକାର ନେଇଥିଲା ଯେଉଁଠାରେ ପ୍ରଧାନମନ୍ତ୍ରୀ ମୋଦି ଆଗାମୀ ଲୋକସଭା ନିର୍ବାଚନ, ଭାରତ-ଚୀନ ସମ୍ପର୍କରେ, ବିଶ୍ୱ ଅର୍ଥନୀତି,ରାମ ମନ୍ଦିର, ଧାରା ୩୭0 ଭାରତର ଆର୍ଥିକ ନୀତି ବିଷୟରେ କହିଥିଲେ |

Advertisement

ଆଗାମୀ ଲୋକସଭା ନିର୍ବାଚନ ରେ ମୋଦି କହିଛନ୍ତି ଯେ, ପ୍ରତିଶୃତି ପୁରଣ କରିବାରେ ତାଙ୍କ ସରକାରଙ୍କର ଏକ ଭଲ ରେକର୍ଡ ରହିପାରିଛି | ବିଜେପି କ୍ଷମତାକୁ ଆସିବା ପରେ ଗତ କିଛି ବର୍ଷ ମଧ୍ୟରେ ସରକାରଙ୍କ ପାଇଁ ଜନ ସମର୍ଥକ ବୃଦ୍ଧି ପାଉଛି ବୋଲି ମୋଦି କହିଛନ୍ତି |

ଭାରତକୁ ‘ଗଣତନ୍ତ୍ରର ମାତା’ ବୋଲି କହି ପ୍ରଧାନମନ୍ତ୍ରୀ ମୋଦି ଦୃଢ ବ୍ୟକ୍ତ ପ୍ରକାଶ କରିଛନ୍ତି ଯେ, ୨0୧୯ ରେ ସାଧାରଣ ନିର୍ବାଚନରେ ୬00 ମିଲିୟନରୁ ଅଧିକ ଲୋକ ଭୋଟ ଦେଇଛନ୍ତି | ଏବଂ ବର୍ତ୍ତମାନଠାରୁ କିଛି ମାସ ମଧ୍ୟରେ ୯୭0 ମିଲିୟନରୁ ଅଧିକ ଯୋଗ୍ୟ ଭୋଟ ସେମାନଙ୍କ ଫ୍ରାଞ୍ଚାଇଜ ବ୍ୟବହାର କରିବେ |

ଏହି ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ମୋଦି ଭାରତରେ ଧାର୍ମିକ ସଂଖ୍ୟାଲଘୁଙ୍କ ପ୍ରତି ଭେଦଭାବର ଦାବିକୁ ଖଣ୍ଡନ କରିଛନ୍ତି | ବ୍ୟବସାୟୀକୁ ସୁବିଧାଜନକ ସ୍ଥିତିକୁ ଆଣିବା ପାଇଁ ଦଦେଶରେ GST ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି | ଏହା ସହ କର୍ପୋରେଟ ଟିକସ ହ୍ରାସ ସହ ବିଭିନ୍ନ ଅର୍ଥନେତିକ ସଂସ୍କାର ଅଣାଯାଇଛି ବୋଲି ମୋଦି ପତ୍ରିକାରେ କହିଛନ୍ତି ।  ଆମ ସରକାର ‘ସବ୍‌କା ସାଥ, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ, ସବ୍‌କା ପ୍ରୟାସ’ ଆଦର୍ଶ ଅନୁଯାୟୀ କାମ କରୁଛି। ଭାରତର ଅର୍ଥବ୍ୟବସ୍ଥା ଦ୍ରୁତି ଗତିରେ ବଢ଼ି ଚାଲିଛି। ବିଶ୍ୱର ସବୁଠୁ ବଡ ଅର୍ଥବ୍ୟବସ୍ଥା ଦେଶ ତାଲିକାରେ ଭାରତ ୧୧ ନମ୍ବରରୁ ୫ମ ସ୍ଥାନକୁ ଉଠିଛି। ଖୁବଶୀଘ୍ର ଭାରତର ବିଶ୍ୱର ତୃତୀୟ ବଡ ଅର୍ଥବ୍ୟବସ୍ଥା ହେବ ବୋଲି ଆଶା ରହିଛି।

Leave a Reply

Your email address will not be published. Required fields are marked *