Pratidin TV

Odisha's Digital News Platform

ଦେଶକୁ ମିଳିଲା ପ୍ରଥମ ସ୍ବଦେଶୀ ସୁପର କମ୍ପ୍ୟୁଟର , ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କଲେ ମୋଦି ..

1 min read

ଦେଶକୁ ମିଳିଲା ପ୍ରଥମ ସ୍ବଦେଶୀ ସୁପର କମ୍ପ୍ୟୁଟର  । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରାୟ ୧୩୦ କୋଟି ଟଙ୍କା ମୂଲ୍ୟର ତିନୋଟି ପରମ ରୁଦ୍ର ସୁପର କମ୍ପ୍ୟୁଟରକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଜାତୀୟ ସୁପରକମ୍ପ୍ୟୁଟିଂ ମିଶନ (ଏନଏସଏମ) ଅଧୀନରେ ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ ଏହି ସୁପର କମ୍ପ୍ୟୁଟରକୁ ପୁଣେ, ଦିଲ୍ଲୀ ଏବଂ କୋଲକାତାରେ ସ୍ଥାପିତ କରାଯାଇ ବୈଜ୍ଞାନିକ ଗବେଷଣାର ସୁବିଧା ପାଇଁ ନିୟୋଜିତ କରାଯାଇଛି । ପ୍ରଧାନମନ୍ତ୍ରୀ ପାଣିପାଗ ଏବଂ ଜଳବାୟୁ ଗବେଷଣା ପାଇଁ ପ୍ରସ୍ତୁତ ଏକ ହାଇ ପରଫର୍ମାନ୍ସ କମ୍ପ୍ୟୁଟିଂ (ଏଚପିସି) ପ୍ରଣାଳୀର ଉଦଘାଟନ କରିଛନ୍ତି।

ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି ଭାରତ ପାଇଁ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଏକ ମହାନ ସଫଳତା ହାସଲ କରିଛି। ଏହା ଗବେଷଣା ଓ ବିକାଶକୁ ପ୍ରାଥମିକତା ଦେଇ ଦେଶ କିଭଳି ପ୍ରଗତି ହାସଲ କରୁଛି ତାହାର ପ୍ରତିଫଳନ। ‘‘ଆଜିର ଭାରତ ସମ୍ଭାବନାର ଅସୀମ ଦିଗନ୍ତରେ ନୂତନ ସୁଯୋଗ ସୃଷ୍ଟି କରୁଛି’’, ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ସୁପର କମ୍ପ୍ୟୁଟର ଅତ୍ୟନ୍ତ ଦ୍ରୁତ ଏବଂ ଶକ୍ତିଶାଳୀ କମ୍ପ୍ୟୁଟର ଅଟନ୍ତି । ସେଗୁଡ଼ିକ ଖୁବ୍ କମ୍ ସମୟ ମଧ୍ୟରେ ଜଟିଳ ଗଣନା ସମ୍ପୂର୍ଣ୍ଣ କରିଥାନ୍ତି। ଏକ ସୁପର କମ୍ପ୍ୟୁଟର ଏକାଥରକେ ଏତେ ପରିମାଣର ଡାଟା ପ୍ରୋସେସ୍ କରିପାରେ ଯେ ସାଧାରଣ କମ୍ପ୍ୟୁଟର କଳ୍ପନା ମଧ୍ୟ କରିପାରିବ ନାହିଁ ।

Advertisement

ଏହି ସୁପର କମ୍ପ୍ୟୁଟର ଅତ୍ୟନ୍ତ ଦ୍ରୁତ ଏବଂ ଶକ୍ତିଶାଳୀ କମ୍ପ୍ୟୁଟର ଅଟନ୍ତି । ସେଗୁଡ଼ିକ ଖୁବ୍ କମ୍ ସମୟ ମଧ୍ୟରେ ଜଟିଳ ଗଣନା ସମ୍ପୂର୍ଣ୍ଣ କରିଥାନ୍ତି। ଏକ ସୁପର କମ୍ପ୍ୟୁଟର ଏକାଥରକେ ଏତେ ପରିମାଣର ଡାଟା ପ୍ରୋସେସ୍ କରିପାରେ ଯେ ସାଧାରଣ କମ୍ପ୍ୟୁଟର କଳ୍ପନା ମଧ୍ୟ କରିପାରିବ ନାହିଁ ।

ବୈଜ୍ଞାନିକ ଏବଂ ଗବେଷଣା ଉଦ୍ଦେଶ୍ୟରେ ଏହି ସୁପର କମ୍ପ୍ୟୁଟର ବ୍ୟବହାର କରାଯାଏ । ଏହି କମ୍ପ୍ୟୁଟରଗୁଡ଼ିକରେ ଅତ୍ୟାଧୁନିକ ହାର୍ଡୱେର୍ ଏବଂ ସଫ୍ଟୱେର ଟେକ୍ନୋଲୋଜି ବ୍ୟବହାର କରାଯାଇଛି। ଏହାର ଅଧିକାଂଶ ଉପାଦାନ ଭାରତରେ ଉତ୍ପାଦନ ଓ ଆସେମ୍ବଲ୍ କରାଯାଇଛି। ଏକ ସୁପର କମ୍ପ୍ୟୁଟର ସେହି କାର୍ଯ୍ୟଗୁଡ଼ିକୁ ସମ୍ପୂର୍ଣ୍ଣ କରିପାରିବ ଯାହା ନିୟମିତ କମ୍ପ୍ୟୁଟର ପାଇଁ ୫୦୦ ବର୍ଷ ସମୟ ନେବ ।

Leave a Reply

Your email address will not be published. Required fields are marked *