Pratidin TV

Odisha's Digital News Platform

‘ଯିଏ ବି ଦୋଷି ତାକୁ ଜମା ଛଡାଯିବନି , କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ’ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଭୁବନେଶ୍ୱର : ବାଲେଶ୍ୱର ବାହନଗାରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଆଜି ସ୍ଥିତି ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାପରେ ହସ୍ପିଟାଲରେ ପହଞ୍ଚି ଜଣ ଜଣ କରି ପ୍ରାୟ ସବୁ ଆହତ ବ୍ୟଙ୍କିଙ୍କୁ ଭେଟିଛନ୍ତି ମୋଦି । କିଭଳି ସବୁ ଆହତମାନଙ୍କୁ ଉତ୍ତମ ଚିକିତ୍ସା ମିଳି ପାରିବ ଏନେଇ ପ୍ରଧାନମନ୍ତ୍ରୀ ନିଜେ ହସ୍ପିଟାଲ କତ୍ତୃପକ୍ଷଙ୍କ ସହିତ ଆଲୋଚନା କରିଛନ୍ତି ।

ଆହତ ଓ ତାଙ୍କ ପରିବାରକୁ ଭେଟିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଣମାଧ୍ୟମ ସାମ୍ନାରେ ନିଜ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ଏହି ଦୁର୍ଘଟଣାଟି ଅତ୍ୟନ୍ତ ହୃଦୟ ବିଦାରକ । ଏଥିରେ ଅନେକ ରାଜ୍ୟର ଲୋକ ଯାତ୍ରା କରୁଥିଲେ । ଯେଉଁମାନେ ଅକସ୍ମାତ୍ ଏଭଳି ନିଜ ଜୀବନ ହରାଇଛନ୍ତି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏ ଦୁର୍ଘଟଣା କେବଳ ମନକୁ ବିଚଳିତ କରିନାହିଁ ବରଂ ଭାରତକୁ ହୋହଲାଇ ପକାଇଛି । ଆହତ ଓ ଗୁରୁତର ମାନଙ୍କ ଚିକିତ୍ସାକୁ ସରକାର ଗୁରୁତ୍ୱ ଦେଇଛନ୍ତି ।

ଯେଉଁମାନେ ଚାଲିଯାଇଛନ୍ତି ଆମେ ସେମାନଙ୍କୁ ଫେରାଇ ଆଣିପାରିବା ନାହିଁ କିନ୍ତୁ ସରକାର ସେମାନଙ୍କ ପରିବାରର ସହ ଏଭଳି ସମୟରେ କାନ୍ଧ ମିଳାଇ ଠିଆହେବ । ଆମେ ଦୁର୍ଘଟଣାର କଡା ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛୁ । ଯେଉଁମାନେ ବି ଦୋଷୀ ସାବସ୍ତ୍ୟ ହେବେ ସେମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *