Pratidin TV

Odisha's Digital News Platform

ଆସନ୍ତାକାଲି ମୋଦିଙ୍କ ରୋଡ୍ ଶୋ’ ; ଭୁବନେଶ୍ୱରରେ ବନ୍ଦ ରହିବ ଏସବୁ ରୋଡ୍ …

1 min read

ଆସନ୍ତା କାଲି ଭୁବନେଶ୍ୱର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏଥିପାଇଁ କମିଶନରେଟ୍ ପୋଲିସ ପକ୍ଷରୁ କଡାକଡି ବ୍ୟବସ୍ଥା କରାଯାଇଛି। ପୋଲିସ କମିଶନର ସଞ୍ଜୀବ ପଣ୍ଡା ଙ୍କ ନେତୃତ୍ଵ ରେ କଟକ – ଭୁବନେଶ୍ୱର କମିଶନରେଟ ପୋଲିସ ର ବରିଷ୍ଠ ଅଧିକାରୀଙ୍କ ସହ ହୋଇଛି ଆଲୋଚନା । ଆଇନ ଶୃଙ୍ଖଳା କୁ କଡାକଡି କରିବା ସହ ଟ୍ରାଫିକ ବ୍ୟବସ୍ଥା ତଥା ଜନ ସୁରକ୍ଷା ବିଷୟରେ ଆଲୋଚନା କରିଛନ୍ତି ।

୧୦ ତାରିଖ ଅପରାହ୍ନ ରେ ରହିଛି ରୋଡ ସୋ । ବିଜେପି ପାର୍ଟି ଅଫିସ ରୁ ବାଣୀବିହାର ପର୍ଯ୍ୟନ୍ତ ହେବ ଏହି ରୋଡ ସୋ । ସମ୍ପୂର୍ଣ୍ଣ ଜନପଥରେ ଲାଗିଛି ସିସିଟିଭି । ମାଷ୍ଟର କେଣ୍ଟିନ ରୁ ବାଣୀବିହର ପର୍ଯ୍ୟନ୍ତ ଟ୍ରାଫିକ ବ୍ୟବସ୍ଥାକୁ କଡାକଡି କରାଯାଇଛି । ନିୟମ ଅନୁଯାଇ ୨ ଟା ରୁ ମାଷ୍ଟର କେଣ୍ଟିନ ରୁ ବାଣୀବିହାର ବନ୍ଦ ରହିବ । ଆଉ ବାଣୀବିହାର ରୁ ମାଷ୍ଟର କ୍ୟାନ୍ତିନ ୪ ଟା ରୁ ରାଲି ସରିବା ପର୍ଯ୍ୟନ୍ତ ବନ୍ଦ ରହିବ ।

Advertisement

କାଲି ଅଖିତୃତୀୟା ପାଇଁ ଯଦି କିଛି କିଣା କିଣି ଥାଏ ତେବେ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରନ୍ତୁ । ସେହିଭଳି ଭିଆଇପି ମୋମେଣ୍ଟ ପାଇଁ ଏୟାରପୋର୍ଟ ରୁ ରାଜଭବନ ପର୍ଯ୍ୟନ୍ତ ନୋ ଫାଇଂ ଜୋନ ରହିବ ଓ କୌଣସି ଡ୍ରୋନ ଉଡ଼ିପାରିବ ନାହିଁ । ସମ୍ପୂର୍ଣ୍ଣ ରୋଡ ସୋ ଅଞ୍ଚଳକୁ ସାନିଟାଇଜ କରାଯାଇଛି । ଏହି ରାସ୍ତାରେ ଥିବା ହୋଟେଲ ଓ ବସ୍ତିରେ କଡାକଡି ଚେକିଂ ଚାଲିଛି । କାଲି ରୋଡ ସୋ ରେ ସାମିଲ ହେବେ ୫ ଡିସିପି , ୧୦ ଅତିରିକ୍ତ ଡିସିପି , ୨୮ ଇସିପି , ୪୧ ଇନ୍ସପେକ୍ଟର , ୧୮୦ ସବ ଇନ୍ସପେକ୍ଟର ଏବଂ ୫୫ ପ୍ଲାଟୁନ ପୋଲିସ ଫୋର୍ସ ଏବଂ ୩ ସ୍କେଶିଆଲ ଟାକ୍ଟିକାଲ ୟୁନିଟ ନିୟୋଜିତ ହୋଇଛନ୍ତି ।

ଭୁବନେଶ୍ୱର ବାସିନ୍ଦାଙ୍କୁ ରୋଡ୍ ଶୋ’ ମାଧ୍ୟମରେ ଭେଟିବେ ପ୍ରଧାନମନ୍ତ୍ରୀ। ଏହା ପରେ ରାଜଭବନରେ ରାତ୍ରି ଯାପନ କରିବେ। ତା’ ପର ଦିନ (ଶନିବାର) ୩ଟି କାର୍ଯ୍ୟକ୍ରମରେ ଯୋଗ ଦେବେ ମୋଦି।

Leave a Reply

Your email address will not be published. Required fields are marked *