Pratidin TV

Odisha's Digital News Platform

  ଭିନ୍ନକ୍ଷମ ମହିଳାଙ୍କୁ ଦେଖି କାହିଁକି  ଭାଷଣ ଦେବାକୁ ମନାକଲେ ମୋଦି  ?

1 min read

ଲୋକସଭା ନିର୍ବାଚନପାଇଁ ଆରମ୍ଭ ହେବାକୁ ଯାଉଛି  ଚତୁର୍ଥ ପର୍ଯ୍ୟାୟ ଭୋଟ୍   । ସେଥିପାଇଁ  ଗ୍ରାଉଣ୍ଡରେ ତତ୍ପର ନେତା । ଚାଲିଛି ପଦଯାତ୍ରା, ରୋଡ୍‌ ସୋ ଓ କର୍ମୀ ସମ୍ମିଳନୀ । ସେଥିପାଇଁ ଏବେ ପ୍ରଧାନମନ୍ତ୍ରୀ ଏବେ ବିଭିନ୍ନ ରାଜ୍ୟଗସ୍ତରେ ଯାଇ ରୋଡ ଶୋ କରି କରୁଛନ୍ତି ନିର୍ବାଚନୀ ପ୍ରଚାର । ତେବେ ପ୍ରଧାନମନ୍ତ୍ରୀ  ତେଲେଙ୍ଗାନାର ମହାବୁବନଗରରେ ଏକ ଜନ ସମାବେଶକୁ ସମ୍ବୋଧିତ କରିଥିଲେ । ଏହି ସମୟରେ ରାଲିରେ ବସିଥିବା ଭିନ୍ନକ୍ଷମ ମହିଳାଙ୍କ ଉପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନଜର  ପଡିଥିଲା ।

ସେହି ମହିଳାଙ୍କୁ ଦେଖିବା ପରେ ସାଙ୍ଗେ ସାଙ୍ଗେ ମୋଦୀ ତାଙ୍କ ଭାଷଣ ବନ୍ଦ କରିଦେଇଥିଲେ  ଓ ସୁରକ୍ଷା କର୍ମୀଙ୍କୁ ଭିନ୍ନକ୍ଷମଙ୍କ ପାଇଁ ଭଲ ଆସନ ବ୍ୟବସ୍ଥା କରିବାକୁ କହିଥିଲେ । ମୋଦି କହିଥିଲେ  ‘ ମୁଁ ଭାଷଣ ଦେବି ନାହିଁ’ ଯେପର୍ଯ୍ୟନ୍ତ ରାଲିରେ ବସିଥିବା ଭିନ୍ନକ୍ଷମ ଭଉଣୀ ମାନଙ୍କ ପାଇଁ ବ୍ୟବସ୍ଥା ନହେବ ସେପର୍ଯ୍ୟନ୍ତ ମୁଁ ଭାଷଣ ଦେବି ନାହିଁ  ।  ପ୍ରଥମେ ଏହି ଭିନ୍ନକ୍ଷମ ଭଉଣୀଙ୍କ ପାଇଁ ବ୍ୟବସ୍ଥା କର ।’ ଏହା ପରେ ଦଳର ଅଧିକାରୀମାନେ ସେହି ଭିନ୍ନକ୍ଷମ ମହିଳାମାନଙ୍କୁ ଠିକ୍ ସ୍ଥାନରେ ବସାଇଥିଲେ ଏବଂ ପରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଭାଷଣ ଆରମ୍ଭ କରିଥିଲେ ।

Leave a Reply

Your email address will not be published. Required fields are marked *