Pratidin TV

Odisha's Digital News Platform

ଆଜିଠାରୁ ‘ଥ୍ରୀ ପଏଣ୍ଟ ଓ’ ସରକାର, ସନ୍ଧ୍ୟାରେ ଶପଥ ନେବେ ମୋଦି

1 min read

ଆଜି ଠୁ ମୋଦିଙ୍କ ୩ୟ ଇନସିଂ ଆରମ୍ଭ | ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେବେ ନରେନ୍ଦ୍ର ମୋଦି | କେବଳ ହ୍ୟାଟ୍ରିକ ନୁହେଁ, ଇତିହାସ ହେବାକୁ ଯାଉଛି ମୋଦି 3.0ଶପଥ ସମାରୋହ | ରାଷ୍ଟ୍ରପତି ଭବନରେ ନୂଆ ଇତିହାସ ଲେଖିବେ | ଜବାହରଲାଲ ନେହରୁଙ୍କ ହ୍ୟାଟ୍ରିକ୍ କରିବାରେ ପ୍ରାୟ ୬ ଦଶନ୍ଧି ପରେ ଲଗାତର ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦି ହେବେ ଦ୍ୱିତୀୟ ପ୍ରଧାନମନ୍ତ୍ରୀ।

ସୂଚନା ଅନୁଯାୟୀ, ରାଷ୍ଟ୍ରପତି ଭବନରେ ପ୍ରଧାନମନ୍ତ୍ରୀଙ୍କ ଶପଥ ପାଠ ହେବ | ଏଥିପାଇଁ ଭବ୍ୟ ଆୟୋଜନ କରାଯାଇଛି | ତେବେ ଆଜି ସନ୍ଧ୍ୟା ୭ଟା ୧୫ ରେ ନବଡ଼ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ ରାଷ୍ଟ୍ରପତି |

ଶପଥ ଉତ୍ସବରେ ସାମିଲ ହେବେ ୭ ପଡ଼ୋଶୀ ଏବଂ ଭାରତ ମହାସାଗର କ୍ଷେତ୍ର ଅନ୍ତର୍ଗତ ଦେଶର ଶୀର୍ଷ ନେତାଙ୍କ ସମେତ ପ୍ରାୟ ୮ ହଜାର ଅତିଥି। ପଡ଼ୋଶୀ ପ୍ରଥମ ନୀତିକୁ ଆଧାର କରି ସେମାନଙ୍କୁ ନିମନ୍ତ୍ରଣ ପଠାଇଛି ବୈଦେଶିକ ମନ୍ତ୍ରାଳୟ। ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସମେତ କିଛି ଅତିଥି ଦିଲ୍ଲୀରେ ପହଞ୍ଚିଛନ୍ତି। ଶ୍ରୀଲଙ୍କା ଓ ମାଳଦ୍ୱୀପର ରାଷ୍ଟ୍ରପତି, ସିସେଲ୍ସ ଉପରାଷ୍ଟ୍ରପତି ଏବଂ ବାଂଲାଦେଶ, ମରିସସ୍, ନେପାଳ ଓ ଭୁଟାନର ପ୍ରଧାନମନ୍ତ୍ରୀଙ୍କୁ ଏହି ଉତ୍ସବରେ ସାମିଲ ହେବାକୁ ଆମନ୍ତ୍ରିତ କରାଯାଇଛି।

ଅନ୍ୟ ଅତିଥିମାନଙ୍କ ମଧ୍ୟରୁ ଆସିବେ, ବିଶିଷ୍ଟ ନେତା, କଳାକାର, ଶିଳ୍ପପତି, ସିନେ ସେଲିବ୍ରିଟି, ମନ କୀ ବାତ୍ ଅଂଶଗ୍ରହଣକାରୀ, ପଦ୍ମ ଆୱାର୍ଡି ଓ ଧର୍ମଗୁରୁ ପ୍ରମୁଖ। ଏହି ଉତ୍ସବରେ ସେଣ୍ଟ୍ରାଲ୍ ଭିଷ୍ଟା ଶ୍ରମିକ, ସଫେଇ କର୍ମଚାରୀ, ବନ୍ଦେ ଭାରତ ଟ୍ରେନ କର୍ମଚାରୀମାନେ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଶପଥ ସମାରୋହ ପରେ ପରେ ରାଷ୍ଟ୍ରପତିଙ୍କ ଦ୍ୱାରା ଆହୂତ ନୈଶଭୋଜିରେ ମଧ୍ୟ ସାମିଲ ହେବେ ଅତିଥି।

ତେବେ ମୋଦିଙ୍କ ଶପଥ ଗ୍ରହଣ ପାଇଁ ଦିଲ୍ଲୀରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଇଛି | ତ୍ରିସ୍ତରୀୟ ସୁରକ୍ଷା କରାଯାଇଛି | ଦିଲ୍ଲୀ NCRକୁ ଦୁଇ ଦିନ ପାଇଁ ନୋ-ଫ୍ଲାଏ ଜୋନ୍ ଘୋଷଣା କରାଯାଇଛି। କର୍ତ୍ତବ୍ୟପଥକୁ ଲାଗିଥିବା କେତେକ ରୋଡରେ ୧୪୪ ଧାରା ଜାରି ହୋଇଛି। ରାଷ୍ଟ୍ରପତି ଭବନକୁ ଜଗିଛନ୍ତି ୫ କଂପାନୀ ପାରାମିଲିଟାରୀ ପର୍ସନେଲ୍, ଏନ୍ଏସ୍‌ଜି କମାଣ୍ଡୋ, ଡ୍ରୋନ୍ ଓ ସ୍ନାଇପର୍।

Leave a Reply

Your email address will not be published. Required fields are marked *