Pratidin TV

Odisha's Digital News Platform

ଝାଡ଼ଖଣ୍ଡ ଯିବେ ମୋଦି , କରିବେ ୮୩ ହଜାର କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ…

1 min read

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଝାଡ଼ଖଣ୍ଡ ଗସ୍ତ କରି ୮୩ ହଜାର କୋଟି ଟଙ୍କାର ବିଭିନ୍ନ ବିକାଶ ମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ । ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ହଜାରିବାଗ୍ ଠାରେ ‘ଧର୍ତି ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ’ର ଶୁଭାରମ୍ଭ କରିବେ । ୭୯ ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳରେ ଆରମ୍ଭ ହେବାକୁ ଥିବା ଏହି ଅଭିଯାନ ଦ୍ୱାରା ୬୩ ହଜାର ଗ୍ରାମର ୫ କୋଟିରୁ ଉର୍ଦ୍ଧ ଜନଜାତି ବର୍ଗର ଲୋକ ଉପକୃତ ହୋଇପାରିବେ । ଏହି ଯୋଜନା ଦେଶର ୫୪୯ଟି ଜିଲ୍ଲା ଅନ୍ତର୍ଗତ ୨ହଜାର ୭୪୦ଟି ବ୍ଲକ୍‌ରେ କାର୍ଯ୍ୟକାରୀ କରାଯାଉଛି ।

ଅକ୍ଟୋବର ୨ରେ ସ୍ୱଚ୍ଛ ଭାରତ ଦିବସ ୨୦୨୪ରେ ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ” ଏହାଛଡ଼ା ମୋଦୀ ୪୦ଟି ଏକଲବ୍ୟ ବିଦ୍ୟାଳୟର ଉଦ୍‌ଘାଟନ କରିବେ । ଏଥିସହ ୨ହଜାର ୮୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାରେ ନିର୍ମିତ ହେବାକୁ ଥୁବ ଅନ୍ୟ ୨୫ଟି ଏକଲବ୍ୟ ବିଦ୍ୟାଳୟର ଶିଳାନ୍ୟାସ କରିବେ । ସେହିଭଳି ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହାଅଭିଯାନ ଅଧୀନରେ ନରେନ୍ଦ୍ର  ମୋଦୀ ୧ ହଜାର ୩୦୦ କୋଟିରୁ ଊର୍ଦ୍ଧ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା କେତେକ ପ୍ରକଳ୍ପର ଲୋକାର୍ପଣ କରିବା ସହିତ ଅନ୍ୟ କେତେକ ଲାଗି ଶିଳାନ୍ୟାସ କରିବେ । ଏହି ଯୋଜନା ଅଧୀନରେ ସଡ଼କ, ଅଙ୍ଗନବାଡ଼ି, ବହୁମୁଖୀ କେନ୍ଦ୍ର, ବିଦ୍ୟାଳୟ, ଛାତ୍ରାବାସ ପ୍ରକଳ୍ପ ଆଦି ଅନ୍ତର୍ଭୁକ୍ତ ।

Advertisement

Leave a Reply

Your email address will not be published. Required fields are marked *