ଭୁବନେଶ୍ୱର ଆସିବେ ମୋଦି , ୬ ମାସର ନେବେ ରିପୋର୍ଟ କାର୍ଡ..
1 min readନଭେମ୍ବର ୨୯ ତାରିଖ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ବରରେ ରୋଡ ଶୋ’ କରିବେ ନରେନ୍ଦ୍ର ମୋଦି। ବିଜୁ ପଟ୍ଟନାୟକ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରୁ ରାଜଭବନ ପର୍ଯ୍ୟନ୍ତ ଆୟୋଜନ ଚାଲିବ ରୋଡ୍ ଶୋ’। ଏହାପରେ ରାଜଭବନ ଯିବେ ମୋଦି, ପରେ ସନ୍ଧ୍ୟା ସାଢେ ୬ଟାରେ ପାର୍ଟି ଅଫିସରେ ପହଞ୍ଚି ଏବେ ଯେଉଁଠି ପ୍ରଧାନମନ୍ତ୍ରୀ ପ୍ରାୟ ୨ ଘଣ୍ଟା ରହିବେ। ଏହି ସମୟରେ ସମସ୍ତ ସାଂସଦ ଏବଂ ବିଧାୟକଙ୍କଠୁ ୬ ମାସର ରିପୋର୍ଟ ନେବେ ପ୍ରଧାନମନ୍ତ୍ରୀ । ସେହିପରି ଦଳୀୟ ସଂଗଠନ ଓ ସରକାରଙ୍କ ବିଷୟରେ ଆଲୋଚନା କରିବେ । ରାଜ୍ୟ କାର୍ଯ୍ୟାଳୟରେ ରାତ୍ରି ଭୋଜନ କରିବେ ପ୍ରଧାନମନ୍ତ୍ରୀ । ୨୯ ତାରିଖରେ ଦଳୀୟ କାର୍ଯ୍ୟକ୍ରମପେ ଯୋଗଦେବା ପରେ୩୦ ତାରିଖରେ ଡିଜିପି ସମ୍ମିଳନୀରେ ଭାବେ ନେବେ ମୋଦି । ବର୍ତ୍ତମାନ
ପ୍ରଧାନମନ୍ତ୍ରୀ, ଗୃହ ମନ୍ତ୍ରୀଙ୍କ ଭୁବନେଶ୍ବର ଗସ୍ତ ପାଇଁ କଟକଣା ଜାରି ହୋଇଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଥିବା ସ୍ଥାନ ‘ନୋ ଫ୍ଲାଇଙ୍ଗ ଜୋନ୍’ ଘୋଷଣା ହୋଇଛି। କୌଣସି ଡ୍ରୋନ୍ କାର୍ଯ୍ୟକ୍ରମ ସମୟରେ ଉଡ଼ି ପାରିବ ନାହିଁ।ସେପଟେ ପ୍ରଧାନମନ୍ତ୍ରୀଙ୍କ ୩ ଦିନିଆ ଓଡ଼ିଶା ଗସ୍ତ ନେଇ ବିଜେପି କାର୍ଯ୍ୟାଳୟରେ ପୂର୍ବ ପ୍ରସ୍ତୁତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବିଜେପି କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ, ଆଇନ ମନ୍ତ୍ରୀ, ପଞ୍ଚାୟତିରାଜ ମନ୍ତ୍ରୀ, ରାଜ୍ୟ ସଭାପତିଙ୍କ ସହ କାର୍ଯ୍ୟାଳୟ ବୁଲି ସମୀକ୍ଷା କରିଛନ୍ତି।