୧୩ରେ ରୋଡ ଶୋ’ କରି ଶେଷ ଦିନରେ ନାମାଙ୍କନ ଦାଖଲ କରିବେ ନରେନ୍ଦ୍ର ମୋଦୀ
1 min readପାଖେଇ ପାଖେଇ ଆସୁଛି ସାଧାରଣ ନିର୍ବାଚନ | ସେଠି ମଧ୍ୟରେ ନିର୍ବାଚନ ୭ଟି ପର୍ଯ୍ୟାୟ ମଧ୍ୟ ଚାଲିଛି | ଘନ ଘନ କରୁଛନ୍ତି ନେତା ମନ୍ତ୍ରୀ ପ୍ରଚାର | ୨ଟି ପର୍ଯ୍ୟାୟ ଭଲରେ ହୋଇଛି ସମାପ୍ତ | ଏବେ ୩ୟ ପର୍ଯ୍ୟାୟ ହେବାକୁ ଯାଉଛି | ତେବେ ଏଥିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୧୪ ରେ ବାରାଣାସୀ ଲୋକସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିବେ। ଏହାପୂର୍ବରୁ ମେ 13 ରେ ପ୍ରଧାନମନ୍ତ୍ରୀ ମୋଦୀ ବାରାଣାସୀରେ ଏକ ରୋଡ୍ ସୋ କରିବେ। ବାରାଣାସୀ ଲୋକସଭା ଆସନ ପାଇଁ ଭୋଟ୍ ଜୁନ୍ ୧, ୨0୨୪ ରେ ହେବ। ବାରାଣାସୀ ଆସନରୁ ପ୍ରଧାନମନ୍ତ୍ରୀ ମୋଦୀ ନିର୍ବାଚନ ଲଢିବକକୁ ଯାଉଛନ୍ତି |
ଆସନ୍ତା ମେ’ ୧୩ରେ ରୋଡ ଶୋ’ କରି ମୋଦି ବାରାଣସୀ ଭୋଟରଙ୍କୁ ନିଜର ଶକ୍ତି ପ୍ରଦର୍ଶନ କରିବେ। ନାମାଙ୍କନ ଦାଖଲର ଶେଷ ତାରିଖ ତଥା ମେ’ ୧୪ରେ ବାରାଣସୀ ଆସନ ପାଇଁ ବିଧିବଦ୍ଧ ଭାବେ ନାମାଙ୍କନ ଦାଖଲ କରିବେ ପ୍ରଧାନମନ୍ତ୍ରୀ ମୋଦୀ | ୧୩ରେ ବିଶାଳ ରୋଡ ଶୋ କରିବେ ମୋଦୀ । ୪ କିଲୋମିଟର ରୋଡ ଶୋ ପାଇଁ ବ୍ୟାପକ ପ୍ରସ୍ତୁତି କରାଯିବ । ସୂଚନା ଅନୁସାରେ ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି ।
ତୃତୀୟଥର ପାଇଁ ବାରଣାସୀ ଆସନରୁ ନିର୍ବାଚନ ଲଢ଼ିବେ ମୋଦୀ । ୨୦୧୪ ଓ ୨୦୧୯ରେ ସେ ଏଠାରୁ ବିପୁଳ ଭୋଟରେ ଜିତିଥିଲେ। ଏଥର ମଧ୍ୟ ସେ ରେକର୍ଡ ଭୋଟରେ ଜିତିବା ନେଇ ଆଶା ରଖିଛନ୍ତି। ତେବେ ଦୁଇଦିନ ପାଇଁ ସଜେଇ ହେଉଛି ବାରଣାସୀ । ସୂଚନା ଅନୁସାରେ କାଶୀ ବିଶ୍ୱନାଥଙ୍କ ପୂଜାପାଠ ପରେ ରୋଡ ଶୋ କରିବେ ମୋଦୀ ପରେ ନାମାଙ୍କନ ଦାଖଲ କରିବେ ।