Pratidin TV

Odisha's Digital News Platform

ୟୁକ୍ରେନ ରୁ ଫେରିବା ବେଳେ ପାକିସ୍ତାନରେ ୪୬ ମିନିଟ ରହିଲା ମୋଦିଙ୍କ ବିମାନ ..

1 min read

ପାକିସ୍ତାନରେ ଅଟକିଗଲା ମୋଦିଙ୍କ ବିମାନ ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୋଲାଣ୍ଡରୁ ନୂଆଦିଲ୍ଲୀ ଫେରୁଥିବା ବେଳେ ପାକିସ୍ତାନର ଏୟାରସ୍ପେଶ ବ୍ୟବହାର କରିଥିବା ଏବେ ଚର୍ଚ୍ଚା ହେଉଛି । ଜଣାପଡିଛି ଯେ ଭାରତୀୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ ଯାଉଥିବା ଏକ ବିମାନ ପୋଲାଣ୍ଡରୁ ନୂଆଦିଲ୍ଲୀକୁ ଫେରୁଥିବା ବେଳେ ପାକିସ୍ତାନର ଆକାଶ ସୀମା ଦେଇ ଯାଇଥିଲା। ପାକିସ୍ତାନ ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିମାନ ସକାଳ ୧୦ଟା୧୫ରେ ପାକିସ୍ତାନୀ ଏୟରସ୍ପେଶରେ ପ୍ରବେଶ କରି ପାକିସ୍ତାନର ଆକାଶ ମାର୍ଗରେ ୪୬ ମିନିଟ ବିତାଇବା ପରେ ସକାଳ ପ୍ରାୟ ୧୧ଟା ୦୧ରେ ଫେରି ଆସିଥିଲା।

ସୂତ୍ରରୁ ପ୍ରକାଶ ଯେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ବିମାନ ଚିତ୍ରାଲ ଦେଇ ପାକିସ୍ତାନୀ ଆକାଣମାର୍ଗରେ ପ୍ରବେଶ କରି ଭାରତର ଅମୃତସରରେ ପ୍ରବେଶ କରିବା ପୂର୍ବରୁ ଇସଲାମାବାଦ ଏବଂ ଲାହୋରର ଏୟାର ସ୍ପେଶ ଅଞ୍ଚଳ ଦେଇ ଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁକ୍ରେନର ରାଜଧାନୀ କ୍ୱିଭକୁ ଯାଉଥିବାବେଳେ ପୋଲାଣ୍ଡର ରାଜଧାନୀ ୱାର୍ସକୁ ଯାଇଥିଲେ। କ୍ୱିଭରେ ସେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ଭେଟିଥିଲେ।

Advertisement

Leave a Reply

Your email address will not be published. Required fields are marked *