Pratidin TV

Odisha's Digital News Platform

କାହିଁକି ସ୍ଥଗିତ ରହିଲା ସୁନିତାଙ୍କ ମହାକାଶ ଯାତ୍ରା ?

1 min read

ପୁଣିଥରେ ସ୍ଥଗିତ ରହିଲା ସୁନିତାଙ୍କ ମହାକାଶ ଯାତ୍ରା । ଲଞ୍ଚ୍‌ ହେବାର କିଛି ଘଣ୍ଟା ପୂର୍ବରୁ ଯାନ୍ତ୍ରିକ ତ୍ରୁଟି କାରଣରୁ ଏହାକୁ ସ୍ଥଗିତ ରଖାଯାଇଥିବା ଜଣାପଡ଼ିଛି। ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନିତା ୱିଲିୟମ୍ସ ତୃତୀୟ ଥର ପାଇଁ ମହାକାଶ ଅଭିମୁଖେ ଉଡ଼ାଣ ଭରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିଲେ। ସୁନିତା ବଚ୍‌ ଓ୍ବିଲ୍‌ମୋରଙ୍କ ସହ ନୂତନ ମହାକାଶ ଯାନ ବୋଇଙ୍ଗ ଷ୍ଟାରଲାଇନରରେ ଉଡ଼ାଣ ଭରିବାର ଥିଲା। କିନ୍ତୁ ଲଞ୍ଚ୍‌ ହେବାର ମାତ୍ର ୩ ମିନିଟ ପୂର୍ବରୁ ଯାନ୍ତ୍ରିକ ତ୍ରୁଟି କାରଣରୁ ମିଶନ୍‌ ବର୍ତ୍ତମାନ ସ୍ଥଗିତ ରହିଛି।

ତେବେ ଏହି ମିଶନ୍‌ ପୁଣି କେବେ ଲଞ୍ଚ୍‌ ହେବ ସେନେଇ କୌଣସି ନୂଆ ତାରିଖ ଘୋଷଣା କରାଯାଇ ନାହିଁ।  ପ୍ରାପ୍ତ ସୂଚନା ଅନୁଯାୟୀ ଭାରତୀୟ ସମୟ ରବିବାର ସକାଳ ପ୍ରାୟ ୧୦ଟା ସମୟରେ ସୁନିତା ଓ ବଚ୍‌ ୱିଲମୋରଙ୍କୁ ନେଇ ମହାକାଶଯାନ ଯାତ୍ରାରମ୍ଭ କରିବ ବୋଲି ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଥିଲା। ତେବେ ଉଡାଣ ଆରମ୍ଭ ହେବାର ମାତ୍ର ୩ ମିନିଟ ପୂର୍ବରୁ ଆଟଲାସ ଭି ରକେଟରେ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହେବାରୁ ଉଡାଣକୁ ବାତିଲ କରାଯାଇଛି। ଚଳିତବର୍ଷ ମେ’ ୭ରେ ସୁନିତା ଓ ୱିଲମୋର ବୋଇଂ ଷ୍ଟାରଲାଇନର ଯୋଗେ ମହାକାଶକୁ ଯାତ୍ରା କରିବେ ବୋଲି ସ୍ଥିର ହୋଇଥିଲା। ତେବେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ନାସା ଏହାକୁ ବାତିଲ କରିବା ସହ ପରବର୍ତ୍ତୀ ଉଡାଣ ଜୁନ ୨କୁ ଧାର୍ଯ୍ୟ କରିଥିଲା। ସୁନିତା ପୂର୍ବରୁ ଦୁଇଥର ମହାକାଶ ଯାତ୍ରା କରିସାରିଥିବାବେଳେ ୩୨୨ ଦିନ ମହାକାଶରେ ବିତାଇଛନ୍ତି। ଏଥସହିତ ସେ ୨୯ ଘଣ୍ଟା ୧୭ ମିନିଟ ମହାକାଶରେ ପଦଯାତ୍ରା କରିସାରିଛନ୍ତି।

Advertisement

Leave a Reply

Your email address will not be published. Required fields are marked *