ଭାରତ ଫେରି ପୁଅକୁ ହାର୍ଦ୍ଦିକଙ୍କ ଘରେ ଛାଡିଦେଲେ ନତାଶା ..
1 min readଭାରତୀୟ କ୍ରିକେଟ୍ ଷ୍ଟାର୍ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନତାଶା ଷ୍ଟାନକୋଭିକ୍ ବିବାହ ବିଚ୍ଛେଦ ହୋଇଛି। ଜୁଲାଇ ୧୮ରେ ଦୁହେଁ ଏକ ବିବୃତ୍ତି ଦେଇଥିଲେ ଏବଂ ଛାଡପତ୍ର ଖବରରେ ପୂର୍ଣ୍ଣଚ୍ଛେଦ ପକେଇଥିଲେ। ତେବେ ଏହାମଧ୍ୟରେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ପତ୍ନୀ ନତାଶା ଷ୍ଟାନକୋଭିକଙ୍କୁ ନେଇ ଏକ ନୂଆ ଖବର ସାମ୍ନାକୁ ଆସିଛି। ସେମାନଙ୍କ ପୁଅ ଅଗସ୍ତ୍ୟ ଏବେ ମୁମ୍ବାଇରେ ଥିବା ଜଣାପଡିଛି। ଛାଡପତ୍ର ପରେ ନତାଶା ପୁଅକୁ ନେଇ ସର୍ବିଆ ପଳାଇଥିଲେ। କିନ୍ତୁ ପରେ ସେ ମୁମ୍ବାଇର ହାର୍ଦ୍ଦିକଙ୍କ ଘରେ ଅଗସ୍ତ୍ୟାକୁ ଛାଡିଥିବା ଡଣାପଡିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭାଇ କୁନାଲ ପାଣ୍ଡ୍ୟାଙ୍କ ପତ୍ନୀ ପଂଖୁଡ଼ି ଶର୍ମା ଅଗସ୍ତ୍ୟର ଫଟୋ ଶେଆର କରିବା ପରେ ଏହା ସ୍ପଷ୍ଟ ହୋଇଛି। ପଂଖୁଡ଼ି ଇନଷ୍ଟାଗ୍ରାମରେ ଅଗସ୍ତ୍ୟ ଏବଂ ନିଜ ପୁଅ କବୀରଙ୍କ ସହ ଏକ କ୍ୟୁଟ୍ ଭିଡିଓ ଶେଆର କରିଛନ୍ତି। ସର୍ବିଆ ନେଇ ଯାଇଥିବା ଅଗସ୍ତ୍ୟଙ୍କୁ ନତାଶା ସୋମବାର ମୁମ୍ବାଇରେ ଛାଡ଼ି ଯାଇଥିବା କୁହାଯାଉଛି। କିନ୍ତୁ ନତାଶା ମୁମ୍ବାଇରେ ଅଛନ୍ତି ନା ସର୍ବିଆ ଚାଲି ଯାଇଛନ୍ତି, ତାହା ସ୍ପଷ୍ଟ ହୋଇନାହିଁ।
ଉଲ୍ଲେଖଯୋଗ୍ୟ, ମେ’ ୨୦୨୦ରେ ନିରାଡମ୍ବର ଭାବେ ବିବାହ କରିବା ପରେ ଫେବ୍ରୁଆରି ୨୦୨୩ରେ ହିନ୍ଦୁ ଏବଂ ଖ୍ରୀଷ୍ଟିଆନ ରୀତିନୀତି ଅନୁଯାୟୀ ବଡ଼ ଆଡମ୍ବରରେ ବିବାହ କରିଥିଲେ ହାର୍ଦ୍ଦିକ-ନତାଶା। ହେଲେ ଜୁଲାଇ ୨୦୨୪ରେ ସେମାନେ ଅଲଗା ହେଉଥିବା ନିଶ୍ଚିତ କରିଥିଲେ। ଛାଡ଼ପତ୍ର ବିଷୟରେ ଘୋଷଣା କରି ଦୁହେଁ ଲେଖିଥିଲେ, “ପ୍ରାୟ ୪ ବର୍ଷ ପରେ ଆମେ ପାରସ୍ପରିକ ସହମତିରେ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ। ଆମେ ଦୁହେଁ ଏକାଠି ରହି ନିଜର ସର୍ବଶ୍ରେଷ୍ଠ ସମୟ ଦେଇଥିଲୁ | କିନ୍ତୁ ବର୍ତ୍ତମାନ ଦୁହେଁ ସମାନ ନିଷ୍ପତ୍ତି ନେଇଛୁ । ଏହା ଆମ ପାଇଁ ବହୁତ କଷ୍ଟସାଧ୍ୟ ନିଷ୍ପତ୍ତି ଥିଲା | ଅଗସ୍ତ୍ୟ ଆମର ଉଭୟ ଜୀବନର ଏକ ଅଂଶ ହୋଇ ରହିବ | ଆମେ ଦୁହେଁ ତାଙ୍କୁ ସମସ୍ତ ଖୁସି ଦେବାକୁ ଚେଷ୍ଟା କରିବୁ ।