Pratidin TV

Odisha's Digital News Platform

ନତାଶାଙ୍କୁ ମିଳିଗଲା ନୂଆ ଜୀବନସାଥୀ, ଭୁଲିଗଲେ ହାର୍ଦ୍ଦିକଙ୍କୁ ! 

ହାର୍ଦ୍ଦିକଙ୍କ ପରେ ନତାଶାଙ୍କୁ ମିଳିଗଲା ନୂଆ ବଏଫ୍ରେଣ୍ଡ | ହାର୍ଦ୍ଦିକଙ୍କ ପୂର୍ବତନ ସ୍ତ୍ରୀ ହେଉଛନ୍ତି ନତାଶା ଷ୍ଟାନକୋଭିକ | ତେବେ ହାର୍ଦ୍ଦିକଙ୍କ ସହ ଛାଡପତ୍ର ପରେ ବିଦେଶ ଚାଲିଯାଇଥିଲେ ନତାଶା | ସେଠାରେ କିଛି ମାସ ରହିବ ପରେ ପୁଣି ମୁମ୍ବାଇ ଫେରିଆସିଛନ୍ତି | କିନ୍ତୁ ସେ ଫେରିବା ପରେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି | ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ଲାଗିଛି | ତେବେ ଭାରତ ଫେରିବା ପରେ ସାଙ୍ଗ ତଥା ରିଯୁମର ବଏଫ୍ରେଣ୍ଡକୁ ଭେଟିଥିଲେ ନତାଶା | ଯିଏ କି ଜଣେ ପେସାରେ ମଡେଲ ସହ ଫିଟନେସ ଟ୍ରେନର ଅଟନ୍ତି | ତେବେ ନତାଶା ନିଜ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ସେଥିରେ କିଛି ଲେଖିଛନ୍ତି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି |

ନତାଶା ଏକ ପୋଷ୍ଟ କରିଛନ୍ତି ଯେଉଁଥିରେ ଫଟୋ ସହ କିଛି ଲେଖିଛନ୍ତି ଯାହାକୁ ଦେଖିବା ପରେ ସମସ୍ତେ ଭାବୁଛନ୍ତି ନତାଶାଙ୍କ ଜୀବନରେ କିଏ ନୂଆ ଏଣ୍ଟ୍ରି କରିଛନ୍ତି | ତେବେ ନତାଶାଙ୍କ ପୋଷ୍ଟ ପରେ ଜୋରଦାର ସସପେନ୍ସ ଲାଗିରହିଛି | ପୋଷ୍ଟକୁ ନେଇ ଅନେକ ଅନୁମାନ ଲଗାଇଛନ୍ତି | କହିବାକୁ ଗଲେ ନତାଶା ଏବଂ ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରି ନିଜ ଛାଡପତ୍ର ଘୋଷଣା କରିଥିଲେ | ଆଉ ଛାଡ଼ପତ୍ର ପରେ ପୁଅ ଅଗସ୍ତ୍ୟଙ୍କୁ ନେଇ ନତାଶା ବିଦେଶ ଚାଲିଯାଇଥିଲେ | ୨0୨0 ୩୧ ମେ ରେ ନତାଶା ହାର୍ଦ୍ଦିକଙ୍କୁ ବିବାହ କରିଥିଲେ | ସେହି ବର୍ଷ ଜୁଲାଇ ୩0ରେ ତାଙ୍କର ପୁତ୍ର ସନ୍ତାନ ଜନ୍ମ ହୋଇଥିଲା | ତେବେ ୪ ବର୍ଷ ରହିବା ପରେ ୨0୨୪ରେ ଦୁହେଁ ଅଲଗା ହୋଇଯାଇଛନ୍ତି | ଅନ୍ୟପଟରେ ହାର୍ଦ୍ଦିକଙ୍କ ନୂଆ ଗାର୍ଲଫ୍ରେଣ୍ଡଙ୍କୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଏବେ ନତାଶାଙ୍କ ସିକ୍ରେଟ ବଏଫ୍ରେଣ୍ଡଙ୍କୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି |

Leave a Reply

Your email address will not be published. Required fields are marked *