Pratidin TV

Odisha's Digital News Platform

ଭିଡିଓ ସେୟାର କରି ଛାଡପତ୍ର ହିଣ୍ଟ ଦେଲେ ନତାଶା !କହିଲେ କଠିନ ପରିସ୍ଥିତି ଦେଇ ଗତି କରୁଛି 

1 min read

ଟି-ଟ୍ୱେଣ୍ଟି ବିଶ୍ୱକପ ଜିତି ହାର୍ଦ୍ଦିକ ପାଣ୍ଡ୍ୟା ଭାରତ ଫେରିବା ପରେ ଛାଡପତ୍ରର ଏକ ବଡ ହିଣ୍ଟ ଦେଲେ ପତ୍ନୀ ନତାଶା | ଗୋଟେପଟେ ବଡ ସଫଳତା ଆଉ ଅନ୍ୟପଟେ ଏନେଇ କୌଣସି ପ୍ରକାର ସୋସିଆଲ ପୋଷ୍ଟ କରୁନାହାନ୍ତି ନତାଶା | ଯାହାକୁ ନେଇ ଖୁବ ଟ୍ରୋଲ୍ ହେଉଚନ୍ତ୍ରୀ ହାର୍ଦ୍ଦିକ | ସୋସିଆଲ ମିଡିଆରେ ନତାଶା ଖୁବ ଆକ୍ଟିଭ ଥିଲେ ମଧ୍ୟ ତାଙ୍କ ବ୍ୟକ୍ତିଗତ ଜୀବନ ସହ ଜଡିତ କିଛି ସେୟାର କରୁନାହାନ୍ତି | ତେବେ ବର୍ତ୍ତମାନ ନିଜ ଇନଷ୍ଟାଗ୍ରାମ ଷ୍ଟୋରିରେ ଏଭଳି କିଛି ଭିଡ଼ିଓ ରଖିଛନ୍ତି ଯାହା ନତାଶା ଏବଂ ହାର୍ଦ୍ଦିକଙ୍କ ମଧ୍ୟରେ ଅଲଗା ହେବାର ଚର୍ଚ୍ଚାକୁ ବହୁତ ବଡ ହିଣ୍ଟ ମିଳିଛି |

ନତାଶା ତାଙ୍କ ନିଜ ଇନଷ୍ଟାଗ୍ରାମ ଏକ ଷ୍ଟୋରି ପୋଷ୍ଟ କରିଛନ୍ତି | ସେଥିରେ ସେ କହିଛନ୍ତି, ମୁଁ କିଛି ପଢିବାକୁ ବହୁତ ଉତ୍ସାହିତ, ଯାହା ମତେ ଆଜି ଅଧିକ ଶୁଣିବାକୁ ପଡିବ | ସେଥିପାଇଁ ମୁଁ ବାଇବେଲ ଆଣିଥିଲି | କାରଣ ମୁଁ ତମ ସମସ୍ତଙ୍କୁ ପଢାଇବକୁ ଚାହୁଁଥିଲି | ଏଥିରେ ଲେଖା ଅଛି ଜଣେ ଈଶ୍ୱର ଅଛନ୍ତି ଯିଏ ତମ ଆଗରେ ଚାଲିଥାନ୍ତି ଏବଂ ତୁମ ସହିତ ରହିବେ ଏବଂ ତାଂକୁ କଦାପି ଛାଡ଼ିବେ ନାହିଁ | ଭୟ କର ନାହିଁ କି ନିରାଶ ହୁଅ ନାହିଁ ଯେତେବେଳେ ମଧ୍ୟ ଆମେ ନିର୍ଦ୍ଦିଷ୍ଟ ପରିସ୍ଥିତି ଦେଇ ଗତି କରୁ ଆମେ ଥାଉ କିନ୍ତୁ ଭଗବାନ ତୁମ ସାଙ୍ଗରେ ଅଛନ୍ତି | ତେବେ ନତାଶାଙ୍କ ଏହି ଭିଡ଼ିଓ ପରେ ପ୍ରଶଂସକମାନେ ଅନୁଭବ କରୁଛନ୍ତି ସେ କେବଳ ତାଙ୍କର ଜୀବନ ବିଷୟରେ କହୁଛନ୍ତି | ଭାରତ ଟି-ଟ୍ୱେଣ୍ଟି ବିଶ୍ୱକପ ଜିତିବା ପରେ ନତାଶା କିଛି ଫଟୋ ପୋଷ୍ଟ କରିଥିଲେ | ଟ୍ୱିଟ୍ୱେଣ୍ଟି ବିଶ୍ୱକପ ପାଇଁ ହାର୍ଦ୍ଦିକ କଠିନ ପରିଶ୍ରମ କରିଥିବା ସତ୍ତ୍ୱେ ଏଥିରେ ଖୁସି ନାହାନ୍ତି ନତାଶା |

Advertisement

Leave a Reply

Your email address will not be published. Required fields are marked *