Pratidin TV

Odisha's Digital News Platform

ବାପା ଡାକ ଶୁଣିବେ ବରୁନ୍ , କଜନ୍ସଙ୍କ ସହ ଭାଇରାଲ ହେଲା ନତାଶାଙ୍କ ବେବିବମ୍ପ ଫଟୋ ।

1 min read

ବଲିଉଡ୍ ଡ୍ୟାସିଙ୍ଗ୍ ହିରୋ ବରୁନ୍ ଧବନ୍ ।ତେବେ ନିକଟରେ ତାଙ୍କ ଫ୍ୟାନ୍ସ ମାନେ ତ ନିଶ୍ଚୟ ଏହି ଗୁଡ୍ ନିୟୁଜ୍ ପାଇଯାଇଥିବେ । କିନ୍ତୁ ଆମେ ଆପଣଙ୍କୁ କନଫର୍ମ ହୋଇ ଜଣାଉଛୁ ଯେ ପ୍ରକୁତରେ ବରୁନ ଏବଂ ନତାଶା ନିଜ ପ୍ରଥମ ସନ୍ତାନକୁ ସ୍ୱାଗତ କରିବାକୁ ଯାଉଛନ୍ତି । ନୂଆ ପର୍ଯ୍ୟାୟ ପାଇଁ ଏହି ଦମ୍ପତି ସୁପର ଉତ୍ସାହିତ ଅଛନ୍ତି । ନିକଟରେ ଅଭିନେତାଙ୍କ ପତ୍ନୀ ନତାଶା ଏକ ଇଭେଣ୍ଟରେ ଯୋଗଦେବାକୁ ବାହାରକୁ ଯିବାବେଳେ ତାଙ୍କ ବେବି ବମ୍ପ ଫଟୋ ଭ।ଇରାଲ ହୋଇଥିଲା । କିନ୍ତୁ ବର୍ତ୍ତମାନ ନିଜ କଜନ୍ସଙ୍କ ସହ ବରୁନ ନତାଶାଙ୍କ ଏକ ଫଟୋ ସାମ୍ନାକୁ ଆସିଚି ।

ପୂର୍ବରୁ ବରୁନ୍ ଫେବୃଆରୀ ୧୮ ରେ ନିଜ ଇଷ୍ଟାହ୍ୟାଣ୍ଡେଲରେ ଏକ ଫଟୋ ପୋଷ୍ଟ କରିଥିଲେ । ଯେଉଁଥିରେ ସେ ନତାଶାଙ୍କ ବେବିବମ୍ପକୁ ଚୁମ୍ବନ ଦେଉଥିଲେ । ଅଭିନେତା ମଧ୍ୟ ତାଙ୍କ ହାତ ଧରିଥିଲେ। ସାମ୍ନାରେ ସେମାନଙ୍କର ପୋଷା କୁକୁର ଆରାମରେ ସୋଫାରେ ବସିଥିବାର ଦେଖାଯାଇଥିଲା, ଏବଂ ତାଙ୍କ ନଜର କ୍ୟାମେରାରେ ସ୍ଥିର ହୋଇଥିଲା । ବରୁଣ ଧାୱନ ଏହି ପୋଷ୍ଟର କ୍ୟାପସନରେ ଲେଖିଛନ୍ତି, “ଆମେ ଗର୍ଭବତୀ ଅଟୁ ତୁମର ସମସ୍ତ ଆଶୀର୍ବାଦ ଏବଂ ପ୍ରେମ #myfamilymystrength ଆବଶ୍ୟକ । ”

Leave a Reply

Your email address will not be published. Required fields are marked *