Pratidin TV

Odisha's Digital News Platform

ଜାତୀୟ ସିନେମା ଦିବସ ଉପଲକ୍ଷେ ହଲ୍‌ରେ ପଡିଲା ଅଫର୍ : ୭୫ ଟଙ୍କାରେ ବୁକିଂ ହେଲା ଏହି ସବୁ ଫିଲ୍ମ ଟିକେଟ

1 min read

ଭୁବନେଶ୍ୱର : ଚଳିତ ମାସ ଆରମ୍ଭରେ ମଲ୍ଟିପ୍ଲେକ୍ସ ତରଫରୁ ଏକ ବଡ ଘୋଷଣା କରାଯାଇଥିଲା । ସେପ୍ଟେମ୍ବର ୧୬ କୁ ରାଷ୍ଟ୍ରିୟ ସିନେମା ଦିବସ ପାଳନ କରାଯିବ ।ଏନେଇ ୧୬ ତାରିଖ ଦିନ ପ୍ରାୟ ସମସ୍ତ ହଲ୍‌ରେ ୭୫ ଟଙ୍କାରେ ମିଳିବ ଟିକେଟ୍ । ଦର୍ଶକ ମାନେ ଅନ୍‌ଲାଇନ ଏବଂ ଅଫ୍‌ଲାଇନ ଉଭୟ ପକ୍ରିୟାରେ ମାତ୍ର ୭୫ ଟଙ୍କାରେ ଟିକେଟ୍ କାଟି ତାଙ୍କ ପସନ୍ଦିୟ ଫିଲ୍ମ ଗୁଡିକୁ ଦେଖିପାରିବେ । କିନ୍ତୁ ବ୍ରହ୍ମସ୍ତ୍ରର ମୁକ୍ତିଲାଭ ଯୋଗୁ ଏହି ଫିଲ୍ମର ନିର୍ଦ୍ଧେଶକ ଅଫରର ତାରିଖକୁ ୧ ସପ୍ତାହ ଆଗକୁ ଘୁଞ୍ଚାଇ ଦେଇଥିଲେ । ଫଳରେ ଗତକାଲି ୨୩ ସେପ୍ଟେମ୍ବରରେ ଏହି ଅଫରଟିକୁ ଲାଗୁ କରାଯିବା ସହ ଗତକାଲି ରାଷ୍ଟ୍ରିୟ ସିନେମା ଦିବସ ମଧ୍ୟ ପାଳନ କରାଯିବା ।

ତେବେ ୨୩ ତାରିଖ ଦିନ ଚାଲୁହେବାକୁ ଥିବା ଫିଲ୍ମଗୁଡିକର ବୁକିଂ ୨୦ ତାରିଖରୁ ଆରମ୍ଭ ହୋଇଯାଇଛି । ସୂଚନା ଅନୁଯାୟୀ ଦେଶରେ ପ୍ରାୟ ୪୦୦୦ ରୁ ଉର୍ଦ୍ଧ ସିନେମା ହଲରେ ଗତକାଲି ଏହି ଅଫ୍‌ର ଚାଲିବ । ତେବେ ଇନକ୍ଲାଇନର ସିନେମା ହଲର ଟିକେଟ୍ କେବଳ ୧୦୦ ଆଉ ୨୦୦ ରେ ବିକ୍ରି ହେଉଥିବା ବେଳେ , ଆଇନକ୍ସ ମଧ୍ୟ ନିଜ ଟିକେଟର ମୂଲ୍ୟ ହ୍ରାସକରିବ । ସେହିଭଳି ଚଳିତମାସ ମୁକ୍ତିଲାଭ କରିଥିବା ଅନେକ ଫିଲ୍ମ ବକ୍ସ ଅଫିସରେ ଏଯାଏ ଚାଲିଥିବା ବେଳେ ମାତ୍ର ୪ ଟି ଫିଲ୍ମକୁ ଦର୍ଶକମାନେ ୭୫ ଟଙ୍କାରେ ଦେଖିପାରିବେ ।

Advertisement

ଏହି ଫିଲ୍ମ ଗୁଡିକୁ ଦେଖିପାରିବେ ୭୫ ଟଙ୍କାରେ –
-ଚୁପ୍‌: ରିଭେଞ୍ଜ ଅଫ୍ ଆର୍ଟିଷ୍ଟ
-ପ୍ରେମ ଗୀତ ୩
-କୃଷ୍ଣା ବୃନ୍ଧା ବିହାରୀ
-ଧୋକା:ରାଉଣ୍ଡ କି କର୍ଣ୍ଣର

Leave a Reply

Your email address will not be published. Required fields are marked *