Pratidin TV

Odisha's Digital News Platform

ସିନେପ୍ରେମୀଙ୍କ ପାଇଁ ଖୁସି ଖବର , ୯୯ ଟଙ୍କାରେ ମିଳିବ ଫିଲ୍ମ ଟିକେଟ …

1 min read

ସିନେ ପ୍ରେମୀଙ୍କ ପାଇଁ ଖୁସି ଖବର । ମାତ୍ର ୯୯ ଟଙ୍କାରେ ହଲ ରେ ବସି ଦେଖିପାରିବେ ଫିଲ୍ମ । ଦେଶରେ ସବୁ ହଲରେ ମିଳିବ ଏହି ସୁବିଧା  ।  କାରଣ ସେପ୍ଟେମ୍ବର ୧୬ରେ ଭାରତର ସମସ୍ତ ସିନେମା ହଲରେ ଆପଣ ମାତ୍ର ୯୯ ଟଙ୍କାରେ ଟିକେଟ ପାଇ ପାରିବେ। ଯେଉଁଠି ମଲ୍ଟିପ୍ଲେକ୍ସ ଥିଏଟରକୁ ଫିଲ୍ମ ଦେଖିବାକୁ ଯିବାକୁ ହେଲେ ଆପଣଙ୍କୁ ୩୦୦ ଶହ ରୁ ୫୦୦ ଟଙ୍କାର ଟିକେଟ କରିବାକୁ ପଡୁଥିଲା ତାହା ସେପ୍ଟେମ୍ବର ୨୦ରେ ମାତ୍ର ୯୯ ଟଙ୍କାରେ ମିଳିବ।

ମିଳିଥିବା ସୂଚନା ଅନୁସାରେ ସେପ୍ଟେମ୍ବର ୨୦ରେ ଜାତୀୟ ସିନେମା ଦିବସ ଅବସରରେ ପ୍ରତ୍ୟେକ ଫିଲ୍ମର ଟିକେଟ ମାତ୍ର ୯୯ ଟଙ୍କାରେ ମିଳିବ। ମଲ୍ଟିପ୍ଲେକ୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ (MAI) ସାରା ଦେଶରେ ସିନେମା ସେପ୍ଟେମ୍ବର ୨୦ରେ ଭାରତରେ ଜାତୀୟ ସିନେମା ଦିବସ ପାଳନ କରିବାକୁ ଓ ୯୯ ଟଙ୍କା ଟିକେଟ ମିଳିବାର ନିଷ୍ପତ୍ତି ନେଇଛି। ଯେକୌଣସି ଫିଲ୍ମ ଅର୍ଥାତ୍ ବଲିଉଡ, ହଲିଉଡ, ଭୋଜପୁରୀ, ମରାଠୀ, କନ୍ନଡ, ମାଲାୟାଲମ ଓ ଓଡିଆ ଫିଲ୍ମକୁ ମାତ୍ର ୯୯ ଟଙ୍କାରେ ଦେଖିବେ ଦର୍ଶକ। ଏନେଇ ମଲ୍ଟିପ୍ଲେକ୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ (MAI) ଏକ ବିବୃତ୍ତି ଜାରି କରି କହିଛି ଯେ ‘ରାଷ୍ଟ୍ରିୟ ସିନେମା ଦିବସରେ ସମସ୍ତ ବୟସର ଦର୍ଶକଙ୍କୁ ଚଳଚ୍ଚିତ୍ର ମାଧ୍ୟମରେ ଏକାଠି କରିବ। ଚଳଚ୍ଚିତ୍ର ଟିକେଟ ପାଇଁ ଉଭୟ ଅନଲାଇନ୍ ଏବଂ ଅଫଲାଇନ୍ ସୁବିଧା ଯୋଗାଇ ଦିଆଯାଇଛି । ଦର୍ଶକ ଏବଂ ପ୍ରଶଂସକମାନେ ମଲ୍ଟିପ୍ଲେକ୍ସ ଚାଳିତ ୱେବସାଇଟ୍ କିମ୍ବା ବୁକ୍ ମାଇ ଶୋ ଏବଂ ପେଟିଏମ୍ ପରି ସେବା ମାଧ୍ୟମରେ ଅନଲାଇନରେ ଟିକେଟ କିଣିପାରିବେ ।

Leave a Reply

Your email address will not be published. Required fields are marked *