Pratidin TV

Odisha's Digital News Platform

ଜାତୀୟ ସିନେମା ପୁରସ୍କାର: ଅତୁଳନୀୟ ଅବଦାନ ପାଇଁ ସୁପରଷ୍ଟାର ମିଥୁନ ଚକ୍ରବର୍ତ୍ତୀଙ୍କୁ ଦାଦା ସାହେବ ଫାଲକେ ସମ୍ମାନ

1 min read

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀଠାରେ ୨୦୨୨ ବର୍ଷ ପାଇଁ ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରିଛନ୍ତି। ଦିଲ୍ଲୀର ବିଜ୍ଞାନ ଭବନରେ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।  ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡ. ଏଲ୍ ମୁରୁଗାନ୍ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ। ଭେଟେରାନ ଅଭିନେତା ତଥା ସୁପରଷ୍ଟାର ମିଥୁନ ଚକ୍ରବର୍ତ୍ତୀଙ୍କୁ ଦାଦା ସାହେବ ଫାଲକେ ସମ୍ମାନରେ ସମ୍ମାନିତ କରାଯାଇଛି ।

ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କିମ୍ବଦନ୍ତୀ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ସିନେମା କ୍ଷେତ୍ରରେ ସର୍ବୋଚ୍ଚ ସମ୍ମାନ ଦାଦା ସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରିଛନ୍ତି। କନ୍ନଡ ଚଳଚ୍ଚିତ୍ର କାନ୍ତାରାରେ ଚମତ୍କାର ଅଭିନୟ ପାଇଁ ଋଷବ ସେଟ୍ଟୀଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ତାମିଲ ଚଳଚ୍ଚିତ୍ର ଥିରୁଚିତ୍ରାମ୍ବଲମ୍ ପାଇଁ ନିତ୍ୟା ମେନେନ୍ ଏବଂ ଗୁଜରାଟୀ ଚଳଚ୍ଚିତ୍ର କଚ୍ଛ ଏକ୍ସପ୍ରେସ ପାଇଁ ମାନସୀ ପାରେଖଙ୍କୁ ମିଳିଲା ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର।

Advertisement

ସେହିପରି କଣ୍ଠଶିଳ୍ପୀ ତଥା ସଙ୍ଗୀତ ନିର୍ଦ୍ଦେଶକ ଏ.ଆର. ରେହମାନଙ୍କୁ ପୋନ୍ନିୟିନ ସେଲବନ ପାର୍ଟ-ୱାନ୍ ଫିଲ୍ମ ଲାଗି ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ପୁରସ୍କାର ପ୍ରଦାନ କରାଯାଇଛି । ଫିଲ୍ମ କାନ୍ତାରା ଲାଗି ଅଭିନେତା ଋଷଭ ସେଟ୍ଟିଙ୍କୁ ସର୍ବଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଛି । ଅଭିନେତ୍ରୀ ନିତ୍ଯା ମେନନ ଏବଂ ମାନସୀ ପାରେଖଙ୍କୁ ସର୍ବଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଛି । ଫିଲ୍ମ ତିରୁଚିତ୍ରାମ୍ବଲମ ସିନେମା ଲାଗି ନିତ୍ଯା ମେନନ ଏହି ପୁରସ୍କାର ପାଇଛନ୍ତି । ସେହିପରି କଛ୍ ଏକ୍ସପ୍ରେସ ଲାଗି ମାନସୀ ପାରେଖ ଏହି ପୁରସ୍କାର ପାଇଛନ୍ତି । ଅଟ୍ଟମକୁ ମିଳିଛି ସର୍ବେଶ୍ରେଷ୍ଠ ଫିଲ୍ମ ପୁରସ୍କାର । ଗୁଲମୋହରକୁ ସର୍ବଶ୍ରେଷ୍ଠ ହିନ୍ଦୀ ଫିଲ୍ମ ପୁରସ୍କାର ମିଳିଛି । ସର୍ବଶ୍ରେଷ୍ଠ ସହ ଅଭିନେତ୍ରୀ ଭାବେ ନୀନା ଗୁପ୍ତା ପୁରସ୍କୃତ ହୋଇଛନ୍ତି । ପବନ ମଲହୋତ୍ରା ସର୍ବଶ୍ରେଷ୍ଠ ସହ ଅଭିନେତା ପୁରସ୍କାର ପାଇଛନ୍ତି । ଦମନକୁ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଲାଗି ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି ।

Leave a Reply

Your email address will not be published. Required fields are marked *