ଅଜାଦୀକି ଅମୃତ ମହୋତ୍ସବର ଭିନ୍ନ ଦୃଶ୍ୟ : ପୃଥିବୀଠୁ ୧ଲକ୍ଷ ୬ ହଜାର ଫୁଟ୍ ଉପରେ ଉଡିଲା ଜାତୀୟ ପତାକା
1 min readଆଜି ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରିଛି । ଏନେଇ ସାରା ବିଶ୍ୱ ସହ ମହାକାସରୁ ମଧ୍ୟ ଛୁଟି ଆସିଥିଲା ଶୁଭେଛାର ବାର୍ତ୍ତା । ଏନେଇ ଗତକାଲି ଇଟାଲୀର ମହାକାଶଯାତ୍ରୀ ସାମଂଥା କ୍ରିଷ୍ଟୋଫୋରେଟ ଇସ୍ରୋକୁ ଏକ ଶୁଭେଚ୍ଛାର ବାର୍ତ୍ଥା ପଠାଇଥିଲେ । ଯାହା ସୋସିଆଲ ମିଡିଆରେ କୋଟି କୋଟି ଲୋକଙ୍କ ମନ ଜିତିନେଇଥିଲା । ଠିକ୍ ସେହିଭଳି ଆଜି ଆଉ ଏକ ରୋମାଞ୍ଚକର ଦୃଶ୍ୟ ଦେଖିବାକୁ ମିଳିଛି ।
ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ନେଇ ସ୍ପେସ୍ କିଡ୍ଜ ଇଣ୍ଡିଆ ପୃଥିବୀଠାରୁ ପ୍ରାୟ ୩୦ କିଲୋମିଟର ଦୂର ଆକାଶରେ ଉଡାଯାଇଥିଲା ଭାରତର ଜାତୀୟ ପତାକା । ଏହି ସ୍ପେସ୍ କିଡ୍ଜ ଇଣ୍ଡିଆ ଦେଶର ଯୁବ ବୈଜ୍ଞାନିକମାନଙ୍କୁ ପ୍ରସ୍ତୁତ କରୁଥିବା ଏକ ସଂସ୍ଥା ଅଟେ । ଆଜି ବେଲୁନ୍ ସାହାର୍ଯ୍ୟରେ ପୃଥିବୀଠାରୁ ପାଖାପାଖି ୧ଲକ୍ଷ ୬ହଜାର ଫୁଟ୍ ଉଚ୍ଚାକୁ ତ୍ରିରଙ୍ଗା ପଠାଇ ସେଠାରେ ସମ୍ମାନର ସହ ଉଡାଯାଇଥିଲା ।
ଭିଡିଓଟିକୁ ବୋହୁତ ମାତ୍ରାରେ ପସନ୍ଦ କରିଛନ୍ତି ଲୋକେ । ତେବେ ଉକ୍ତ ଭିଡିଓରେ ବନ୍ଦେ ମାତରାମ୍ର ମ୍ୟୁଜିକ୍ କୁ ଏଡିଟ୍ କରାଯାଇଛି । ଯାହାଦ୍ୱାର ଭିଡିଓଟିକୁ ଦେଖିବାମାତ୍ରେ ହିଁ ଯେକୌଣସ ବ୍ୟକ୍ତି ମନରେ ଦେଶପ୍ରେମ ଓ ଭକ୍ତିଭାବ ଆପଣା ଛାଏ ଜାଗ୍ରତ ହୋଇଉଠିବ ।