ପାକିସ୍ତାନୀ ଓ ଇରାନୀୟ ଶୁଣାଇଲେ ଭାରତୀୟ ନୌସେନାର ଗୌରବ ଗାଥା , ସାମ୍ନାକୁ ଆସିଲା ଭିଡିଓ…
1 min readଭାରତୀୟ ନୌସେନାର ପରାକ୍ରମ ଦେଖିଛି ସାରା ବିଶ୍ୱ । ଆଜି ଭାରତୀୟ ନୌସେନାର ପ୍ରଶଂସାର କରୁଛି ପାକିସ୍ତାନ । କେବଳ ପାକିସ୍ତାନ ନୁହେଁ ଇରାନ ମଧ୍ୟ ଭାରତୀୟ ନୌସେନାର ଭୁରି ବୁରି ପ୍ରଶଂସା କରିିଛି । କାରଣ ସୋମାଲିଆର ଜଳଦସ୍ୟୁଙ୍କଠାରୁ ପାକିସ୍ତାନୀ ଓ ଇରାନୀୟ ମାନଙ୍କୁ ରକ୍ଷା କରିଛି ଭାରତୀୟ ନୌସେନା । ଯାହାପରେ ପାକିସ୍ତାନୀ ଓ ଇରାନୀୟ ଜାହାଜର କର୍ମଚାରୀମାନେ ଭାରତୀୟ ନୌସେନାକୁ ଧନ୍ୟବାଦ ଜଣାଇଛନ୍ତି ।
ସାମାଜିକ ଗଣମାଧ୍ୟମରେ ଶେୟାର କରାଯାଇଥିବା ଏକ ଭିଡିଓରେ ପାକିସ୍ତାନୀ ଏବଂ ଇରାନୀୟ କ୍ରୁ ସଦସ୍ୟ କହିଛନ୍ତି ଯେ, ଆମକୁ ସୋମାଲିଆ ଜଳଦସ୍ୟୁମାନେ କାବୁ କରିଥିଲେ । ଠିକ୍ ସେତିକିବେଳେ ଭାରତୀୟ ନୌସେନା ସେଠାରେ ପହଞ୍ଚିଥିଲା । ସେମାନଙ୍କୁ ଦେଖି ସୋମାଲିଆ ଜଳଦସ୍ୟୁମାନେ ଭୟଭୀତ ହୋଇ ନିଜ ଅସ୍ତ୍ରଶସ୍ତ୍ର ଫିଙ୍ଗିଦେଇଥିଲେ । ଆଉ ଆମର ଜୀବନ ରକ୍ଷା କରିଥିଲେ ।
ସୂଚନାଯୋଗ୍ୟ ଯେ, ଭାରତୀୟ ନୌସେନାର ଯୁଦ୍ଧ ଜାହାଜ ଆଇଏନଏସ ସୁମିତ୍ରା ସୋମବାର ସୋମାଲିଆର ପୂର୍ବ ଉପକୂଳରେ ଇରାନର ପତାକା ଲାଗିଥିବା ଜାହାଜ ଅଲ ନଇମୀରେ ସାମୁଦ୍ରିକ ଡକାୟତି ଉଦ୍ୟମକୁ ବିଫଳ କରି ସଫଳତାର ସହ ୧୯ ଜଣ ପାକିସ୍ତାନୀ ନାଗରିକଙ୍କୁ ଉଦ୍ଧାର କରିଥିଲା । ଏହା ପୂର୍ବରୁ ଜାନୁଆରୀ ୨୮ ରାତିରେ ଭାରତୀୟ ନୌସେନା ସୋମାଲିଆ ଜଳଦସ୍ୟୁଙ୍କ କବଳରୁ ଇରାନ୍ରେ ପଞ୍ଜିକୃତ ମାଛମରା ଜାହାଜ ଏଫ୍ଭି ଇମାନ୍କୁ ଉଦ୍ଧାର କରିଥିଲା । ସେଥିରେ ୧୭ଜଣ ଇରାନ ନାଗରିକ ଥିଲେ ।
ଜାରି ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି ନୌସେନା କିପରି ଜାହାଜର କ୍ରୁ ସଦସ୍ୟଙ୍କୁ ଉଦ୍ଧାର କରି ସୋମାଲିଆ ଡକାୟତମାନଙ୍କୁ ଗିରଫ କରିଥିଲା । ଏହାରି ମଧ୍ୟରେ ଭାରତୀୟ ନୌସେନାର ମୁଖପାତ୍ର କହିଛନ୍ତି ଯେ, ଭାରତୀୟ ନୌସେନା ଭାରତ ମହାସାଗର ଅଞ୍ଚଳରେ ସାମୁଦ୍ରିକ ସୁରକ୍ଷା ପାଇଁ ପ୍ରତିବଦ୍ଧ ।