Pratidin TV

Odisha's Digital News Platform

ଆଜି ଅନ୍ତର୍ଜାତୀୟ ଯୋଗ ଦିବସ : ସ୍ୱସ୍ତିକ ଯୋଗ ଶିବିରରେ ୯ତମ ଯୋଗ ଦିବସ ପାଳିତ …

1 min read

ଭୁବନେଶ୍ୱର : ଆଜି ଅନ୍ତର୍ଜାତୀୟ ଯୋଗ ଦିବସ । ସାରା ବିଶ୍ୱ ଆଜି ପାଳିଛି ଏହି ଦିବସକୁ । କାରଣ ଏହି ଯୋଗ ମାଧ୍ୟମରେ ହିଁ ଲୋକମାନଙ୍କୁ ଅନେକ ରୋଗରୁ ମୁକ୍ତି ମିଳିଛି । ବୟସ୍କଙ୍କଠାରୁ ଆରମ୍ଭ କରି ଯୁବପିଢୀ ମଧ୍ୟ ଏହି ଯୋଗ ପ୍ରତି ଆଗ୍ରହ ଦେଖାଇଲେଣି । ଏହି ଯୋଗର ଶକ୍ତି ଏତେଯେ କେବଳ ସାଧୁସନ୍ଥ କାହିଁକି ବଡ ବଡ ସେଲିବ୍ରେଟି ମଧ୍ୟ ନିଜର ଦୈନନ୍ଦିନ ଜୀବନରେ ଏହାକୁ ଅଭ୍ୟାସଗତ କରାଇଲେଣି ।

ସେହିଭଳି ଆଜି ରାଜଧାନୀ ଝାରପଡା ସ୍ଥିତ ସ୍ୱସ୍ତିକ ଯୋଗ ଶିବିରରେ ୯ ତମ ବିଶ୍ୱ ଯୋଗ ଦିବସ ପାଳିତ ହୋଇଛି । ସ୍ୱସ୍ତିକ ଯୋଗ ଶିବିରର ଯୋଗ ଗୁରୁ ପ୍ରତାପ କୁମାର ମିଶ୍ରଙ୍କ ନେତୃତ୍ୱରେ ଆୟୋଜିତ ଯୋଗ ଅଧିବେଶନରେ ଯୋଗ ଶିବିରର ସମସ୍ତ ସଦସ୍ୟ ବହୁ ସଂଖ୍ୟାରେ ଛାତ୍ର ଛାତ୍ରୀ,ବ୍ୟାଙ୍କସମୋର ଫାଇନାନ୍ସର ସଦସ୍ୟ, ଆଇସିଆଇସିଆଇ ବ୍ୟାଙ୍କର କର୍ମଚାରୀ, ଓ ଯୋଗ ସମିତିର ମହିଳା ସଦସ୍ୟ ଏହି କାର୍ଯ୍ୟକର୍ମରେ ସକ୍ରିୟ ଅଂଶ ଗ୍ରହଣ କରି ଯୋଗାଭ୍ୟାଷ କରିଥିଲେ । ଏହି ପରିପ୍ରେକ୍ଷୀରେ ଯୋଗ ଗୁରୁ ପ୍ରତାପ କୁମାର ମିଶ୍ର ବିଭିନ୍ନ ଯୋଗ କ୍ରିୟା ଓ ସୁସ୍ଥ ଜୀବନଯାପନ ରେ ଯୋଗ ର ମହତ୍ୱ ବିଷୟରେ ବିସ୍ତୁତ ବୁଝାଇଥିଲେ । ଏହି ଯୋଗ ଅଧିବେଶନକୁ ଯୋଗ ଶିବିରର ସଦସ୍ୟ ସୁବାଷ ସାହୁ, ପ୍ରଦୀପ ରାଉତ, ସୁଦୀପ୍ତ ମହାନ୍ତି , ରବୀନ , ଅଶୋକ , ସୋନୁ ଷଡ଼ଙ୍ଗୀ ସ୍ନେହାଜଳୀ ମହାପାତ୍ର ସମସ୍ତେ ପରିଚାଳନା କରିଥିଲେ ।

Advertisement

Leave a Reply

Your email address will not be published. Required fields are marked *