କେନ୍ଦ୍ରାପଡ଼ାରେ ପ୍ରାକୃତିକ ତୈଳର ସନ୍ଧାନ ; ଅଏଲ ଇଣ୍ଡିଆ କମ୍ପାନୀ ପକ୍ଷରୁ ଚିହ୍ନଟ ହେଲା ଜମି …
1 min readକେନ୍ଦ୍ରାପଡ଼ା ; କେନ୍ଦ୍ରାପଡ଼ାରେ ପ୍ରାକୃତିକ ତୈଳର ସନ୍ଧାନ । କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ଯମପଡା ପଞ୍ଚାୟତର ଗୌଡ଼ଗାଁରେ ମିଳିଛି ହାଇଡ୍ରୋକାର୍ବନ ସନ୍ଧାନ,ମହାନଦୀ ଅବବାହିକାର କରାଣ୍ଡିଆ ନଦୀ କୂଳରେ ଏହି ପ୍ରାକୃତିକ ତୈଳର ସନ୍ଧାନ ମିଳିଛି । ଏନେଇ ଅଏଲ ଇଣ୍ଡିଆ କମ୍ପାନୀ କତୃପକ୍ଷ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଜମି ଚି଼ହ୍ନଟ ପୂର୍ବରୁ ସାରିଥିବା ବେଳେ ଆଜି ହିତାଧିକାରୀ ମାନଙ୍କୁ କମ୍ପାନୀ ପକ୍ଷରୁ ଚେକ ପ୍ରଦାନ କରାଯାଇଛି । ଜମି ମାଲିକ ମାନଙ୍କ ଠାରୁ କମ୍ପାନୀ ତିନିବର୍ଷ ଲିଜ ସୂତ୍ରରେ ନେଇଛି ।
ମିଳିଥିବା ସୂଚନା ଅନୁ୍ଯାୟୀ ୧୧୪ ଜଣଙ୍କ ୧୪ ଏକର ୭୪ ଡ଼ିସିମିଲ ଜମି ଯାଇଛି । ଏହି ପ୍ରକଳ୍ପ ଚି଼ହ୍ନଟ ଏରିଆ ଭିତରେ,ସୋମବାର ଯମପଡା ଠାରେ ଥିବା ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ଏକ ଶିବିର କରାଯାଇ ଅଏଲ ଇଣ୍ଡିଆ କମ୍ପାନୀ କତୃପକ୍ଷ ଓ ଜିଲ୍ଲା ପ୍ରଶାସନଙ୍କ ଉପସ୍ଥିତିରେ ଅନୁକମ୍ପା ରାଶି ହିତାଧିକାରୀଙ୍କୁ ପ୍ରଦାନ କରାଯାଇଛି । ତେବେ ଖୁବ ଶୀଘ୍ର ମାଟି ଖୋଳା ଯିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ମିଳିଛି । ପ୍ରଥମ ପର୍ଯ୍ୟାୟ ରେ ୧୪୫ ଫୁଟର ଡ୍ରିଲିଙ୍ଗ ପାଁଇ ଆବଶ୍ୟକ ହେଉଥିବା ରିକ ମେସିନ ସାହାଯ୍ୟରେ ପ୍ରାୟ ୨୫ ଶହ ମିଟର ମାଟି ତଳକୁ ଡ୍ରିଲ କରାଯାଇ କେତେ ପରିମାଣରେ ତୈଳ ଗଛିତ ଅଛି ତାହା ଅନୁସନ୍ଧାନ କରାଯିବ । ଏହାପରେ ଜମି ଯାଉଥିବା ହିତାଧିକାରୀଙ୍କୁ ଲିଜ ବାବଦକୁ କମ୍ପାନୀ ଏକ କୋଟି ୬୩ ଲକ୍ଷର ଅନୁଦାନ ରାଶି ପ୍ରଦାନ କରିବ ।
ଏନେଇ ଅଏଲଇଣ୍ଡିଆ କମ୍ପାନୀର କାର୍ଯ୍ୟାକାରୀ ନିର୍ଦେଶକ ଅଞ୍ଜନ ଜ୍ୟୋତି ଫୁକନ,ମାର୍ଶାଘାଇର ଅତିରିକ୍ତ ତହସିଲଦାର ଅଶୋକ ବେହେରା ନିଜର ପ୍ରତିକ୍ରିୟା ଦେଇଛନ୍ତି ।