Pratidin TV

Odisha's Digital News Platform

ରାଜ୍ୟରେ ଶାନ୍ତି ବଜାୟ ରଖିବାକୁ ମୋହନଙ୍କୁ ନବୀନଙ୍କ ଅନୁରୋଧ ..

1 min read

ବର୍ତ୍ତମାନ ରାଜ୍ୟରେ ବିଭିନ୍ନ  ବିଭିନ୍ନ ପ୍ରାନ୍ତରେ ସାମାଜିକ ବିଶୃଙ୍ଖଳା ଘଟୁଥିବା ଦେଖିବାକୁ ମିଳୁଛି । ବିଶେଷ କରି ସମ୍ପ୍ରଦାୟ ସମ୍ପ୍ରଦାୟ ମଧ୍ୟରେ ବିଶୃଙ୍ଖଳା ବଢିବାରେ ଲାଗିଛି। ଯାହାକୁ ନେଇ ଏବେ  ଚିନ୍ତାପ୍ରକଟ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଏନେଇ ସେ ତାଙ୍କ  ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ରାଜ୍ୟରେ ସାମାଜିକ ବିଶୃଙ୍ଖଳାକୁ ନେଇ ଟୁଇଟ କରିଛନ୍ତି ।

ସେ ଟୁଇଟ କରି ଲେଖିଛନ୍ତି ‘ଏକ ଶାନ୍ତିପ୍ରିୟ ରାଜ୍ୟ ଭାବେ ଓଡ଼ିଶାର ଖ୍ୟାତି ରହିଛି। ଏହା ଏପରି ଏକ ରାଜ୍ୟ ଯେଉଁଠି ଲୋକଙ୍କ ମଧ୍ୟରେ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ, ଶାନ୍ତି ଓ ସହଭାଗିତା ଯୁଗ ଯୁଗ ଧରି ରହି ଆସିଛି। କିନ୍ତୁ ଚିନ୍ତାର ବିଷୟ ଯେ ଏବେ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ସାମାଜିକ ବିଶୃଙ୍ଖଳା ଘଟୁଥିବାର ଖବର ଆସୁଛି। ଅନେକ ଗୋଷ୍ଠୀ ଓ ପୀଡ଼ିତ ନାଗରିକ ମୋତେ ଭେଟି ସେମାନଙ୍କ ଦୁଃଖ ଜଣାଉଛନ୍ତି। ସେମାନେ ଆକ୍ରମଣ ଓ ବିଦ୍ବେଷର ଶିକାର ହେଉଥିବା ଦୁଃଖର କଥା। ମୁଁ ସମସ୍ତ ସମ୍ପ୍ରଦାୟକୁ ନିବେଦନ କରୁଛି, ଯେ ସେମାନେ ଓଡ଼ିଶାର ଭାବମୂର୍ତ୍ତି ତଥା ଗରିମା ରକ୍ଷା କରନ୍ତୁ। ଏକ ଶାନ୍ତିପୂର୍ଣ୍ଣ ରାଜ୍ୟ ଭାବେ ଲୋକଙ୍କ ଧନ, ଜୀବନର ସୁରକ୍ଷା ସହ ଆଇନଶୃଙ୍ଖଳା ବଜାୟ ରଖିବା ଦିଗରେ କାମ କରନ୍ତୁ। ଏକ ସଦଭାବପୂର୍ଣ ରାଜ୍ୟ ଭାବରେ ଓଡ଼ିଶାର ପ୍ରତିଛବି ହିଁ ଆମ ରାଜ୍ୟକୁ ନିବେଶକଙ୍କୁ ଆକୃଷ୍ଟ କରିଆସିଛି ଏବଂ ଆମେ ଆମ ଆର୍ଥିକ ଭିତ୍ତିଭୂମି ସୁଦୃଢ଼ କରିପାରିଛୁ।

Advertisement

ଆନନ୍ଦର କଥା, ଆମେ ୬୦ ପ୍ରତିଶତରୁ ଅଧିକ ଲୋକଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରିପାରିଛୁ। ମୁଁ ରାଜ୍ୟ ସରକାରଙ୍କୁ ଏବଂ ସମସ୍ତ ସରକାରୀ ଅଧିକାରୀଙ୍କୁ ଅନୁରୋଧ କରୁଛି କି ରାଜ୍ୟର ସବୁ ବର୍ଗର ଲୋକଙ୍କ ସୁରକ୍ଷା ପାଇଁ ଯଥା ସମ୍ଭବ ସମସ୍ତ ପ୍ରକାରର ପଦକ୍ଷେପ ନିଅନ୍ତୁ। କାରଣ ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ହେଉଛି ଏକ ପ୍ରଗତିଶୀଳ ସମାଜର ମୂଳଭିତ୍ତି। ଯେଉଁଠି ଶାନ୍ତିଥାଏ, ସେଇଠି ହିଁ ପ୍ରଗତି ସମ୍ଭବ ହୁଏ।”  ରାଜ୍ୟର ସବୁ ବର୍ଗର ଲୋକଙ୍କ ସୁରକ୍ଷା ପାଇଁ ଯଥା ସମ୍ଭବ ସମସ୍ତ ପ୍ରକାର ପଦକ୍ଷେପ ନେବାକୁ ନବୀନ ରାଜ୍ୟ ସରକାର ଏବଂ ସମସ୍ତ ସରକାରୀ ଅଧିକାରୀଙ୍କୁ ମଧ୍ୟ ଅନୁରୋଧ କରୁଛନ୍ତି।

Leave a Reply

Your email address will not be published. Required fields are marked *